Posted inଖେଳ

ବ୍ୟାଟିଂ କରିପାରୁନାହାନ୍ତି, ଅଧିନାୟକ ଦାୟିତ୍ୱ ମିଳୁଛି

ନୂଆଦିଲ୍ଲୀ,୨୩।୧୧: ତିନିମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ନ୍ୟୁଜିଲାଣ୍ଡକୁ ହରାଇ କ୍ଲିନ୍‌ ସୁଇପ୍‌ କରିଛି ଟିମ୍‌ ଇଣ୍ଡିଆ। ଏବେ ଉଭୟ ଦଳ ମଧ୍ୟରେ ଗୁରୁବାରଠାରୁ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଭାରତୀୟ ଟେଷ୍ଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଆରାମ କରିବେ। ଏଥିଯୋଗୁ ଅଜିଙ୍କ୍ୟ ରାହାନେ କାନପୁର ଟେଷ୍ଟରେ ଦଳର ନେତୃତ୍ୱ ନେବେ। ଏସବୁ ମଧ୍ୟରେ ପୂର୍ବ ଭାରତୀୟ ଓପନର ଗୌତମ ଗମ୍ଭୀର ରାହାନେଙ୍କ ଫର୍ମକୁ ନେଇ ତାଙ୍କୁ କଟାକ୍ଷ କରିଛନ୍ତି।

ଗମ୍ଭୀର କହିଛନ୍ତି, ଯଦି ମୋତେ ପଚରାଯାଏ ତେବେ ମୁଁ ମୟଙ୍କ ଅଗ୍ରଓ୍ବାଲ ଏବଂ କେଏଲ୍‌ ରାହୁଲଙ୍କୁ ଓପନିଂ କରାଇବି। ପରେ ଚାରି ନଂ ସ୍ଥାନରେ ଶୁଭମନ ଗିଲଙ୍କୁ ରଖିବି। ନେତୃତ୍ୱ ନେବାକୁ ଯାଉଥିବାରୁ ରାହାନେଙ୍କୁ ଦଳରେ ସୁଯୋଗ ମିଳିଛି। ଏଥିଯୋଗୁ ସେ ବହୁତ ଭାଗ୍ୟବାନ। କହିବାକୁ ଗଲେ ତାଙ୍କୁ ପୁଣି ସୁଯୋଗ ମିଳୁଛି। ଆଶା କରୁଛି ସେ ଏହାର ଲାଭ ଉଠାଇବେ। ଫର୍ମକୁ ଦେଖିଲେ ତାଙ୍କୁ ଘରୋଇ ସିରିଜରେ ଖେଳିବାର ଆବଶ୍ୟକତା ରହିଛି।

ତେବେ ରାହାନେ ଗତ କିଛି ମ୍ୟାଚ୍‌ରେ ଖରାପ ଫର୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଲଗାତାର ଭାବେ ସେ ବିଫଳ ହେଉଛନ୍ତି। ଗତ ବର୍ଷ ମେଲବର୍ନରେ ସେ ଶେଷଥର ପାଇଁ ଶତକ ମାରିଥିଲେ। ଏହାପରଠାରୁ ଏବେଯାଏ ସେ କେବଳ ଏକ ଅର୍ଦ୍ଧଶତକ କରିଛନ୍ତି। ଏଣୁ ରୋହିତ ଶର୍ମା-ବିରାଟଙ୍କ ଅନୁପସ୍ଥିତିରେ ରାହାନେଙ୍କ ପାଖରେ ଅଧିନାୟକତ୍ୱ ଏବଂ ରନ୍‌ କରିବାର ସୁଯୋଗ ରହିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri