Posted inଖେଳ

କୋହଲିଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ଗାଭାସ୍କର: ଅନୁଷ୍କାଙ୍କ କଡ଼ା ସମାଲୋଚନା

ଦୁବାଇ,୨୬।୯(ପି.ଟି.): ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କ ଉପରେ ମନ୍ତବ୍ୟ ଦେଇ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ବିବାଦରେ ପଡିଛନ୍ତି। ଏଥିପାଇଁ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଗାଭାସ୍କରଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ଶୁକ୍ରବାର ଅନୁଷ୍ଠିତ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ କୋହଲି ଅଧିନାୟକ ଲୋକେଶ ରାହୁଲଙ୍କ ଦୁଇଟି ସହଜ କ୍ୟାଚ୍‌ ମିସ୍‌ କରିବା ସହ ବ୍ୟାଟିଂରେ ମାତ୍ର ୧ ରନ୍‌ କରି ଆଉଟ ହୋଇଥିଲେ। କମେଣ୍ଟ୍ରି ବକ୍ସରେ ବସିଥିବା ଗାଭାସ୍କର ଏ ନେଇ ମତ ରଖିଥିଲେ। କୋହଲିଙ୍କ ଏହି ବିଫଳତା ପାଇଁ ସେ ଅନୁଷ୍କାଙ୍କୁ ଦାୟୀ କରିଥିଲେ। ତେବେ ଅନୁଷ୍କା ଏହାର କଡ଼ା ଜବାବ୍‌ ଦେଇଛନ୍ତି। ଗାଭାସ୍କରଙ୍କ ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ ଓ ଏହା ନିହାତି ଅପ୍ରିୟ ବୋଲି ସେ କହିଛନ୍ତି। ଏପରିକି ଗାଭାସ୍କରଙ୍କୁ କମେଣ୍ଟ୍ରି ପ୍ୟାନେଲରୁ ହଟାଇବାକୁ କୋହଲିଙ୍କ ପ୍ରଶଂସକମାନେ ଦାବି କରିଛନ୍ତି।
ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଅନୁଷ୍କା ଗାଭାସ୍କରଙ୍କ ମନ୍ତବ୍ୟ ପାଇଁ କଡ଼ା ସମାଲୋଚନା କରି ପୋଷ୍ଟ କରିବା ସହ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗାଭାସ୍କର ନିଜ ମନ୍ତବ୍ୟର ବ୍ୟାଖ୍ୟା କରିବା ଉଚିତ। ସ୍ବାମୀଙ୍କ ପ୍ରଦର୍ଶନ ନେଇ ତାଙ୍କ ସ୍ତ୍ରୀଙ୍କୁ ଦାୟୀ କରାଯିବା କେତେଦୂର ଠିକ୍‌ ବୋଲି ଅନୁଷ୍କା ପ୍ରଶ୍ନ ପଚାରିଛନ୍ତି।
ଗତ କେତେ ବର୍ଷ ହେବ ଆପଣ ସବୁ କ୍ରିକେଟରଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦେଇଆସିଛନ୍ତି। କ୍ରିକେଟରମାନଙ୍କ ଖେଳ ଉପରେ ମନ୍ତବ୍ୟ ଦେବା ବେଳେ ଆପଣ କେବେବି କାହାକୁ ଦାୟୀ କରିନାହାନ୍ତି। ତେଣୁ ଆପଣ ମଧ୍ୟ ସମାନ ଭାବେ ମୋତେ ସମ୍ମାନ କରିବା ଦରକାର ବୋଲି ଅନୁଷ୍କା ଗାଭାସ୍କରଙ୍କୁ ଆକ୍ଷେପ କରି ପୋଷ୍ଟ କରିଛନ୍ତି। ମୋ ସ୍ବାମୀଙ୍କ ପ୍ରଦର୍ଶନକୁ ସମାଲୋଚନା କରିବାକୁ ଆପଣଙ୍କର ଅଧିକାର ଅଛି। ସେଥିପାଇଁ ଆପଣ ତାଙ୍କୁ ଦାୟୀ କରିପାରିଥାନ୍ତେ। ଆପଣ ଜଣେ ମହାନ୍‌ କ୍ରିକେଟର। କ୍ରିକେଟରେ ଆପଣଙ୍କ ନାମ ସମ୍ମାନର ସହିତ ନିଆଯାଇଥାଏ। କିନ୍ତୁ ମୋତେ ଏଥିପାଇଁ କାହିଁକି ଦାୟୀ କରୁଛନ୍ତି ବୋଲି ସେ ପ୍ରଶ୍ନ ପଚାରିଛନ୍ତି।
ଉଲ୍ଲେଖଥାଉ କି, ଗତ କେତେବର୍ଷ ହେବ କୋହଲି ଯେତେବେଳେ ଖରାପ୍‌ ପ୍ରଦର୍ଶନ କରିଛନ୍ତି ସେଥିପାଇଁ ଅନୁଷ୍କାଙ୍କୁ ଦାୟୀ କରାଯାଇ ଆସିଛି। ୨୦୨୦ରେ ଆମେ ରହୁଥିବା ବେଳେ ଏଥିରେ ପରିବର୍ତ୍ତନ ଆସିନାହିଁ। ଏଭଳି ଅବାଞ୍ଚିତ ପ୍ରକ୍ରିୟା କେବେ ବନ୍ଦ ହେବ ବୋଲି ଅନୁଷ୍କା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ଇହୁଦୀ ପର୍ବ ପାଳନ ବେଳେ ବିଚରେ ଫାୟାରିଂ, ୧୦ ମୃତ

ନୂଆଦିଲ୍ଲୀ,୧୪।୧୨: ଆଜି ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚ୍‌ରେ ସ୍ପଷ୍ଟ ଦିବାଲୋକରେ ଗୁଳିମାଡ଼ ଘଟିଛି। ଦୁଇଜଣ ସଶସ୍ତ୍ର ଆକ୍ରମଣକାରୀ ସାଧାରଣ ଲୋକଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ।...

WWEରୁ ଅବସର ନେଲେ ଜନ୍ ସିନା, ଜାରି ରହିବ ଫିଲ୍ସ କ୍ୟାରିୟର

ନୂଆଦିଲ୍ଲୀ,୧୪।୧୨: ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି WWE ରିଙ୍ଗରେ ରାଜ କରିଥିବା ଜନ୍ ସିନା ଶେଷରେ ତାଙ୍କ କ୍ୟାରିଅରକୁ ବିଦାୟ ଦେଇଛନ୍ତି । ୪୮ବର୍ଷ...

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ମାଆ ବଞ୍ଚି ଥାଉ ଥାଉ ଜାଲ ମୃତ୍ୟୁ ପ୍ରମାଣପତ୍ର ବାହାର କରି ସବୁ ହଡ଼ପ କଲେ ପୁଅ, ଏମିତି ଖୋଲିଲା ରାଜ୍‌

କୋଲକାତା,୧୪।୧୨: ପଶ୍ଚିମବଙ୍ଗର ହାଓଡ଼ାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ପୁଅ ତାଙ୍କ ଜୀବିତ ମାଆଙ୍କ ନାମରେ ମୃତ୍ୟୁ ପ୍ରମାଣପତ୍ର ଜାଲ କରି ବ୍ୟାଙ୍କରୁ...

ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri