Posted inଖେଳ

ଏହି ଖେଳାଳିଙ୍କ ପାଇଁ ଗୁଳି ଖାଇବାକୁ ପ୍ରସ୍ତୁତ ଗୌତମ ଗମ୍ଭୀର

କୋଲକତା,୨୦।୩: କିଛି ବର୍ଷର ବ୍ୟବଧାନ ପରେ କୋଲକାତା ନାଇଟ ରାଇଡର୍ସ(କେକେଆର)କୁ ଫେରିଛନ୍ତି ଗୌତମ ଗମ୍ଭୀର। ଚଳିତ ବର୍ଷ ଆଇପିଏଲ ୨୦୨୪ରେ ମେଣ୍ଟର ଭୂମିକାରେ ନଜର ଆସିବେ। ଏହାପୂର୍ବରୁ ଏକ ଇଭେଣ୍ଟରେ ମନ ଖୋଲା କହିଛନ୍ତି: ସେ କହିଛନ୍ତି, ମୁଁ ମୋର ୪୨ ବର୍ଷ କ୍ୟାରିୟର ମଧ୍ୟରେ ଯାହା କହି ନଥିଲି ଆଜି ସେକଥା କହିବାକୁ ଚାହୁଁଛି। ଆଜି ଯାଏ ମୁଁ ଖେଳିଥିବା ମହାନ କ୍ରିକେଟର, ସବୁଠାରୁ ନିଃସ୍ବାର୍ଥପର ବ୍ୟକ୍ତି, ଯାହାଙ୍କ ପାଇଁ ମୁଁ ଗୁଳି ମଧ୍ୟ ଖାଇପାରିବି, ଯାହାକୁ ମୁଁ ଜୀବନରେ ବିଶ୍ୱାସ କରିପାରିବି, ସେ ହେଉଛନ୍ତି ରାୟନ ଟେନ ଡୋସ୍କେଟ। ଏକଥା ମୁଁ ଦମ୍ଭର ସହ କହିବା ପଛର କାରଣ ମଧ୍ୟ ରହିଛି। ୨୦୧୧ରେ ଅଧିନାୟକ ଭାବେ କେକେଆରର ମୋର ପ୍ରଥମ ମ୍ୟାଚ ଥାଏ। ଆମ ପାଖରେ କେବଳ ୪ ଜଣ ବିଦେଶୀ ଖେଳାଳି ରହିଥିଲେ। ରାୟନ ସେତେବେଳେ ୫୦ ଓଭର ବିଶ୍ୱକପରେ କମାଲ କରିଥିଲେ। ତଥାପି ଆମେ ୩ ଜଣ ବିଦେଶୀ ଖେଳାଳିଙ୍କୁ ନେଇ ମ୍ୟାଚ ଖେଳିଥିଲୁ। ଏହି ସମୟରେ ରାୟନ ଆମ ପାଇଁ ପାଣି ବୋହି ନେଉଥିଲେ। ତାଙ୍କ ମୁହଁରେ କୌଣସି ପ୍ରକାରର ନିରାଶା ନ ଥିଲା। ସେ ମୋତେ ନିସ୍ବାର୍ଥପରର ଶିକ୍ଷା ଦେଇଛନ୍ତି। ରାୟନଙ୍କ ଭଳି ଟିମକୁ ଭଲ ପାଉଥିବା ଖେଳାଳି ମୁଁ ଆଜି ଯାଏ ଦେଖିନି। ତାଙ୍କ ଭଳି ଲୋକମାନେ ମୋତେ ଲିଡର ପରିଚୟ ଦେଇଛନ୍ତି।
ରାୟନ ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡ୍ସ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri