ଆବର୍ଜନା ଉଠାଇବା ଠେଲା କାବାଡ଼ିଆ ଦୋକାନରେ ବିକ୍ରି ଉଦ୍ୟମ

ନବରଙ୍ଗପୁର,୩।୨(ବି.ପ୍ର.): ନବରଙ୍ଗପୁର ପୌର ସଂସ୍ଥାରେ କାର୍ଯ୍ୟରତ ସାନିଟାରୀ ଏକ୍ସପର୍ଟ ମନୋଜ ଦତ୍ତ ଆବର୍ଜନା ଉଠାଇବା ଠେଲାଗୁଡିକ କାବାଡିଆ ଦକାନରେ ବିକ୍ରି କରିବାକୁ ନେଇଥିଲେ। ଏହାର ଭିଡିଓ ଏବେ ଭାଇରାଲ ହେଉଛି। ମନୋଜ ଏବଂ ଭିଡିଓ କରୁଥିବା ବ୍ୟକ୍ତିଙ୍କ କଥାବାର୍ତ୍ତା ଏଥିରେ ରହିଛି। ପୌରସଂସ୍ଥା ନିର୍ବାହୀ ଅଧିକାରୀ, କାଉନ୍‌ସିଲ ଓ ପୌରାଧ୍ୟକ୍ଷଙ୍କ ଅଜାଣତରେ ବିକ୍ରି କରାଯାଉଛି। ସରକାରୀ ଜିନିଷ ବିକ୍ରି କରିବାକୁ ଆଣିଛନ୍ତି କିଛି ସମସ୍ୟା ହେବ ନାହିଁକି ବୋଲି ବ୍ୟକ୍ତି ଜଣଙ୍କ ପ୍ରଶ୍ନ କରିଛନ୍ତି। ସେହିଭଳି କିଛି ଅସୁବିଧା ହେବ ନାହିଁ ବୋଲି ମନୋଜ କହୁଛନ୍ତି। ଅଯଥା ଭିଡିଓ କରନ୍ତୁ ନାହିଁ ବୋଲି ସେ କହୁଥିବା ଉକ୍ତ ଭିଡିଓରେ ରହିଛି। ଭିଡିଓ ଭାଇରାଲ ହେବାପରେ ମନୋଜଙ୍କୁ ପଚାରିବାରୁ ପୁରୁଣାଗୁଡିକ ଥିଲା ବିକ୍ରି କରି ନୂଆ ଆଣିବା ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି। କାଉନ୍‌ସିଲରେ ତାହା ଅନୁମୋଦନ ହୋଇଛିକି ଓ ନିର୍ବାହୀ ଅଧିକାରୀ ଜାଣିଛନ୍ତିକି ବୋଲି ପ୍ରଶ୍ନ କରିବାରୁ ସେ କୌଣସି ଉତ୍ତର ଦେଲେ ନାହିଁ। ଆକ୍ସନ ପାଇଁ ଆହ୍ବାନ କରାଯାଇଥିଲା କି ବୋଲି ପଚାରିବାରି ଆକ୍ସନ ପାଇଁ ଆହ୍ବାନ ହୋଇ ନାହିଁ। ତେବେ ବିକ୍ରି ପାଇଁ କିଭଳି ନେଇଥିଲେ ବୋଲି ପଚାରିବାରୁ ସେ କଥା ଛାଡ଼ନ୍ତୁ ବୋଲି କହିଥିଲେ। ସହରର ୧୭ ୱାର୍ଡରେ ସଠିକ ଭାବେ ଆବର୍ଜନା ଉଠିନାହିଁ କର୍ମଚାରୀ ଜଣଙ୍କ ଆବର୍ଜନା ଉଡୁଥିବା ଠେଲାକୁ ବିକ୍ରି କରିବାପାଇଁ ମସୁଧା ଚଳାଇଛନ୍ତି। ଏକଥାକୁ ଜନସାଧାରଣ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ପୌର ସଂସ୍ଥା ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠଙ୍କୁ ପଚାରିବାରୁ କାଉନ୍‌ସିଲରେ ମନୋଜ ଉପରେ ଏହାବ୍ୟତିତ ଅନେକ ଅଭିଯୋଗ ହୋଇଛି। ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri