Categories: ବାଣିଜ୍ୟ

ପୁଣି ୧୦୩ ଟଙ୍କା ବଢ଼ିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୨।୧୨: ଡିସେମ୍ବର ପହିଲାରେ ନୂଆ ଗ୍ୟାସ ଦର ପ୍ରକାଶ ପାଇଛି। ଦେଶର ପ୍ରମୁଖ ଗ୍ୟାସ ବିତରଣ କମ୍ପାନୀର ସୂଚନା ଅନୁସାରେ ବୁଧବାର ଭୁବନେଶ୍ୱରରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୩ ଟଙ୍କା ବୃଦ୍ଧି ପାଇଛି। ସେହିଭଳି ଘରୋଇ ଗ୍ୟାସ ସିଲିଣ୍ଡରର ଦର ପୂର୍ବପରି ସ୍ଥିର ରହିଛି। ଫଳରେ ଭୁବନେଶ୍ୱରରେ କର୍ମସିଆଲ ସିଲିଣ୍ଡର (୧୯ କେଜି) ର ଦର ୨୨୦୩ ଟଙ୍କାରେ ପହଞ୍ଚତ୍ଛି। ଅପରପକ୍ଷରେ ଘରୋଇ ଗ୍ୟାସ (୧୪.୩ କେଜି) ର ଦର ୯୨୬ ଟଙ୍କାରେ ରହିଛି। ସେହିପରି ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦର ୧୦୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ଘରୋଇ ଗ୍ୟାସ ଦର ପୂର୍ବପରି ସ୍ଥିର ରହିଛି। ବର୍ତ୍ତମାନ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡର ମୂଲ୍ୟ ୨୧୦୧ ଟଙ୍କାକୁ ବୃଦ୍ଧି ଘଟିଛି। ଏହା ପୂର୍ବରୁ ୧ ନଭେମ୍ବରରେ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ୨୬୬ ଟଙ୍କା ବୃଦ୍ଧି ପାଇ ସିଲିଣ୍ଡର ମୂଲ୍ୟ ୨୦୦୦.୫୦ ଟଙ୍କାରେ ରହିଥିଲା। ଅପରପକ୍ଷରେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ପରିବର୍ତ୍ତନ ହୋଇନାହିଁ। ଅକ୍ଟୋବରରେ ଶେଷ ଥର ପାଇଁ ଏହାର ମୂଲ୍ୟ ବୃଦ୍ଧି କରାଯାଇଥିଲା। ଦିଲ୍ଲୀ ଏବଂ ମୁମ୍ବାଇରେ ଅଣ-ସବସିଡି ଯୁକ୍ତ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୮୯୯.୫୦ ଟଙ୍କା ରହିଛି। ସେହିପରି କୋଲକାତାରେ ଘରୋଇ ଗ୍ୟାସର ମୂଲ୍ୟ ୯୨୬ ଟଙ୍କା ଥିବାବେଳେ ଚେନ୍ନାଇରେ ୧୪ କିଲୋଗ୍ରାମ ସିଲିଣ୍ଡରର ୯୧୫.୫ ଟଙ୍କା ଛୁଇଁଛି। ଡିସେମ୍ବରର ଘରୋଇ ସିଲିଣ୍ଡରର ଦର ବୃଦ୍ଧି ହୋଇନଥିଲେ ମଧ୍ୟ ପୂବାପେକ୍ଷା ଏହାର ଦରରେ ଅହେତୁକ ବୃଦ୍ଧି ସାଧାରଣ ଖାଉଟିଙ୍କୁ ଅତିରିକ୍ତ ଆର୍ଥିକ ବୋଟ ବହନ କରିବାକୁ ପଡୁଛି ବୋଲି ଖାଉଟି ମତବ୍ୟକ୍ତ କରିଛନ୍ତି।

Share