ମିସ୍‌ କଲ୍‌ରେ ମିଳିବ ଗ୍ୟାସ୍‌ ସଂଯୋଗ, ଆଇଓସି କଲା ଘୋଷଣା…

ନୂଆଦିଲ୍ଲୀ,୧୦।୮: ବର୍ତ୍ତମାନ ନୂଆ ଏଲ୍‌ପିଜି ବ୍ୟାସ୍‌ ସଂଯୋଗ ପାଇବାକୁ କୌଣସି କମ୍ପାନୀର ବିତରକଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ। ଏଲ୍‌ପିଜି ବ୍ୟାସ୍‌ ସଂଯୋଗ ଚାହୁଁଥିଲେ କେବଳ ଗୋଟିଏ ମିସ କଲ କରିବାକୁ ପଡିବ। ବର୍ତ୍ତମାନ ଏହି ସୁବିଧା କେବଳ ଭାରତୀୟ ତୈଳ ନିଗମ (ଆଇଓସି) ଦ୍ୱାରା ଆରମ୍ଭ ହୋଇଛି। ଏଥିପାଇଁ ୮୪୫୪୯୫୫୫୫୫ ନମ୍ବରରେ ମିସ କଲ ଦେବାକୁ ପଡିବ। ସେହିପରି ଗ୍ୟାସ ସିଲିଣ୍ଡର ରି-ଫିଲ୍‌ କରିବାକୁ ଚାହୁଁଥିଲେ ମଧ୍ୟ ସମାନ ନମ୍ବରକୁ ଫୋନ୍‌ କରିବାକୁ ପଡ଼ିବ। ଭାରତୀୟ ତୈଳ ନିଗମ (ଆଇଓସି) ର ଅଧ୍ୟକ୍ଷ ଏସ.ଏମ. ବୈଦ ସୋମବାର ଏହି ସୁବିଧା ଆରମ୍ଭ କରିଛନ୍ତି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଦେଶର ଯେ କୌଣସି ଅଞ୍ଚଳରେ ବାସ କରୁଥିବା ଗ୍ରାହକମାନେ ଏହି ସୁବିଧାର ସୁଯୋଗ ନେଇପାରିବେ।
ଇଣ୍ଡିଆନ ଓଏଲ ପକ୍ଷରୁ ଲୋକଙ୍କୁ ଡବଲ ବଟଲ କନେକଶନ୍‌ (ଡିବିସି) ଯୋଗାଇବାର ସୁବିଧା ଆରମ୍ଭ କରାଯାଇଛି। ସେହିପରି ଗୋଟିଏ ସିଲିଣ୍ଡର ଯୋଜନାକୁ ଦୁଇଟି ସିଲିଣ୍ଡର ଯୋଜନାରେ ପରିବର୍ତ୍ତିତ କରିବାର ସୁବିଧା ମଧ୍ୟ ଆରମ୍ଭ ହୋଇଛି।  ଏହି ଯୋଜନାରେ ଏକ ସୁବିଧା ଅଛି ଯେ ଯଦି ଜଣେ ଗ୍ରାହକ ୧୪.୨ କିଲୋଗ୍ରାମର ଦ୍ୱିତୀୟ ସିଲିଣ୍ଡର ନେବାକୁ ଚାହୁଁନାହାଁନ୍ତି, ତେବେ ସେ କେବଳ ୫ କିଲୋଗ୍ରାମର ଅନ୍ୟ ଏକ ଛୋଟ ସିଲିଣ୍ଡର ନେଇପାରିବେ। ଜାନୁଆରୀ ୨୦୨୧ ରେ, କମ୍ପାନୀ ନୂତନ ସଂଯୋଗ ଦେବା କିମ୍ବା ମନୋନୀତ ସହରଗୁଡିକରେ ମିସ କଲ ଉପରେ ସିଲିଣ୍ଡର ରି-ଫିଲ୍‌ କରିବାର ସୁବିଧା ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ୯ ଅଗଷ୍ଟ ୨୦୨୧ରୁ ସାରା ଦେଶରେ ଏହି ସୁବିଧା କମ୍ପାନୀ ପକ୍ଷରୁ ଆରମ୍ଭ ହୋଇଛି।
ଇଣ୍ଡିଆନ ଓଏଲ ପକ୍ଷରୁ ଭାରତ ବିଲ ପେମେଣ୍ଟ ସିଷ୍ଟମ (ବିବିପିଏସ) ମାଧ୍ୟମରେ ଏଲପିଜି ସିଲିଣ୍ଡରଗୁଡିକ ମଧ୍ୟ ରିଫିଲ କରାଯାଇପାରୁଛି। IndianOilର ଆପ କିମ୍ବା https://cx.indianoil.in ମାଧ୍ୟମରେ ବୁକିଂ ମଧ୍ୟ କରାଯାଇପାରୁଛି। ଗ୍ରାହକମାନେ ୭୫୮୮୮୮୮୮୨୪ ନମ୍ବରରେ ହ୍ୟାଟସ ଆପ ମେସେଜ ମାଧ୍ୟମରେ ସିଲିଣ୍ଡର ମଧ୍ୟ ରି-ଫିଲ୍‌ କରିପାରିବେ। ଏହା ବ୍ୟତୀତ, ୭୭୧୮୯୫୫୫୫୫ ନମ୍ବରକୁ SMS କିମ୍ବା IVRS ଦ୍ୱାରା ଗ୍ୟାସ୍‌ ବୁକିଂ ମଧ୍ୟ କରାଯାଇପାରିବ। ଆମାଜନ ଆଲେକ୍ସା ଏବଂ ପେଟିଏମ ମାଧ୍ୟମରେ ସିଲିଣ୍ଡର ମଧ୍ୟ ବୁକିଂ କରାଯାଇପାରିବ।

Share