Categories: ବାଣିଜ୍ୟ

ମାତ୍ର ୨୪ ଘଣ୍ଟାରେ ସ୍ଥିତି ବଦଳିଗଲା: ପୁଣିଥରେ ବିଶ୍ୱର ତୃତୀୟ ଧନୀ ପାଲଟିଲେ ଆଦାନୀ

ନୂଆଦିଲ୍ଲୀ,୧୪।୧: ବିଶ୍ୱର ଶ୍ରେଷ୍ଠ-୧୦ ଧନୀବ୍ୟକ୍ତିଙ୍କ ତାଲିକାରେ ଗୁରୁବାର ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆମାଜନ୍‌ ସହ-ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ପଛରେ ପକାଇ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ପାଲଟିଥିଲେ। ହେଲେ ୨୪ ଘଣ୍ଟା ମଧ୍ୟରେ ସବୁକିଛି ବଦଳିଯାଇଛି। ଆଦାନୀ ପୁଣିଥରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି।

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ଆଦାନୀଙ୍କ ଶେୟାର ମୂଲ୍ୟ ହ୍ରାସ ହେବା ପରେ ତାଙ୍କ ନେଟ୍‌ଓ୍ବର୍ଥ ହ୍ରାସ ପାଇ ୧୧୮ ବିଲିୟନ ଡଲାର ହୋଇଥିଲା। ଏହି ସମୟରେ ଆମାଜନର ଜେଫ୍‌ ବେଜୋସଙ୍କ ସମ୍ପତ୍ତିରେ ୫.୨୩ ବିଲିୟନ ଡଲାର ବୃଦ୍ଧି ଘଟିଥିଲା। ଫଳରେ ଟପ୍‌-୧୦ କୋଟିପତି ତାଲିକାରେ ପରିବର୍ତ୍ତନ ହୋଇଥିଲା। ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ଆଦାନୀଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିଥିଲା। ଏଥିସହ ତାଙ୍କ ମୋଟ ନେଟଓ୍ବର୍ଥ ବୃଦ୍ଧି ପାଇ ୧୧୯ ବିଲିୟନ ଡଲାର ହୋଇଛି। ଏଥିଯୋଗୁ ସେ ପୁଣିଥରେ ଧନୀ ତାଲିକାରେ ୩ନଂ ସ୍ଥାନକୁ ଆସିଛନ୍ତି। ଅପରପକ୍ଷେ ବେଜୋସ ୧୧୮ ବିଲିୟନ ଡଲାର ସହ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି।

Share