ବୋହି ହେଉନି ଗ୍ୟାସ ବୋଝ

ଅନୁଗୋଳ ଅଫିସ,୮ା୭ ତୈଳ ଦର ଆକାଶଛୁଅଁା। ପେଟ୍ରୋଲ ଲିଟର ଶହେ ଟଙ୍କା ଉପରେ। ଡିଜେଲ ଶତକ ପାଖାପାଖି। ଖାଇବା ତେଲ ୨ଶହରୁ ତଳକୁ ଖସୁନି। ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟରେ ହ୍ରାସର ସମ୍ଭାବନା ଦେଖାଯାଉନି। ଏପରି ଦର ବୃଦ୍ଧିକୁ ନେଇ ଗରିବ, ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର ଲୋକେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ବେଳେ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ପୁଣି ୫୦ ଟଙ୍କା ବଢ଼ାଯିବା କେନ୍ଦ୍ର ସରକାରଙ୍କ ବିରୋଧରେ ତୀବ୍ର ଜନଅସନ୍ତୋଷ ସୃଷ୍ଟି କରିଛି। ବିକାଶର କଥା କହି କେନ୍ଦ୍ର ବାରମ୍ବାର ଲଦି ଦେଉଥିବା ଏପରି ଗ୍ୟାସ ବୋଝ ଆଉ ବୋହି ହେଉନି ବୋଲି ଅନୁଗୋଳର ଗୃହିଣୀଙ୍କ ମଧ୍ୟରେ ଆଲୋଚନା ହେଉଛି।
ଜୁନ ୨୦୨୨ରେ ଅନୁଗୋଳରେ ୧୪.୨ କେ.ଜି. ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୦୪୬ ଟଙ୍କା ୫୦ ପଇସା ଥିଲା। ଜୁଲାଇ ୬ରେ କେନ୍ଦ୍ର ସରକାର ଏହା ଉପରେ ଆଉ ୫୦ ଟଙ୍କା ବଢ଼ାଇଥିବାରୁ ଏଠାରେ ଦର ୧୦୯୬ ଟଙ୍କା ୫୦ ପଇସା ହୋଇଛି। ଘରେ ପହଞ୍ଚାଇବା ଖର୍ଚ୍ଚକୁ ହିସାବକୁ ନେଲେ ଗ୍ୟାସ ସିଲିଣ୍ଡର ପିଛା ଉପଭୋକ୍ତାଙ୍କୁ ୧୧ଶହ ଟଙ୍କାରୁ ଅଧିକ ପଡ଼ୁଛି। ଏହାକୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି ଜିଲାର ଲକ୍ଷାଧିକ ଗୃହିଣୀ। ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଉପଭୋକ୍ତାଙ୍କ ପର୍ଯ୍ୟନ୍ତ, ଏତେ ଦର ଦେଇ ଗ୍ୟାସ କିଣିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି କହିଛନ୍ତି। ବିଶେଷକରି ରୋଷେଇ ପାଇଁ କେବଳ ଗ୍ୟାସ୍‌ ଉପରେ ନିର୍ଭରଶୀଳ ପରିବାର ଅଧିକ ଅଡ଼ୁଆରେ ପଡ଼ିଛନ୍ତି। ମାସରେ ୧୧ ଶହ ଟଙ୍କା ଗ୍ୟାସ୍‌ ବାବଦରେ ବ୍ୟୟ କରିବାକୁ ସେମାନେ ଆଦୌ ଆଗ୍ରହୀ ନାହାନ୍ତି। ଅଟା, ଡାଲି, ଚାଉଳ, ଚିନି ଆଦିର ଦର ପ୍ରତି ମାସରେ ବଢ଼ୁଥିବାରୁ ଲୋକେ ଭୀଷଣ ଆର୍ଥିକ ଚାପରେ ଅଛନ୍ତି। କେନ୍ଦ୍ର ସରକାର ଉକ୍ତ ଚାପ ଲୋକଙ୍କ ଉପରୁ ଦୂର କରିବା ପରିବର୍ତ୍ତେ ରନ୍ଧନ ଗ୍ୟାସ୍‌ ଦର ବଢ଼ାଇବା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଗୃହିଣୀମାନଙ୍କ କହିବା ଅନୁଯାୟୀ, ରନ୍ଧନ ଗ୍ୟାସ ଉପରେ ସରକାର ସବ୍‌ସିଡି ଦେଉ ନ ଥିବାରୁ ସାଧାରଣ ଗ୍ରାହକମାନେ ଚଢା ଦରରେ ଏହାକୁ କିଣିବାକୁ ବାଧ୍ୟ ହେଉଛନ୍ତି। କେବଳ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କ ଖାତାକୁ ୨୦୦ ଟଙ୍କା ଆସୁଛି। କିନ୍ତୁ ଏହାକୁ ନେଇ ମଧ୍ୟ ସେମାନେ ସନ୍ତୁଷ୍ଟ ନୁହନ୍ତି। କାରଣ ସିଲିଣ୍ଡର ପିଛା ସେମାନଙ୍କୁ ଆଉ ୯ ଶହ ଟଙ୍କା ଦେବାକୁ ପଡ଼ୁଛି। ଗରିବ ବୋଲି କେନ୍ଦ୍ର ସରକାର କହୁଥିବା ବେଳେ ଜାଳେଣି ବାବଦରେ ୯ଶହ ଟଙ୍କା ନେବା ବେଶ୍‌ ବାଧୁଛି। କେବଳ ଏହି କାରଣରୁ ଜିଲାରେ ଉଜ୍ଜ୍ୱଳା ଯୋଜନାର ଗତି ଧୀର ହେବାରେ ଲାଗିଛି। ଏପରି କି ମାତ୍ର ୧୦ ପ୍ରତିଶତ ହିତାଧିକାରୀ ରନ୍ଧନ ଗ୍ୟାସ ସିଲିଣ୍ଡର କିଣିବାକୁ ସକ୍ଷମ ହୋଇପାରୁଛନ୍ତି। କେନ୍ଦ୍ର ସରକାର ଏହାର ସମୀକ୍ଷା କରି ଦରବୃଦ୍ଧି ପ୍ରତ୍ୟାହାର କରନ୍ତୁ ବୋଲି ଗୃହିଣୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ଏହି ମାସରେ ମଦ ଦୋକାନ ପାଇଁ ହେବ ଲଟେରୀ, ସୂଚନା ଦେଇ ଅବକାରୀ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୭।୩: ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ ହେବ। ଏନେଇ ଶୁକ୍ରବାର ସୂଚନା ଦେଉଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଆବଶ୍ୟକ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଗଞ୍ଜାମ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଡ. ପ୍ରବୀଣ ଭାଇ ତୋଗଡ଼ିଆ: ଦେବେ ଉଦ୍‌ବୋଧନ 

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରକୁ ପ୍ରଥମ ଥର ପାଇଁ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧ୍ୟକ୍ଷ ତଥା ଅଗଣିତ ହିନ୍ଦୁ ମାନଙ୍କ ହୃଦୟର ମଣିଷ ଡ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri