ୟୁକାଲପଟାସ୍‌ ଜଙ୍ଗଲରେ କୁଢ଼କୁଢ଼ ଅଳିଆ: ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ତେବେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ଦୃଷ୍ଟି ଆଢୁଆଳରେ ରହିଥିବାରୁ ଦାରିଙ୍ଗବାଡ଼ି ଆସୁଥିବା ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ରହିଛି ସେଠି ପ୍ରଶାସନର ଦୃଷ୍ଟି ପଡୁ ନ ଥିବା ଅଭିଯୋଗ ହେଉଛି।

ପ୍ରକାଶ ଯେ, କଫି ବଗିଚା ସମ୍ମୁଖରେ ରହିଛି ୟୁକାଲପଟାସ୍‌ ଜଙ୍ଗଲ। ଉକ୍ତ ଜଙ୍ଗଲରେ ବୁଲିବା ପାଇଁ ୨ ପାଖେ ୟୁକାଲପଟାସ୍‌ ଜଙ୍ଗଲ ରହିଥିବା ବେଳେ ମଝିରେ ମାଟି ରାସ୍ତା ରହିଛି। ସେହି ମାଟି ରାସ୍ତାରେ ବୁଲିବାକୁ ଓ ସୌନ୍ଦର୍ଯ୍ୟର ଉପଭୋଗ କରିବାକୁ ପର୍ଯ୍ୟଟକ ଅଧିକ ପସନ୍ଦ କରନ୍ତି। କୁହାଯାଏ, ୟୁକାଲପଟାସ୍‌ର ପତ୍ର ମୁଣ୍ଡ ବ୍ୟଥା ପାଇଁ ଔଷଧ ପ୍ରସ୍ତୁତ ହୋଇଥାଏ। ସେହି ପତ୍ରର ବାସ୍ନା କୁ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇଥାଏ କିନ୍ତୁ ଏବେ ଉକ୍ତ ଜଙ୍ଗଲରେ କୁଢ଼କୁଢ଼ ଅଳିଆ ଆବର୍ଜନା, ପ୍ଲାଷ୍ଟିକ୍‌, ଅଇଁଠା ଖଲି ସବୁକୁ ଆଣି ଜଙ୍ଗଲକୁ ଡମ୍ପିଂୟାର୍ଡ଼ ଭାବେ ବ୍ୟବହାର କରାଯାଉଛି। ଫଳରେ ଉକ୍ତ ଜଙ୍ଗଲର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ପୁତିମୟଗନ୍ଧ ଯୋଗୁ ସେଠାରେ ପର୍ଯ୍ୟଟକ ବୁଲିବାକୁ ପସନ୍ଦ କରୁ ନ ଥିବା ଜଣାପଡିଛି। ଯଦି କୁହାଯିବ ଡ଼ୁଲୁରୀ ଭଳି ଉକ୍ତ ୟୁକାଲପଟାସ୍‌ ଜଙ୍ଗଲରେ ମଧ୍ୟ ସୁନ୍ଦର ପରିବେଶ ରହିଛି ଓ ପର୍ଯ୍ୟଟକ ଡ଼ୁଲୁରୀ ପରେ ଏହି ଜଙ୍ଗଲକୁ ପର୍ଯ୍ୟଟକ ବହୁତ ପସନ୍ଦ କରୁଥିଲେ କିନ୍ତୁ ପରିବେଶ ଦୂଷିତ ପରେ ପର୍ଯ୍ୟଟକ ଧିରେ ଧିରେ ମୁହଁ ଫେରାଇବା ଆରମ୍ଭ କରୁଛନ୍ତି। ଚାରିଆଡ଼େ ବସ୍ତାବସ୍ତା ପ୍ଲାଷ୍ଟିକ ଭର୍ତ୍ତି ହୋଇଛି। ରାସ୍ତା ସାରା ଏଭଳି ପଡ଼ିଥିବାରୁ ପର୍ଯ୍ୟଟକ ଉକ୍ତ ପର୍ଯ୍ୟଟନକ୍ଷେତ୍ରରୁ ମୁହଁ ଫେରେଇବା ଆରମ୍ଭ କଲେଣି। ଗତ ୩ ବର୍ଷ ହେଲା ସେଠାରେ ପର୍ଯ୍ୟଟକ ବୁଲିବା କମିଯାଇଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri