ମେୟରଙ୍କ ଘର ନିକଟରେ ଅଳିଆଗଦା

ଭୁବନେଶ୍ୱର,୨୯।୫ (ବ୍ୟୁରୋ): ସହରକୁ ସ୍ବଚ୍ଛ ଓ ସୁନ୍ଦର କରି ଗଢି ତୋଳିବା ପାଇଁ ଅଣ୍ଟା ଭିଡୁଛି ବିଏମ୍‌ସି। ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହିତ ସ୍ଲୋଗାନ ଏବଂ ଡୋର-ଟୁ-ଡୋର ବୁଲି ଅଳିଆ ସଂଗ୍ରହ କରୁଛି। ପ୍ରତ୍ୟେକ ଦିନ ଏହାକୁ ଟୁଇଟ୍‌ କରି ଲୋକଙ୍କ ପ୍ରଶଂସା ମଧ୍ୟ ସାଉଁଟୁଛି। ମାତ୍ର ଦୀପ ତଳ ଅନ୍ଧାର ଭଳି ଖୋଦ୍‌ ମେୟରଙ୍କ ଘର ନିକଟରେ ଅଳିଆ ଗଦା ହୋଇ ରହିଥିବା ଦେଖିବାକୁ ମିଳିଛି। ଓ୍ବାର୍ଡ ନଂ.୪୭ ଅନ୍ତର୍ଗତ ୟୁନିଟ-୫ ବସ୍ତି ନିକଟରେ ରାସ୍ତାକଡ଼ରେ କୁଢ଼ କୁଢ଼ ଅଳିଆ ଗଦା ହୋଇ ରହିଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଏହାର ଫଟୋ ଉଠାଇ ବିଏମ୍‌ସି, ମେୟରଙ୍କୁ ଟୁଇଟ୍‌ କରି ସମସ୍ୟା ଜଣାଇଛନ୍ତି। ଶୀଘ୍ର ଏହାର ସମାଧାନ ନ ହେଲେ ପରବର୍ତ୍ତୀ ଦିନରେ ଆନ୍ଦୋଳନ କରାଯିବ ବୋଲି ମଧ୍ୟ କୁହାଯାଇଛି। ତେବେ କେବଳ ଏହି ଅଞ୍ଚଳ ନୁହେଁ ସହରର ଅଧିକାଂଶ ଅଞ୍ଚଳ ବିଶେଷକରି ପୁରୁଣା ଭୁବନେଶ୍ୱର, ମଞ୍ଚେଶ୍ୱର, ପାଣ୍ଡବ ନଗର, ରବିଟକିଜ୍‌ ନିକଟ ଆଦି ବିଭିନ୍ନ ଅଞ୍ଚଳରେ ଅଳିଆ ପଡି ରହୁଥିବା ଦେଖାଯାଉଛି। ଏ ସମ୍ପର୍କରେ ମେୟର ସୁଲୋଚନା ଦାସ କହିଛନ୍ତି, ସହରରୁ ଦୈନିକ ଅଳିଆ କଢା ଯାଉଛି। ଏହାଛଡା ଯଦି କେଉଁଠାରେ ଅଳିଆ ରହିଯାଉଛି ଜନସାଧାରଣ ଆମକୁ ଜଣାନ୍ତୁ, ତୁରନ୍ତ ତାହାର ସମାଧାନ କରାଯିବ। ଅଳିଆ ପଡିବା ଏବଂ ଉଠାଇବା ଏକ ଦୈନିକ ପ୍ରକ୍ରିୟା। ତେଣୁ ଗୋଟିଏ ଦିନରେ ଏହା ସରିବ ନାହିଁ। ସମସ୍ତେ ସଚେତନ ହୁଅନ୍ତୁ ଏବଂ ଯେଉଁଠାରେ ବିଏମ୍‌ସିର ନଜର ପଡି ପାରୁନି ସେଠାରେ ଜନସାଧାରଣ ବିଏମ୍‌ସିକୁ ଅବଗତ କରାନ୍ତୁ ବୋଲି ମେୟର କହିଛନ୍ତି।
ଅପରପକ୍ଷେ ରବିବାର ବିଏମ୍‌ସି ପକ୍ଷରୁ ସୁକ୍ଷ୍ମେଶ୍ୱର ମନ୍ଦିର ପରିସରରେ ଗଣ ସଫେଇ କରାଯାଇଥିଲା। ମେୟରଙ୍କ ତତ୍ତ୍ୱାବଧାନରେ ପରିମଳ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ ବିରଞ୍ଚତ୍ ନାରାୟଣ ମହାସୁପକାର, ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ, ଡେପୁଟି କମିଶନର ମନୋରଞ୍ଜନ ସାହୁ, ସ୍ଥାନୀୟ କର୍ପୋରେଟର, ସ୍ବଚ୍ଛସାଥୀ, ସ୍ବଚ୍ଛ ସୁପରଭାଇଜର, ମିଶନଶକ୍ତି ଗ୍ରୁପ୍‌ ଆଦି ମିଳିତଭାବେ ମନ୍ଦିର ପରିସରକୁ ସଫେଇ କରିଥିଲେ। ଏହାଦ୍ୱାରା ଗୋଷ୍ଠୀ ସହଭାଗିତାକୁ ଅଧିକ ସକ୍ରିୟ କରାଯାଇପାରିବ। ଆଗକୁ ବିଭିନ୍ନ ଓ୍ବାର୍ଡରେ ଏଭଳି ଗଣସଫେଇ କରାଯିବ ବୋଲି ମେୟର ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri