ଗୌବାଙ୍କ ରେକର୍ଡ

କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ଅଗଷ୍ଟ ଶେଷରେ ଅବସର ନେବେ। ଏହି ପଦବୀରେ ସବୁଠୁ ଅଧିକ ଦିନ ରହିବାରେ ସେ ରେକର୍ଡ କରିବାକୁ ଯାଉଛନ୍ତି। ଝାଡ଼ଖଣ୍ଡ କ୍ୟାଡରର ୧୯୮୨ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଗୌବା ପ୍ରମୁଖ ଶୀର୍ଷ ଦାୟିତ୍ୱରେ ପାଞ୍ଚବର୍ଷ ପୂରା କରିବାକୁ ଯାଉଛନ୍ତି। କ୍ୟାବିନେଟ୍‌ ସଚିବ ପଦବୀରେ ତାଙ୍କ ପୂର୍ବରୁ ପ୍ରଦୀପ କୁମାର ସିହ୍ନା ଚାରିବର୍ଷ ୭୯ ଦିନ କାର୍ଯ୍ୟ କରିଥିବାବେଳେ ସ୍ବାଧୀନ ଭାରତର ଦ୍ୱିତୀୟ କ୍ୟାବିନେଟ୍‌ ସଚିବ ଓ୍ବାଇ.ଏନ୍‌. ସୁକଥାନକରଙ୍କ କାର୍ଯ୍ୟକାଳ ଏହାଠାରୁ ଗୋଟିଏ ଦିନ କମ୍‌ ଥିଲା। ଗୌବାଙ୍କ କାର୍ଯ୍ୟକାଳ ଶେଷ ହୋଇ ଆସୁଥିବାରୁ ଏହି ପଦବୀ ଦୌଡ଼ରେ ୧୯୮୭ ବ୍ୟାଚ୍‌ର ତିନିଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ଏବର ଅର୍ଥ ସଚିବ ଟି.ଭି. ସୋମନାଥନ୍‌ (ତାମିଲନାଡୁ କ୍ୟାଡର), ଗୁଜରାଟର ମୁଖ୍ୟ ଶାସନ ସଚିବ ରାଜ କୁମାର ଏବଂ ଜଳଶକ୍ତି ସଚିବ ଭିନି ମହାଜନ (ପଞ୍ଜାବ କ୍ୟାଡର) ରହିଥିବା ଜଣାପଡ଼ିଛି। ଏଥିସହ ୧୯୮୯ ବ୍ୟାଚ୍‌ର ଏସ୍‌.କ୍ରିଷ୍ଣନ (ତାମିଲନାଡୁ କ୍ୟାଡର) ଅପ୍ରତ୍ୟାଶିତ ଭାବେ ଉଭା ହୋଇଛନ୍ତି। କିନ୍ତୁ ସୋମନାଥନ୍‌ ଏହି ଦୌଡ଼ରେ ଆଗରେ ଥିବାଭଳି ଜଣାଯାଉଛି। ଆର୍ଥିକ କ୍ଷେତ୍ରରେ ତାଙ୍କର ବିଚକ୍ଷଣ ବୁଦ୍ଧି ଓ ନିଷ୍ଠା ଏବଂ ସଚ୍ଚୋଟତା ପାଇଁ ସେ ଜଣାଶୁଣା। ଏହି ନିଯୁକ୍ତି ଦୌଡ଼ରେ ଆଉଜଣେ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ରାଜ କୁମାର। ପ୍ରତିରକ୍ଷା ଉତ୍ପାଦନ ସଚିବ ପଦବୀରେ କୁମାରଙ୍କ କାର୍ଯ୍ୟକାଳ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ଥିଲା ଏବଂ ସେ ବର୍ତ୍ତମାନ ଗୁଜରାଟର ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ତୃତୀୟ ପ୍ରତିଯୋଗୀ ହେଲେ ପଞ୍ଜାବର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଏବକାର ପାନୀୟ ଜଳ ଓ ପରିମଳ ସଚିବ ଭିନି ମହାଜନ । ସେ ଭାରତର ପ୍ରଥମ ମହିଳା କ୍ୟାବିନେଟ୍‌ ସଚିବ ଭାବରେ ଇତିହାସ ସୃଷ୍ଟି କରିପାରନ୍ତି। ତେବେ ଏହି ଯୋଗ୍ୟ ବ୍ୟକ୍ତିଙ୍କ ମଧ୍ୟରୁ କିଏ ଶେଷରେ ଗୌବାଙ୍କ ଉତ୍ତରାଧିକାରୀ ହେବେ କିମ୍ବା ମୋଦି ଅନ୍ୟ କାହାକୁ ନିଯୁକ୍ତି ଦେଇ ଆମକୁ ଆଶ୍ଚର୍ଯ୍ୟଚକିତ କରିବେ, ତାହା ଦେଖିବାକୁ ବାକି ରହିଲା।
ସବୁଜ ନିର୍ବାଚନ
ଉତ୍ତରପ୍ରଦେଶ କ୍ୟାଡରର ୨୦୦୯ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଡ. ହୀରା ଲାଲ ହେଉଛନ୍ତି ଲୋକପ୍ରିୟ ପୁସ୍ତକ ‘ଡାଇନାମିକ ଡିଏମ୍‌’ର ଲେଖକ। ପଞ୍ଜାବର ଆନନ୍ଦପୁର ସାହିବରେ ଏକ ଅଭୂତପୂର୍ବ ଯୋଜନାର ନେତୃତ୍ୱ ନେଇ ସବୁଜ ନିର୍ବାଚନ ପାଇଁ ଏକ ଉଲ୍ଲେଖନୀୟ ମାନଦଣ୍ଡ ସ୍ଥାପନ କରିଛନ୍ତି। ଏହି ପଦକ୍ଷେପ କେବଳ ନିର୍ବାଚନ ପରିଚାଳନା ସମ୍ପର୍କିତ ନୁହେଁ ବରଂ ତାହାର ଲକ୍ଷ୍ୟ ହେଉଛି ନିର୍ବାଚନକୁ କିଭଳି ପରିବେଶ ସଚେତନାଧର୍ମୀ ଏବଂ ସ୍ଥାୟୀ କରାଯାଇପାରିବ। ନିର୍ବାଚନ ପ୍ରକ୍ରିୟାରେ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ନିର୍ଗମନ ହ୍ରାସ ଉପରେ ଧ୍ୟାନ ଦିଆଯିବା ସହ ନାଗରିକ ଦାୟିତ୍ୱ ଏବଂ ପରିବେଶର ଯତ୍ନ କିପରି ମିଳିତ ଭାବେ ନିଆଯାଇପାରିବ ତାହା ଡ. ହୀରା ଲାଲ ଦର୍ଶାଇଛନ୍ତି। କାଗଜ ବ୍ୟବହାର ହ୍ରାସ କରିବା, ଡିଜିଟାଲ ଅଭିଯାନକୁ ପ୍ରୋତ୍ସାହିତ କରିବା ଏବଂ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟଗୁଡ଼ିକ ସୁନିଶ୍ଚିତ କରିବା ଏହି ଯୋଜନାରେ ଅନ୍ତର୍ଭୁକ୍ତ। ଏହି ସବୁ କାର୍ଯ୍ୟ ଯଦିଓ ସରଳ, ତଥାପି ପ୍ରାକୃତିକ ସମ୍ପଦ ଉପରେ ଚାପକୁ ହ୍ରାସ କରିବାରେ ସେଗୁଡ଼ିକର ପ୍ରଭାବ ଉଲ୍ଲେଖନୀୟ। ଆନନ୍ଦପୁର ସାହିବର ଢାଞ୍ଚାକୁ ଅନ୍ୟ ନିର୍ବାଚନମଣ୍ଡଳୀଗୁଡ଼ିକ ମଧ୍ୟ ଗ୍ରହଣ କରିପାରିବେ, ଯାହା ଏକ ନିର୍ବାଚନୀ ପ୍ରଭାବ ସୃଷ୍ଟି କରିବ ଏବଂ ତାହା ଦେଶବ୍ୟାପୀ ନିର୍ବାଚନା ପରିଚାଳନାରେ ପରିବର୍ତ୍ତନ ଆଣିପାରିବ। ଏହା କେବଳ ଗୋଟିଏ ସହର କିମ୍ବା ଗୋଟିଏ ନିର୍ବାଚନର କଥା ନୁହେଁ, ବରଂ ଭବିଷ୍ୟତ ପିଢ଼ି ପାଇଁ ଏକ ଉଦାହରଣ ସୃଷ୍ଟି କରିବ। ସବୁଜ ନିର୍ବାଚନ ପାଇଁ ଡ. ହୀରା ଲାଲଙ୍କ ଦୃଷ୍ଟିକୋଣ ପରିବେଶ ଉପଯୋଗୀ ତଥା ଦାୟିତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ।
ଜାଲ୍‌ ଡକ୍ୟୁମେଣ୍ଟ
ପୂଜା ଖେଡ୍‌କରଙ୍କ ଜାଲିଆତି କାର୍ଯ୍ୟ ଏବେ ଆଲୋଡନ ସୃଷ୍ଟି କରିଛି। ବାସ୍ତବରେ ଏହା ଆମ ଅମଲାତନ୍ତ୍ରର ଏକ ଖରାପ ଛବିକୁ ପ୍ରକାଶ କରୁଛି। ଆଇଏଏସ୍‌ ପ୍ରୋବେସନର୍‌ ପୂଜା ଖେଡ୍‌କରଙ୍କ ପଦବୀ ପାଇବାକୁ ଜାତି ଏବଂ ଆର୍ଥିକ ସ୍ଥିତି ସମ୍ପର୍କିତ ଜାଲ୍‌ ଡକ୍ୟୁମେଣ୍ଟ ବ୍ୟବହାର କରିଥିବା ଖବର ପ୍ରଚାର ହେବା ପରଠାରୁ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଏହି ଭଳିଆ କାହାଣୀ ସବୁ ଦେଖିବାକୁ ମିଳୁଛି। ଏଥିରୁ ଜଣାପଡ଼ିଛି, ଅନେକ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ସଂରକ୍ଷଣ କୋଟାର ଅପବ୍ୟବହାର କରି ଆସୁଛନ୍ତି। ବର୍ତ୍ତମାନ ଉତ୍ତରପ୍ରଦେଶର ଅଭିଷେକ ସିଂଙ୍କ ପରି ବାବୁ ଏବଂ ଗୁଜରାଟର ଚାରିଜଣ ଅଧିକାରୀ ତଦନ୍ତ ପରିସରରେ ଅଛନ୍ତି। ୨୦୨୦-୨୦୨୨ ମଧ୍ୟରେ ଛତିଶଗଡ଼ରେ ପରୀକ୍ଷାଗୁଡ଼ିକରେ ହୋଇଥିବା ପକ୍ଷପାତିତାକୁ ନେଇ ସିବିଆଇ ଅନୁସନ୍ଧାନ ଚଳାଇଥିବାବେଳେ ରାଜସ୍ଥାନରେ ଅନିୟମିତତା ପାଇଁ ୧ ଲକ୍ଷରୁ ଅଧିକ ନିଯୁକ୍ତି ଉପରେ ସମୀକ୍ଷା କରାଯାଉଛି। ତରବରିଆ ଭାବେ କରାଯାଇଥିବା ରିପୋର୍ଟରେ ଦୁର୍ଭାଗ୍ୟବଶତଃ କିଛି ବାସ୍ତବ ଏବଂ ଯୋଗ୍ୟ ପ୍ରାର୍ଥୀଙ୍କ ଉପରେ ଭୁଲ୍‌ରେ ଅଭିଯୋଗ ଅଣାଯାଇଛି । ଏହି ସମସ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବାରୁ ଚୟନ ପ୍ରକ୍ରିୟା ଉପରେ ସନ୍ଦେହ ବଢି଼ବାରେ ଲାଗିଛି, ବିଶେଷକରି ଏନ୍‌ଇଇଟି ପରୀକ୍ଷାକୁ ନେଇ ଏବେ ଖୋଳତାଡ଼ ଚାଲିଥିବାରୁ ଏହା ସୃଷ୍ଟି ହେବା ସ୍ବାଭାବିକ। ଏସବୁ ଅବ୍ୟବସ୍ଥା ସାମ୍ନାକୁ ଆସିବା ପରେ ବିଶେଷକରି ଭିନ୍ନକ୍ଷମ ବର୍ଗରେ ବାବୁମାନଙ୍କ ଚୟନ ପ୍ରକ୍ରିୟାରେ ଅଧିକ ଯାଞ୍ଚ ଓ ସ୍ବଚ୍ଛତା ଅଣାଯିବା ଦରକାର। ଏବେ ସିଭିଲ ସର୍ଭିସର ସ୍ବଚ୍ଛତା ବିପଦରେ। ତ୍ୱରିତ୍‌ ପଦକ୍ଷେପ ନ ନେଲେ ଜନସାଧାରଣଙ୍କ ବିଶ୍ୱାସ କମିଚାଲିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri