Posted inଖେଳ

ଗ୍ୟାସ୍‌ଲିଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ୍‌ ଟାଇଟଲ

ମୋଞ୍ଜା (ଇଟାଲୀ), ୭ା୯: ରେଡ୍‌ବୁଲ୍‌ ଆଲ୍‌ଫା ତୌରି ଟିମ୍‌ର ପିଏରେ ଗ୍ୟାସ୍‌ଲି ଅପ୍ରତ୍ୟାଶିତ ଭାବେ ଇଟାଲିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ପିଟ୍‌ ଷ୍ଟପ୍‌ ତ୍ରୁଟି ପାଇଁ ୧୦ ସେକେଣ୍ଡ ଦଣ୍ଡିତ ହେବା ପୂର୍ବରୁ କିନ୍ତୁ ଲୁଇସ୍‌ ହାମିଲଟନ ରେସ୍‌ରେ ପ୍ରଧାନ୍ୟ ବିସ୍ତାର କରିଥିଲେ। ଘରୋଇ ସର୍କିଟରେ ଫେରାରିର ଉଭୟ ଡ୍ରାଇଭର ସେମାନଙ୍କ ରେସ୍‌ ଶେଷ କରିବାରେ ବିଫଳ ହୋଇଥିଲେ। ଫର୍ମୁଲା ଓ୍ବାନ୍‌ରେ
ଗ୍ୟାସ୍‌ଲିଙ୍କର ଏହା ହେଉଛି ପ୍ରଥମ ବିଜୟ। ଫ୍ରାନ୍ସର ଏହି ୨୪ ବର୍ଷୀୟ ଡ୍ରାଇଭର ଯଥାକ୍ରମେ ମ୍ୟାକଲରେନର କାର୍ଲୋସ ସେଞ୍ଜ୍‌ଙ୍କଠାରୁ ୩.୩୫୮ ଓ ରେସିଂ ପଏଣ୍ଟର ଲାନ୍ସ ଷ୍ଟ୍ରୋଲଙ୍କଠାରୁ ୦.୪୧୫ ସେକେଣ୍ଡ ଟାଇମିଂରେ ଆଗୁଆ ରହି ପ୍ରଥମ ସ୍ଥାନ ଅଧିକାର କରିଥିଲେ। କୌତୂହଳର ବିଷୟ ଏହି ୩ ଡ୍ରାଇଭର ଥରେ ହେଲେ ରେସ୍‌ ଜିତି ନ ଥିଲେ। ସମସ୍ତଙ୍କର ଏହା ହେଉଛି ଶ୍ରେଷ୍ଠ ପ୍ରଦର୍ଶନ। ପୋଲ୍‌ ପୋଜିଶନ ହାସଲ କରିଥିବା ହାମିଲଟନ ରବିବାର ରେସ୍‌ରେ ସହଜ ବିଜୟ କରିବେ ବୋଲି ଆଶା କରାଯାଉଥିଲା। ମାତ୍ର ପେନାଲ୍ଟି ଯୋଗୁ ସେ ଗ୍ୟାସ୍‌ଲିଙ୍କଠାରୁ ୧୭.୨୪୫ ସେକେଣ୍ଡ ପଛରେ ୭ମ ସ୍ଥାନରେ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲାଣ୍ଡୋ ନୋରିସ (ମ୍ୟାକଲରେନ), ଭାଲଟେରୀ ବୋଟାସ (ମର୍ସିଡିଜ୍‌) ଓ ଡାନିଲ ରିକାର୍ଡୋ (ରେନଲ୍ଟ) ଯଥାକ୍ରମେ ୪ର୍ଥ, ୫ମ ଓ ୬ଷ୍ଠ ସ୍ଥାନରେ ରହିଥିଲେ। ସେହିପରି ୮ମ, ୯ମ ଓ ୧୦ମ ସ୍ଥାନରେ ଏଷ୍ଟିିବାନ ଓକନ (ରେନଲ୍ଟ), ଡାନିଲ କ୍ୟାତ୍‌ (ଅଲ୍‌ଫା ତୌରି) ଏବଂ ସର୍ଗିଓ ପେରେଜ (ରେସିଂ ପଏଣ୍ଟ) ପ୍ରମୁଖ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଓଡ଼ିଆ ପୁଅଙ୍କୁ ମିଳିଲା ବଡ଼ ସଫଳତା: ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ୱର,୧୧।୨: ଏସିଆ ପାସିଫିକ୍‌ ଡାଉନ ସିଣ୍ଡ୍ରୋମ୍‌ ଗେମ୍ସ ଚେନ୍ନାଇର ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ପୁଅ ଜୟଜୀବନ ପାଣିି(୧୧)ଙ୍କୁ ମିଳିଛି ବଡ଼ ସଫଳତା। ଜୟଜୀବନ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

ବାଜି ମାରିଲା ପାକିସ୍ତାନ, ଭାରତକୁ ପକାଇଲା ପଛରେ…

ନୂଆଦିଲ୍ଲୀ,୧୧।୨: ଫେବୃଆରୀ ୧୦ ତାରିଖରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ ପରେ, ଟୁର୍ନାମେଣ୍ଟର ପଏଣ୍ଟ ଟେବୁଲ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗ୍ରୁପ A ରେ, ପାକିସ୍ତାନ କେବଳ ଯୁକ୍ତରାଷ୍ଟ୍ରକୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଳା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri