Posted inଫୁରସତ

ଅଟୋ ଉପରେ ମିନି ଗାର୍ଡେନ, ଯାତ୍ରୀଙ୍କୁ ମିଳୁଛି ଏସି ସୁବିଧା

ଜଳବାୟୁ ପରିବର୍ତ୍ତନର ପ୍ରଭାବ ବର୍ତ୍ତମାନ ସମଗ୍ର ବିଶ୍ୱରେ ଦେଖାଦେଇଛି। ଏହାର ସଦ୍ୟତମ ଉଦାହରଣ ହେଉଛି ଅକ୍ଟୋବରରେ ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା। ଅନ୍ୟପକ୍ଷରେ ରାଜଧାନୀ ଦିଲୀରେ ବର୍ଷା ହେବା ପରେ ପାଗ ବଦଳିଛି। ଶୀତଦିନ ଆରମ୍ଭ ହେବା ଉପରେ। କିନ୍ତୁ ଏହାପୂର୍ବରୁ ଲୋକମାନେ ପ୍ରଦୂଷଣକୁ ଭୟ କରୁଛନ୍ତି। ସାଧାରଣତଃ ଦିଲ୍ଲୀରେ ନଭେମ୍ବର ମାସରେ ଦୂଷିତ ବାୟୁର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଖୁବ୍‌ଶୀଘ୍ର ବାୟୁର ଗୁଣବତ୍ତା ଖରାପ ହେବାକୁ ଯାଉଛି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଏପରି ପରିସ୍ଥିତିରେ, ଏଠାରେ ଥିବା ଏକ ଅଟୋ ଡ୍ରାଇଭର ଖରାଗରମରୁ ରକ୍ଷା ପାଇବା ପାଇଁ ଏକ ନିଆରା ଉପାୟ ଆପଣାଇଛନ୍ତି। ସେ ଅଟୋ ଉପରେ ଏକ ମିନି ଗାର୍ଡେନ ତିଆରି କରିଛନ୍ତି।

ସୋସିଆଲ ମିଡିଆରେ ସବୁବେଳେ କିଛି ନୂଆ ବାର୍ତ୍ତା ଆଣିଥିବା ଆଇଏଏସ୍‌ ଅଧିକାରୀ ସୁପ୍ରିୟା ସାହୁ ତାଙ୍କ ଟୁଇଟର ପେଜ୍‌ରେ ଏହା ଶେୟାର କରିଛନ୍ତି। ଫଟୋ ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି, ‘ଆଜି ଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ଜଣେ ବନ୍ଧୁ ଫଟୋ କ୍ଲିକ୍‌ କରିଛନ୍ତି। ଅଟୋ ଡ୍ରାଇଭର ମହେନ୍ଦ୍ର କୁମାର ନିଜକୁ ଏବଂ ଯାତ୍ରୀମାନଙ୍କୁ ଗରମରୁ ରକ୍ଷା କରିବା ପାଇଁ ମିନି ଏସି ସଦୃଶ କାର୍ଯ୍ୟ କରିଛନ୍ତି। ତାଙ୍କ ଅଟୋ ଛାତରେ ଛୋଟ ଏକ ବଗିତା ତିଆରି କରିଛନ୍ତି।

ଏହି ମିନି ବଗିଚାକୁ ଲୋକମାନେ ପ୍ରଶଂସା କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଗୁଡ୍‌ ଆଇଡିଆ। ତାମିଲନାଡୁ ସରକାର ଅଟୋ ଛାତରେ ସୌର ପ୍ୟାନେଲ ସ୍ଥାପନ ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିପାରନ୍ତି। ଏହି ପଦକ୍ଷେପ ପାଇଁ ଅଟୋ ଡ୍ରାଇଭରକୁ ଅଭିନନ୍ଦନ ଜଣାଇଛନ୍ତି। ଯଦିଓ କିଛି ୟୁଜର ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେମାନେ କହିଛନ୍ତି, ଏହା ଦୁର୍ଘଟଣା ଘଟାଇବାର ଆଶଙ୍କା ସୃଷ୍ଟି କରୁଛି।

ଅଟୋ ଡ୍ରାଇଭର ମହେନ୍ଦ୍ର କୁମାର ବିହାରର ବେଗୁସରାଇର ବାସିନ୍ଦା। ଗ୍ରୀଷ୍ମ ଋତୁରେ ମଧ୍ୟ ସେ ନିଜ ଅଟୋରେ ଉଦ୍ଭିଦ ଏବଂ ପନିପରିବା ଲଗାନ୍ତି। ଏକ ବଗିଚା ତିଆରି କରିବା ପାଇଁ ସେ ଅଟୋର ଛାତ ଉପରେ ଏକ ମୋଟା ସିଟ୍‌ ରଖିଛନ୍ତି। ଏହାକୁ ଚାରିପାଖରୁ ଘେରି ରହି ମାଟି ଢାଳି ଦିଆଯାଇଛି। ଏହି ଅଟୋ ଦିଲ୍ଲୀ ରାସ୍ତାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଗ୍ରୀଷ୍ମ ଋତୁରେ ଅଟୋକୁ ଥଣ୍ଡା ରଖିବା ପାଇଁ ଛାତକୁ ଏକ ବଗିଚାରେ ପରିଣତ କରାଯାଇଥିବାରୁ ଯାତ୍ରୀମାନେ ତାଙ୍କ ଅଟୋକୁ ଉତ୍ସାହର ସହିତ ଆସିଥାନ୍ତି ବୋଲି ମହେନ୍ଦ୍ର କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri