ପତ୍ନୀଙ୍କଠାରୁ ଅଲଗା ହେବେ ଗୌରବ ଖନ୍ନା! ପ୍ରଶଂସକଙ୍କ ବଢ଼ିଲା ଚିନ୍ତା 

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ବିଜେତା ତଥା ଅଭିନେତା ଗୌରବ ଖନ୍ନା। ଶୋ’ରେ ପତ୍ନୀଙ୍କ ପ୍ରତି ଥିବା ଭଲପାଇବାକୁ ନେଇ ସେ ଖବର ଶିରୋନାମାରେ ରହୁଥିଲେ। କାରଣ ବିବାହର ଦଶନ୍ଧି ହେବାକୁ ଯାଉଥିଲେ ହେଁ ସନ୍ତାନ ନ ଥିବା ପ୍ରଶ୍ନର ଉତ୍ତରରେ ସେ ସମସ୍ତଙ୍କ ମନ ଜିଣିଥିଲେ। ପତ୍ନୀ ଆକାଂକ୍ଷା ସନ୍ତାନ ଚାହୁଁ ନ ଥିବାରୁ ସେ ତାହାକୁ ସମ୍ମାନ ଜଣାଉଥିବା କହିଥିଲେ। ହେଲେ ଏବେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ଜୋର ଧରିଛି। ଏହା ପଛରେ ରହିଛି ଆକାଂକ୍ଷାଙ୍କ ପୋଷ୍ଟ।
ଆକାଂକ୍ଷା ସୋସିଆଲ ମିଡିଆରେ ସମ୍ପର୍କକୁ ନେଇ ଏକ କ୍ରିପ୍ଟିକ୍‌ ପୋଷ୍ଟ ଶେୟାର କରିଛନ୍ତି, ଯାହାକି ପ୍ରଶଂସକଙ୍କୁ ଆଘାତ ଦେଇଛି।  ସେ ଲେଖିଛନ୍ତି, ଯେଉଁ ସମ୍ପର୍କର ମୂଳଦୁଆ କେବଳ ଆବଶ୍ୟକତା ଉପରେ ଥାଏ, ସେଠାରେ ହୃଦୟ ବଳି ପଡ଼ିଯାଏ। ଏହି ପୋଷ୍ଟ ଭାଇରାଲ ହେବା ପରେ ଗୌରବଙ୍କ ସହ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ସେହିଭଳି କିଛି ବ୍ୟବହାରକାରୀ ପୋଷ୍ଟଟି ତାଙ୍କର ଅପକମିଂ ପ୍ରୋଜେକ୍ଟର ପୂର୍ବ ସୂଚନା ବୋଲି କହୁଛନ୍ତି।

 

View this post on Instagram

 

A post shared by Akanksha Chamola (@akankshagkhanna)

କହିରଖୁଛୁ, ଆକାଂକ୍ଷା ଚମୋଲା ଏବଂ ଗୌରବ ଖନ୍ନା ୨୦୧୬ରେ ବିବାହ କରିଥିଲେ। ବେଶ ଗୋପନୀୟରେ ବିବାହ ଅନୁଷ୍ଠିତ ହୋଇଥିଲା। ଏବେ ଉଭୟଙ୍କ ସମ୍ପର୍କକୁ ନେଇ କରାଯାଉଥିବା ଆକଳନ କେତେ ସତ କେତେ ମିଛ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ନକଲି ପୋଲିସକୁ ଧରିଲା ଅସଲି ପୋଲିସ: ଓଡ଼ିଶା ପୋଲିସ ଲେଖାଥିବା ଡ୍ରେସ୍ ପିନ୍ଧି…

ଅତାବିରା,୧୬ା୩(ଯୁଧିଷ୍ଠିର ମହାପାତ୍ର):ଅତାବିରା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ରବିବାର ନକଲି ପୋଲିସ ଭାବରେ ବୁଲୁଥିବା ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଗିରଫ ନକଲି…

ଡେପୁଟେସନ ନୁହେଁ, ସ୍ଥାୟୀ ଶିକ୍ଷକ ଦରକାର: ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୧୬।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ବିରିକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ସୃଷ୍ଟି ହୋଇଥିବା…

Video: ଡ୍ରୋନ ଆକ୍ରମଣରେ ହୁତୁହୁତୁ ହୋଇ ଜଳିଲା ଦୁବାଇ ବିମାନ ବନ୍ଦର, ସମସ୍ତ ଉଡାଣ ବାତିଲ

ଦୁବାଇ,୧୬।୩: ସୋମବାର ସକାଳେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏକ ଜୋରଦାର ବିସ୍ଫୋରଣ ପରେ ଦୁବାଇରେ ଆତଙ୍କ ଖେଳିଗଲା, ଯାହା ଏକ ଡ୍ରୋନ ଦୁର୍ଘଟଣା ଯୋଗୁ ହୋଇଥିଲା…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା: ଥୁଆମୂଳ ରାମପୁର CHCରେ ଅବ୍ୟବସ୍ଥାର ଚିତ୍ର

ଥୁଆମୂଳ ରାମପୁର, ୧୬।୩:(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତ୍ୟନ୍ତ ଦୁର୍ଗମ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ଏବେ ଅବ୍ୟବସ୍ଥାର ବଳୟରେ। ମେଡିକାଲ ସମ୍ମୁଖର ସୂଚନା…

ଚଳିତ ସିଜନରେ CSK ପାଇଁ ଡେବ୍ୟୁ କରିବେ ସାମସନ-ସରଫରାଜଙ୍କ ପରି ଦମଦାର ଖେଳାଳି, ବଢିଲାଣି ବିପକ୍ଷର ଟେନସନ

ନୂଆଦିଲ୍ଲୀ,୧୬।୩: ୨୦୨୬ ଆଇପିଏଲ ସିଜିନ ପୂର୍ବରୁ, ଚେନ୍ନାଇ ସୁପର କିଙ୍ଗସ ସେମାନଙ୍କର ଦଳକୁ ଆହୁରି ମଜବୁତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଏଥର, ଦଳ…

ଅଲିଭ ରିଡଲେଙ୍କ ଅଣ୍ଡାଦାନ ପର୍ବ ଆରମ୍ଭ: ୧୦ ହଜାର କଇଁଛଙ୍କ ଗଣ ଅଣ୍ଡାଦାନ

ଗଞ୍ଜାମ,୧୬।୩(ବିଦ୍ୟାଧର ସାହୁ): ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସାମୁଦ୍ରିକ କଇଁଚଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଅଲିଭ…

ଝଡ଼ବର୍ଷା ନେଇ ସତର୍କ କଲା ପାଣିପାଗ କେନ୍ଦ୍ର: ଏହି ଜିଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୧୬ା୩ (ବନ୍ଦନା ସେଠୀ):ରାଜ୍ୟରେ କିଛିଦିନ ହେବ ଜାରି ରହିଥିବା ଖରା ଓ ଗରମରେ ବ୍ରେକ୍‌ ଲାଗିଛି। ଝଡ଼ବର୍ଷା ଯୋଗୁ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri