ପେଟ୍ରୋଲ ବଢ଼ିଲା, ଡିଜେଲ କମିଲା

ଭୁବନେଶ୍ୱର/ନୂଆଦିଲ୍ଲୀ,୧୩।୭: ଦିନକର ବିରତି ପରେ ପୁଣି ଥରେ ପେଟ୍ରୋଲ ଦର ବୃଦ୍ଧି ପାଇଥିବା ବେଳେ ୮୮ ଦିନ ପରେ ପ୍ରଥମ ଥର ପାଇଁ ଡିଜେଲ ମୂଲ୍ୟ ହ୍ରାସ ପାଇଛି। ଏପ୍ରିଲ ୧୫ରେ ଶେଷ ଥର ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଥିଲା। ଦେଶର ୪ ପ୍ରମୁଖ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୧୫ରୁ ମେ’୩ ପର୍ଯ୍ୟନ୍ତ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ନିର୍ବାଚନ ଫଳାଫଳ ଆସିଲା ପରେ ମେ’୪ ଠାରୁ କ୍ରମାଗତ ୭୦ ଦିନ ମଧ୍ୟରେ ପେଟ୍ରୋଲ ୩୯ ଏବଂ ଡିଜେଲ ୩୬ ଥର ବଢ଼ିଲାଣି। ଏହି ସମୟ ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଉପରେ ୧୦.୮୯ ଟଙ୍କା ଏବଂ ଡିଜେଲ ୯.୮୦ ଟଙ୍କା ବୃଦ୍ଧି ଘଟିଥିବା ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌)ର ସୂଚନା ଅନୁସାରେ ସୋମବାର ଭୁବନେଶ୍ୱରରେ ପେଟ୍ରୋଲ ୨୯ ବଢ଼ିଥିବା ବେଳେ ଡିଜେଲ ୧୭ ପଇସା ହ୍ରାସ ପାଇଛି। ଫଳରେ ଏଠାରେ ପେଟ୍ରୋଲ ଲିଟର ପିଛା ୧୦୨.୦୧ ଟଙ୍କା ଏବଂ ଡିଜେଲ ୯୭.୭୮ ଟଙ୍କାରେ ବିକ୍ରି ହେଉଛି। ସେହିଭଳି କଟକ ସହରରେ ପେଟ୍ରୋଲ ଲିଟର ପିଛା ୧୦୨.୩୩ ଟଙ୍କା ଏବଂ ଡିଜେଲ ୯୮.୦୯ ଟଙ୍କାରେ କାରବାର ହେଉଛି। ଏହି ଦର ବୃଦ୍ଧି ଫଳରେ ସାରା ରାଜ୍ୟରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୧୦୨ ଟଙ୍କାରେ ପହଞ୍ଚତ୍ୟାଇଛି। ସେହିଭଳି ବଲାଙ୍ଗୀର, ଗଜପତି, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର ଓ ମାଲକାନଗିରି ଭଳି ୮ ଜିଲାରେ ଡିଜେଲ ଦର ମଧ୍ୟ ୧୦୦ ଟଙ୍କା ଉପରେ ରହିଥିବା ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି।
ଅପରପକ୍ଷରେ ନୂଆଦିଲ୍ଲୀରେ ପେଟ୍ରୋଲ ୨୮ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୧୬ ପଇସା ହ୍ରାସ ଘଟିଛି। ଫଳରେ ସେଠାରେ ପେଟ୍ରୋଲ ଲିଟର ପିଛା ୧୦୧.୧୯ ଟଙ୍କା ଏବଂ ଡିଜେଲ ୮୯.୭୨ ଟଙ୍କାରେ ପହଞ୍ଚତ୍ଛି। ମେ’ ୪ ଠାରୁ ଦିଲ୍ଲୀରେ ପେଟ୍ରୋଲ ଉପରେ ୧୦.୭୯ ଟଙ୍କା ଏବଂ ଡିଜେଲ ୮.୯୯ ଟଙ୍କା ବୃଦ୍ଧି ପାଇଥିବା ତୈଳ କମ୍ପାନୀରୁ ସୂଚନା ମିଳିଛି।
ଏହି ଦର ବୃଦ୍ଧି ଫଳରେ ଦିଲ୍ଲୀ ସମେତ ଦେଶର ୧୮ ପ୍ରମୁଖ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ନାଟକ, ଜମ୍ମୁ-କଶ୍ମୀର, ଓଡ଼ିଶା, ତାମିଲନାଡୁ, ବିହାର, କେରଳ, ପଞ୍ଜାବ, ସିକିମ, ପଶ୍ଚିମବଙ୍ଗ, ନାଗାଲାଣ୍ଡ, ପୁଡୁଚେରୀ ଓ ଲଦାଖରେ ପେଟ୍ରୋଲ ମୂଲ୍ୟ ୧୦୧ ଟଙ୍କା ଟପି ରେର୍କଡ ସ୍ତରରେ ପହଞ୍ଚତ୍ଛି। ସେହିପରି ଓଡ଼ିଶା ସମେତ ମଧ୍ୟପ୍ରଦେଶ ଓ ରାଜସ୍ଥାନର ବିଭିନ୍ନ ସ୍ଥାନରେ ଡିଜେଲ ଦର ମଧ୍ୟ ୧୦୦ ଟପିଯାଇଥିବା ସୂଚନା ମିଳିଛି।
ଦେଶର ଅନ୍ୟ ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଯଥାକ୍ରମେ ୧୦୧.୯୨ ଟଙ୍କା, ୧୦୧.୩୫ ଟଙ୍କା ଏବଂ ୧୦୭.୨୦ ଟଙ୍କାରେ ପହଞ୍ଚତ୍ଛି। ସେହିଭଳି ଏହିସବୁ ମେଟ୍ରୋ ସହରରେ ଡିଜେଲ ଦର ଯଥାକ୍ରମେ ୯୪.୨୪ ଟଙ୍କା, ୯୨.୮୧ ଟଙ୍କା ଏବଂ ୯୭.୨୯ ଟଙ୍କାରେ ବିକ୍ରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri