ମିସ୍‌ କଲ୍‌ରେ ମିଳିବ ଗ୍ୟାସ୍‌ ସଂଯୋଗ, ଆଇଓସି କଲା ଘୋଷଣା…

ନୂଆଦିଲ୍ଲୀ,୧୦।୮: ବର୍ତ୍ତମାନ ନୂଆ ଏଲ୍‌ପିଜି ବ୍ୟାସ୍‌ ସଂଯୋଗ ପାଇବାକୁ କୌଣସି କମ୍ପାନୀର ବିତରକଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ। ଏଲ୍‌ପିଜି ବ୍ୟାସ୍‌ ସଂଯୋଗ ଚାହୁଁଥିଲେ କେବଳ ଗୋଟିଏ ମିସ କଲ କରିବାକୁ ପଡିବ। ବର୍ତ୍ତମାନ ଏହି ସୁବିଧା କେବଳ ଭାରତୀୟ ତୈଳ ନିଗମ (ଆଇଓସି) ଦ୍ୱାରା ଆରମ୍ଭ ହୋଇଛି। ଏଥିପାଇଁ ୮୪୫୪୯୫୫୫୫୫ ନମ୍ବରରେ ମିସ କଲ ଦେବାକୁ ପଡିବ। ସେହିପରି ଗ୍ୟାସ ସିଲିଣ୍ଡର ରି-ଫିଲ୍‌ କରିବାକୁ ଚାହୁଁଥିଲେ ମଧ୍ୟ ସମାନ ନମ୍ବରକୁ ଫୋନ୍‌ କରିବାକୁ ପଡ଼ିବ। ଭାରତୀୟ ତୈଳ ନିଗମ (ଆଇଓସି) ର ଅଧ୍ୟକ୍ଷ ଏସ.ଏମ. ବୈଦ ସୋମବାର ଏହି ସୁବିଧା ଆରମ୍ଭ କରିଛନ୍ତି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଦେଶର ଯେ କୌଣସି ଅଞ୍ଚଳରେ ବାସ କରୁଥିବା ଗ୍ରାହକମାନେ ଏହି ସୁବିଧାର ସୁଯୋଗ ନେଇପାରିବେ।
ଇଣ୍ଡିଆନ ଓଏଲ ପକ୍ଷରୁ ଲୋକଙ୍କୁ ଡବଲ ବଟଲ କନେକଶନ୍‌ (ଡିବିସି) ଯୋଗାଇବାର ସୁବିଧା ଆରମ୍ଭ କରାଯାଇଛି। ସେହିପରି ଗୋଟିଏ ସିଲିଣ୍ଡର ଯୋଜନାକୁ ଦୁଇଟି ସିଲିଣ୍ଡର ଯୋଜନାରେ ପରିବର୍ତ୍ତିତ କରିବାର ସୁବିଧା ମଧ୍ୟ ଆରମ୍ଭ ହୋଇଛି।  ଏହି ଯୋଜନାରେ ଏକ ସୁବିଧା ଅଛି ଯେ ଯଦି ଜଣେ ଗ୍ରାହକ ୧୪.୨ କିଲୋଗ୍ରାମର ଦ୍ୱିତୀୟ ସିଲିଣ୍ଡର ନେବାକୁ ଚାହୁଁନାହାଁନ୍ତି, ତେବେ ସେ କେବଳ ୫ କିଲୋଗ୍ରାମର ଅନ୍ୟ ଏକ ଛୋଟ ସିଲିଣ୍ଡର ନେଇପାରିବେ। ଜାନୁଆରୀ ୨୦୨୧ ରେ, କମ୍ପାନୀ ନୂତନ ସଂଯୋଗ ଦେବା କିମ୍ବା ମନୋନୀତ ସହରଗୁଡିକରେ ମିସ କଲ ଉପରେ ସିଲିଣ୍ଡର ରି-ଫିଲ୍‌ କରିବାର ସୁବିଧା ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ୯ ଅଗଷ୍ଟ ୨୦୨୧ରୁ ସାରା ଦେଶରେ ଏହି ସୁବିଧା କମ୍ପାନୀ ପକ୍ଷରୁ ଆରମ୍ଭ ହୋଇଛି।
ଇଣ୍ଡିଆନ ଓଏଲ ପକ୍ଷରୁ ଭାରତ ବିଲ ପେମେଣ୍ଟ ସିଷ୍ଟମ (ବିବିପିଏସ) ମାଧ୍ୟମରେ ଏଲପିଜି ସିଲିଣ୍ଡରଗୁଡିକ ମଧ୍ୟ ରିଫିଲ କରାଯାଇପାରୁଛି। IndianOilର ଆପ କିମ୍ବା https://cx.indianoil.in ମାଧ୍ୟମରେ ବୁକିଂ ମଧ୍ୟ କରାଯାଇପାରୁଛି। ଗ୍ରାହକମାନେ ୭୫୮୮୮୮୮୮୨୪ ନମ୍ବରରେ ହ୍ୟାଟସ ଆପ ମେସେଜ ମାଧ୍ୟମରେ ସିଲିଣ୍ଡର ମଧ୍ୟ ରି-ଫିଲ୍‌ କରିପାରିବେ। ଏହା ବ୍ୟତୀତ, ୭୭୧୮୯୫୫୫୫୫ ନମ୍ବରକୁ SMS କିମ୍ବା IVRS ଦ୍ୱାରା ଗ୍ୟାସ୍‌ ବୁକିଂ ମଧ୍ୟ କରାଯାଇପାରିବ। ଆମାଜନ ଆଲେକ୍ସା ଏବଂ ପେଟିଏମ ମାଧ୍ୟମରେ ସିଲିଣ୍ଡର ମଧ୍ୟ ବୁକିଂ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri