Categories: ଖେଳ

ଗମ୍ଭୀରଙ୍କୁ ଚକିତ କଲା ନୂଆ ପ୍ରତିଭା

ନୂଆଦିଲ୍ଲୀ,୨।୧୨: ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତଗ ଗମ୍ଭୀର ମଙ୍ଗଳବାର ଦିଲ୍ଲୀର ଯମୁନା ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଇଷ୍ଟ ଦିଲ୍ଲୀ ପ୍ରିମିୟର ଲିଗ୍‌ (ଇଡିପିଏଲ) ଉଦ୍‌ଘାଟନ କରିଛନ୍ତି। ଦିଲ୍ଲୀରେ ଯୁବ ପ୍ରତିଭାଙ୍କୁ ଭଲ ପ୍ଲାଟଫର୍ମ ଦେବା ଏହି ଲିଗ୍‌ର ଉଦ୍ଦେଶ୍ୟ। ସେହିଭଳି ଜଣେ ପ୍ରତିଭାଶାଳୀ ଖେଳାଳି ହେଲେ ମହମ୍ମଦ ଓ୍ବାସିମ। ଗୁରୁବାର ଏକ ଟୁଇଟ ଜରିଆରେ ଗମ୍ଭୀର ୧୯ ବର୍ଷୀୟ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି।

ମହମ୍ମଦ ଓ୍ବାସିମଙ୍କ ଫଟୋ ଶେୟାର କରିବା ସହ ଗମ୍ଭୀର କ୍ୟାପଶନରେ ଲେଖିଛନ୍ତି, ଦିନେ ଖବରକାଗଜ ବିତରଣ କରୁଥିଲେ, ଏବେ ତାଙ୍କ ଫଟୋ ଖବରକାଗଜରେ ବାହାରିବ।

ଇଷ୍ଟ ଦିଲ୍ଲୀ ପ୍ରିମିୟର ଲିଗ୍‌ ପାଇଁ ଟ୍ରାଏଲ ବେଳେ ମହମ୍ମଦ ଓ୍ବାସିମ ଚୟନକର୍ତ୍ତାଙ୍କୁ ଚକିତ କରି ଦେଇଥିଲେ। ପୂର୍ବ ଦିଲ୍ଲୀ ଏମ୍‌ପି ଗମ୍ଭୀରଙ୍କ ଦ୍ୱାରା କରାଯାଇଥିବା ଟ୍ରାଏଲରେ ଓ୍ବାସିମ ଘଣ୍ଟା ପ୍ରତି ପ୍ରାୟ ୧୪୦ କିମି ବେଗରେ ବୋଲିଂ କରିଥିଲେ। ତାହା ପୁଣି ଖାଲି ସ୍ଲିପରରେ।

”ମୋ କାର୍ଯ୍ୟକାଳରେ ପୂର୍ବ ଦିଲ୍ଲୀକୁ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି। କଥାକୁ କାର୍ଯ୍ୟରେ ପରିଣତ କରିବାକୁ ସକ୍ଷମ ହୋଇଥିବାରୁ ଆମେ ଗର୍ବିତ। ପ୍ରତିଭା ମାନେ ରଖେ, ବ୍ୟାକଗ୍ରାଉଣ୍ଡ ନାହିଁ“ ବୋଲି ଗମ୍ଭୀର କହିଛନ୍ତି।

କ୍ରିକେଟର ହେବା ନିଶାରେ ପେପର ବାଣ୍ଟୁଥିବା ଓ୍ବାସିମ କହିଛନ୍ତି, ଛୋଟ ବେଳୁ ବାପା ମା’ଙ୍କୁ ହରାଇ ଥିଲି। ଏଣୁ ପରିବାର ଚଳାଇବା ପାଇଁ ମୁଁ ଓ ମୋ ଭାଇ ବିଭିନ୍ନ ପ୍ରକାର କାମ କରୁଛୁ। ଏହାସତ୍ତ୍ୱେ ଆମ ଆର୍ଥିକ ସ୍ଥିତି ଭଲ ନାହିଁ। ଏହି ଟୁର୍ନାମେଣ୍ଟ ମୋ କ୍ରିକେଟିଂ କ୍ୟାରିୟର ପାଇଁ ଭୟ ସୁଯୋଗ। ଆୟୋଜକମାନେ ମୋତେ ପ୍ରାକ୍ଟିସ ଲାଗି ଯୋତା ଭଳି କ୍ରିକେଟ କିଟ୍ସ ଦେଇଛନ୍ତି।

Share