ବୋହି ହେଉନି ଗ୍ୟାସ ବୋଝ

ଅନୁଗୋଳ ଅଫିସ,୮ା୭ ତୈଳ ଦର ଆକାଶଛୁଅଁା। ପେଟ୍ରୋଲ ଲିଟର ଶହେ ଟଙ୍କା ଉପରେ। ଡିଜେଲ ଶତକ ପାଖାପାଖି। ଖାଇବା ତେଲ ୨ଶହରୁ ତଳକୁ ଖସୁନି। ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟରେ ହ୍ରାସର ସମ୍ଭାବନା ଦେଖାଯାଉନି। ଏପରି ଦର ବୃଦ୍ଧିକୁ ନେଇ ଗରିବ, ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର ଲୋକେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ବେଳେ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ପୁଣି ୫୦ ଟଙ୍କା ବଢ଼ାଯିବା କେନ୍ଦ୍ର ସରକାରଙ୍କ ବିରୋଧରେ ତୀବ୍ର ଜନଅସନ୍ତୋଷ ସୃଷ୍ଟି କରିଛି। ବିକାଶର କଥା କହି କେନ୍ଦ୍ର ବାରମ୍ବାର ଲଦି ଦେଉଥିବା ଏପରି ଗ୍ୟାସ ବୋଝ ଆଉ ବୋହି ହେଉନି ବୋଲି ଅନୁଗୋଳର ଗୃହିଣୀଙ୍କ ମଧ୍ୟରେ ଆଲୋଚନା ହେଉଛି।
ଜୁନ ୨୦୨୨ରେ ଅନୁଗୋଳରେ ୧୪.୨ କେ.ଜି. ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୦୪୬ ଟଙ୍କା ୫୦ ପଇସା ଥିଲା। ଜୁଲାଇ ୬ରେ କେନ୍ଦ୍ର ସରକାର ଏହା ଉପରେ ଆଉ ୫୦ ଟଙ୍କା ବଢ଼ାଇଥିବାରୁ ଏଠାରେ ଦର ୧୦୯୬ ଟଙ୍କା ୫୦ ପଇସା ହୋଇଛି। ଘରେ ପହଞ୍ଚାଇବା ଖର୍ଚ୍ଚକୁ ହିସାବକୁ ନେଲେ ଗ୍ୟାସ ସିଲିଣ୍ଡର ପିଛା ଉପଭୋକ୍ତାଙ୍କୁ ୧୧ଶହ ଟଙ୍କାରୁ ଅଧିକ ପଡ଼ୁଛି। ଏହାକୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି ଜିଲାର ଲକ୍ଷାଧିକ ଗୃହିଣୀ। ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଉପଭୋକ୍ତାଙ୍କ ପର୍ଯ୍ୟନ୍ତ, ଏତେ ଦର ଦେଇ ଗ୍ୟାସ କିଣିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି କହିଛନ୍ତି। ବିଶେଷକରି ରୋଷେଇ ପାଇଁ କେବଳ ଗ୍ୟାସ୍‌ ଉପରେ ନିର୍ଭରଶୀଳ ପରିବାର ଅଧିକ ଅଡ଼ୁଆରେ ପଡ଼ିଛନ୍ତି। ମାସରେ ୧୧ ଶହ ଟଙ୍କା ଗ୍ୟାସ୍‌ ବାବଦରେ ବ୍ୟୟ କରିବାକୁ ସେମାନେ ଆଦୌ ଆଗ୍ରହୀ ନାହାନ୍ତି। ଅଟା, ଡାଲି, ଚାଉଳ, ଚିନି ଆଦିର ଦର ପ୍ରତି ମାସରେ ବଢ଼ୁଥିବାରୁ ଲୋକେ ଭୀଷଣ ଆର୍ଥିକ ଚାପରେ ଅଛନ୍ତି। କେନ୍ଦ୍ର ସରକାର ଉକ୍ତ ଚାପ ଲୋକଙ୍କ ଉପରୁ ଦୂର କରିବା ପରିବର୍ତ୍ତେ ରନ୍ଧନ ଗ୍ୟାସ୍‌ ଦର ବଢ଼ାଇବା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଗୃହିଣୀମାନଙ୍କ କହିବା ଅନୁଯାୟୀ, ରନ୍ଧନ ଗ୍ୟାସ ଉପରେ ସରକାର ସବ୍‌ସିଡି ଦେଉ ନ ଥିବାରୁ ସାଧାରଣ ଗ୍ରାହକମାନେ ଚଢା ଦରରେ ଏହାକୁ କିଣିବାକୁ ବାଧ୍ୟ ହେଉଛନ୍ତି। କେବଳ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କ ଖାତାକୁ ୨୦୦ ଟଙ୍କା ଆସୁଛି। କିନ୍ତୁ ଏହାକୁ ନେଇ ମଧ୍ୟ ସେମାନେ ସନ୍ତୁଷ୍ଟ ନୁହନ୍ତି। କାରଣ ସିଲିଣ୍ଡର ପିଛା ସେମାନଙ୍କୁ ଆଉ ୯ ଶହ ଟଙ୍କା ଦେବାକୁ ପଡ଼ୁଛି। ଗରିବ ବୋଲି କେନ୍ଦ୍ର ସରକାର କହୁଥିବା ବେଳେ ଜାଳେଣି ବାବଦରେ ୯ଶହ ଟଙ୍କା ନେବା ବେଶ୍‌ ବାଧୁଛି। କେବଳ ଏହି କାରଣରୁ ଜିଲାରେ ଉଜ୍ଜ୍ୱଳା ଯୋଜନାର ଗତି ଧୀର ହେବାରେ ଲାଗିଛି। ଏପରି କି ମାତ୍ର ୧୦ ପ୍ରତିଶତ ହିତାଧିକାରୀ ରନ୍ଧନ ଗ୍ୟାସ ସିଲିଣ୍ଡର କିଣିବାକୁ ସକ୍ଷମ ହୋଇପାରୁଛନ୍ତି। କେନ୍ଦ୍ର ସରକାର ଏହାର ସମୀକ୍ଷା କରି ଦରବୃଦ୍ଧି ପ୍ରତ୍ୟାହାର କରନ୍ତୁ ବୋଲି ଗୃହିଣୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri