ଚର୍ଚ୍ଚାରେ ଗୌହରଙ୍କ ଲଭ୍‌ ଲାଇଫ୍‌: ୧୭ ବର୍ଷ ପୂର୍ବେ ସାଜିଦଙ୍କ ସହ କରିଥିଲେ ନିର୍ବନ୍ଧ, ହେଲେ..

ବମ୍ବେ: ଆଜିକାଲି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ ଗୌହର ଖାନ। ନିକଟରେ ସେ ପ୍ରେମିକ ଜୈଦ ଦରବାରଙ୍କ ସହ ନିର୍ବନ୍ଧ କରିନେଇଛନ୍ତି। ଆସନ୍ତା ଡିସେମ୍ବର ୨୫ରେ ସେ ବିବାହ କରିବା ନେଇ କୁହାଯାଉଛି। ଏସବୁ ଭିତରେ ଗୌହରଙ୍କ ପୂର୍ବ ଲଭ୍‌ ଲାଇଫ୍‌କୁ ନେଇ ମଧ୍ୟ ହେଉଛି ଚର୍ଚ୍ଚା।

ପୁଣେର ମୁସଲମାନ ପରିବାରରେ ଗୌହରଙ୍କ ଜନ୍ମ। ଦୀର୍ଘଦିନ ଧରି ସେ ମନୋରଞ୍ଜନ ଜଗତ ସହ ଜଡ଼ିତ। ୧୮ ବର୍ଷ ବୟସରେ ସେ ମଡେଲିଂ ଆରମ୍ଭ କରିଥିଲେ। ଗୌହର ଫେମିନା ମିସ୍‌ ଇଣ୍ଡିଆ ପ୍ରମିତଯୋଗିତାରେ ଭାଗ ନେଇ ଚତୁର୍ଥ ସ୍ଥାନ ହାସଲ କରିଥିଲେ।

ପ୍ରେମ ଜୀବନକୁ ଯଦି ଦେଖାଯାଏ ତେବେ ସେ ଟେଲି ଅଭିନେତା କୁଶାଲ ଟଣ୍ଡନଙ୍କୁ ହୃଦୟ ଦେଇ ବସିଥିଲେ। ଏହାପୂର୍ବରୁ ଗୌହର ସାଜିଦ୍‌ ଖାନ୍‌ଙ୍କୁ ଡେଟ୍‌ କରିଥିଲେ। ଉଭୟଙ୍କ ମଧ୍ୟରେ ଗଭୀର ସମ୍ପର୍କ ଥିଲା। ଏପରିକି ସେମାନେ ବିବାହ କରିବାକୁ ଚାହୁଁଥିଲେ।

୨୦୦୩ରେ ଗୌହର ସାଜିଦଙ୍କ ସହ କରିଥିଲେ ନିର୍ବନ୍ଧ। ମାତ୍ର ବ୍ୟକ୍ତିଗତ କାରଣରୁ ଉଭୟଙ୍କ ବିବାହ ହୋଇପାରି ନ ଥିଲା। ସେମାନେ ଅଲଗା ହୋଇଯାଇଥିଲେ। ୧୭ ବର୍ଷ ପୂର୍ବେ ଯଦି ଗୌହର ନିର୍ବନ୍ଧ କରିନେଇଥାନ୍ତେ, ଏବେ ସେ ଫରାହ ଖାନ୍‌ଙ୍କର ଭାଉଜ ହୋଇଥାନ୍ତେ।

Share