ଧରାକୋଟ,୯ା୩(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ତାଳ ପାଟଣା ଛକରେ ଅଘଟଣ ଘଟିଛି। ଏକ ମଲେଇ ଫ୍ୟାକ୍ଟ୍ରିରେ ଗ୍ୟାସ୍ ବିସ୍ଫୋରଣ ଫଳରେ ୪ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ରମେଶ ମହାପାତ୍ର, ହେମନ୍ତ ମହାପାତ୍ର, ସଭାପତି ମହାପାତ୍ର ଏବଂ ବିଦେଶୀ ପ୍ରଧାନ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
Dharitri – Odisha’s No.1 Odia Daily

