Posted inଖେଳ

କୋହଲିଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ଗାଭାସ୍କର: ଅନୁଷ୍କାଙ୍କ କଡ଼ା ସମାଲୋଚନା

ଦୁବାଇ,୨୬।୯(ପି.ଟି.): ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କ ଉପରେ ମନ୍ତବ୍ୟ ଦେଇ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ବିବାଦରେ ପଡିଛନ୍ତି। ଏଥିପାଇଁ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଗାଭାସ୍କରଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ଶୁକ୍ରବାର ଅନୁଷ୍ଠିତ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ କୋହଲି ଅଧିନାୟକ ଲୋକେଶ ରାହୁଲଙ୍କ ଦୁଇଟି ସହଜ କ୍ୟାଚ୍‌ ମିସ୍‌ କରିବା ସହ ବ୍ୟାଟିଂରେ ମାତ୍ର ୧ ରନ୍‌ କରି ଆଉଟ ହୋଇଥିଲେ। କମେଣ୍ଟ୍ରି ବକ୍ସରେ ବସିଥିବା ଗାଭାସ୍କର ଏ ନେଇ ମତ ରଖିଥିଲେ। କୋହଲିଙ୍କ ଏହି ବିଫଳତା ପାଇଁ ସେ ଅନୁଷ୍କାଙ୍କୁ ଦାୟୀ କରିଥିଲେ। ତେବେ ଅନୁଷ୍କା ଏହାର କଡ଼ା ଜବାବ୍‌ ଦେଇଛନ୍ତି। ଗାଭାସ୍କରଙ୍କ ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ ଓ ଏହା ନିହାତି ଅପ୍ରିୟ ବୋଲି ସେ କହିଛନ୍ତି। ଏପରିକି ଗାଭାସ୍କରଙ୍କୁ କମେଣ୍ଟ୍ରି ପ୍ୟାନେଲରୁ ହଟାଇବାକୁ କୋହଲିଙ୍କ ପ୍ରଶଂସକମାନେ ଦାବି କରିଛନ୍ତି।
ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଅନୁଷ୍କା ଗାଭାସ୍କରଙ୍କ ମନ୍ତବ୍ୟ ପାଇଁ କଡ଼ା ସମାଲୋଚନା କରି ପୋଷ୍ଟ କରିବା ସହ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗାଭାସ୍କର ନିଜ ମନ୍ତବ୍ୟର ବ୍ୟାଖ୍ୟା କରିବା ଉଚିତ। ସ୍ବାମୀଙ୍କ ପ୍ରଦର୍ଶନ ନେଇ ତାଙ୍କ ସ୍ତ୍ରୀଙ୍କୁ ଦାୟୀ କରାଯିବା କେତେଦୂର ଠିକ୍‌ ବୋଲି ଅନୁଷ୍କା ପ୍ରଶ୍ନ ପଚାରିଛନ୍ତି।
ଗତ କେତେ ବର୍ଷ ହେବ ଆପଣ ସବୁ କ୍ରିକେଟରଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦେଇଆସିଛନ୍ତି। କ୍ରିକେଟରମାନଙ୍କ ଖେଳ ଉପରେ ମନ୍ତବ୍ୟ ଦେବା ବେଳେ ଆପଣ କେବେବି କାହାକୁ ଦାୟୀ କରିନାହାନ୍ତି। ତେଣୁ ଆପଣ ମଧ୍ୟ ସମାନ ଭାବେ ମୋତେ ସମ୍ମାନ କରିବା ଦରକାର ବୋଲି ଅନୁଷ୍କା ଗାଭାସ୍କରଙ୍କୁ ଆକ୍ଷେପ କରି ପୋଷ୍ଟ କରିଛନ୍ତି। ମୋ ସ୍ବାମୀଙ୍କ ପ୍ରଦର୍ଶନକୁ ସମାଲୋଚନା କରିବାକୁ ଆପଣଙ୍କର ଅଧିକାର ଅଛି। ସେଥିପାଇଁ ଆପଣ ତାଙ୍କୁ ଦାୟୀ କରିପାରିଥାନ୍ତେ। ଆପଣ ଜଣେ ମହାନ୍‌ କ୍ରିକେଟର। କ୍ରିକେଟରେ ଆପଣଙ୍କ ନାମ ସମ୍ମାନର ସହିତ ନିଆଯାଇଥାଏ। କିନ୍ତୁ ମୋତେ ଏଥିପାଇଁ କାହିଁକି ଦାୟୀ କରୁଛନ୍ତି ବୋଲି ସେ ପ୍ରଶ୍ନ ପଚାରିଛନ୍ତି।
ଉଲ୍ଲେଖଥାଉ କି, ଗତ କେତେବର୍ଷ ହେବ କୋହଲି ଯେତେବେଳେ ଖରାପ୍‌ ପ୍ରଦର୍ଶନ କରିଛନ୍ତି ସେଥିପାଇଁ ଅନୁଷ୍କାଙ୍କୁ ଦାୟୀ କରାଯାଇ ଆସିଛି। ୨୦୨୦ରେ ଆମେ ରହୁଥିବା ବେଳେ ଏଥିରେ ପରିବର୍ତ୍ତନ ଆସିନାହିଁ। ଏଭଳି ଅବାଞ୍ଚିତ ପ୍ରକ୍ରିୟା କେବେ ବନ୍ଦ ହେବ ବୋଲି ଅନୁଷ୍କା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri