ତିନି ରାଜ୍ୟରେ ଜିତିଲା ଭାଜପା, ଗୋଟିଏ ଦିନରେ ଗୌତମ ଅଦାନୀଙ୍କର ବଢିଗଲା ୫.୬ ବିଲିୟନ ଡଲାର ସମ୍ପତ୍ତି

ମୁମ୍ବାଇ, ୪ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ତିନି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନରେ ବାଜିମାତ କରିଛି। ଭାଜପାର ଏହି ବିଜୟ ପରେ ସୋମବାର ଭାରତୀୟ ସେୟାର ବଜାରରେ ଉତ୍ସାହ ଦେଖବାକୁ ମିଳିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ସେନସେକ୍ସ ୧୩୮୪ ପଏଣ୍ଟ ବୃଦ୍ଧି ସହିତ ୬୮,୮୬୫ ପଏଣ୍ଟରେ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ନିଫ୍ଟି ୪୧,୬ ପଏଣ୍ଟ ବୃଦ୍ଧି ସହିତ ୨୦,୬୮୬ ପଏଣ୍ଟରେ ବନ୍ଦ ହୋଇଛି। ଏହି ସମୟରେ, ଆଦାନୀ ଗ୍ରୁପ୍ ମୁଖ୍ୟ ଗୌତମ ଆଦାନୀଙ୍କ ସମ୍ପତ୍ତି ଗୋଟିଏ ଦିନରେ ୫.୬ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି।

ରବିବାର ଦିନ ନିର୍ବାଚନ ଫଳାଫଳ ପରେ ସେନସେକ୍ସ ଏବଂ ନିଫ୍ଟିରେ ଉତ୍ସାହ ଦେଖିବାକୁ ମିଳିଥିଲା ଏବଂ ସନ୍ଧ୍ୟା ସୁଦ୍ଧା ନିବେଶକଙ୍କ ସମ୍ପତ୍ତି ୫.୮୩ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୩୪୩.୫୧ ଲକ୍ଷ କୋଟିରେ ପହଞ୍ଚିଛି।

ଚଳିତ ବର୍ଷ ଜାନୁଆରୀ ୨୪ ଆଦାନୀ ଗ୍ରୁପ୍ ପାଇଁ ସବୁଠାରୁ ଖରାପ ଦିନ ଥିଲା। ଆମେରିକୀୟ କମ୍ପାନୀ ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପର ଏଫପିଓ ଆସିବା ପୂର୍ବରୁ ଏକ ରିପୋର୍ଟ ପ୍ରକାଶ କରିଥିଲା। ଏଥିରେ ଆଦାନୀ ଗ୍ରୁପ୍ ବିରୋଧରେ ଅନେକ ଅଭିଯୋଗ କରାଯାଇଥିଲା। ଏହିରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପ୍‌ର ସେୟାରରେ ତୀବ୍ର ହ୍ରାସ ଆରମ୍ଭ ହୋଇଥିଲା। ଅନେକ ଦିନ ଧରି ହ୍ରାସ ହେତୁ ଆଦାନୀ ଗ୍ରୁପ୍ ବହୁ କ୍ଷତି ସହିଥିଲା। ଫଳରେ ଗୌତମ ଆଦାନୀ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତିଙ୍କ ଆଖ୍ୟା ହରାଇଲେ ଏବଂ କୋଟି କୋଟି ଟଙ୍କାର ସେୟାର ବିକ୍ରି କରି ନିବେଶକ ଛାଡି ଚାଲି ଯାଇଥିଲେ। ୬୫.୮ ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ଗୌତମ ଆଦାନୀ ବର୍ତମାନ ବିଶ୍ୱର ୨୦ ତମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

କର୍ନାଟକ ରାଜନୀତିରେ ଭୂକମ୍ପ! ପଦ ଛାଡ଼ିବେ ସିଦ୍ଧାରାମୈୟା; ଡି.କେ ଶିବକୁମାରଙ୍କ ହାତକୁ ଯିବ କ୍ଷମତାର ଚାବିକାଠି?

ବେଙ୍ଗାଲୁରୁ,୨୬।୫: କର୍ନାଟକ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ…

ଭାରତ ହାତରେ ଲାଗିଲା ‘କୁବେର ଭଣ୍ଡାର’, ମାଟିତଳୁ ମିଳିଲା କୋଟି କୋଟି ଟଙ୍କାର… ଚୀନର ଉଡ଼ିଗଲା ନିଦ!

ନୂଆଦିଲ୍‌ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍‌ ଆର୍ଥ ଏଲିମେଣ୍ଟସ’ (Rare Earth Elements…

ପ୍ରକାଶ ପାଇଲା OAS ପରୀକ୍ଷାଫଳ: ୨୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ବୁବୁନ ସାହୁ ଟପ୍ପର, ଦେଖନ୍ତୁ ତାଲିକା…

ଭୁବନେଶ୍ୱର,୨୬।୫: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପରିଚାଳିତ OCS-୨୦୨୪ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପ୍ରତିଷ୍ଠିତ ପରୀକ୍ଷାରେ ମୋଟ ୨୦୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ…

ମମତାଙ୍କ ବିରୋଧରେ FIR; ବଢ଼ିଲା ଅଡୁଆ!

କୋଲକାତା,୨୬।୫: ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ପଶ୍ଚିମବଙ୍ଗର ପୂର୍ୱତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ବିବାଦରେ ଫସିଛନ୍ତି। ତାଙ୍କ ବିରୋଧରେ ସିଲିଗୁଡ଼ି ସାଇବର ପୋଲିସ…

ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ: ୮୦ ହଜାର ଟଙ୍କା ନେଇଗଲେ…

ବଲାଙ୍ଗୀର, ୨୬।୫ (ସୁନିଲ କୁମାର ମହାନ୍ତି): ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ କରି ତାଙ୍କ ଠାରୁ ସ୍କୁଟି ସହ ୮୦ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri