ଡ୍ରେନକୁ ଜାମ କଲା ଅଳିଆ ଆବର୍ଜନା: ନାକ ଟେକିଲେ ପର୍ଯ୍ୟଟକ

ଦାରିଙ୍ଗବାଡି,୧୬/୪ (ଅରୁଣ ସାହୁ)-ଦାରିଙ୍ଗବାଡି ଏବେ ଅଳିଆ ଆବର୍ଜନା ଆଉ ପୁତ୍ତିମୟ ଗନ୍ଧରେ ନାକ ଫାଟୁଛି। ପର୍ଯ୍ୟଟକ ଆଉ ଦାରିଙ୍ଗବାଡିକୁ ନା କହିବା ଆରମ୍ଭ କଲେଣି । ଅଳିଆ ଆବର୍ଜନା, ବର୍ଜ୍ୟବସ୍ତୁ, ଅଇଁଠା ଖଲିପତ୍ର, ପ୍ଲାଷ୍ଟିକ, ପଲିଥିନ ଯୁଆଡେ ଦେଖିବେ କୁଢ଼ କୁଢ଼ ଗଦା। ଗୋଟିଏ ଅଦିନିଆ ବର୍ଷାରେ ଏବେ ବର୍ଷା ଜଳରେ ଉବୁଟୁବୁ ଅଳିଆ ଆବର୍ଜନା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦାରିଙ୍ଗବାଡି ବଜାରରେ ରହିଥିବା ଡ୍ରେନରେ। ସମସ୍ତ ଡ୍ରେନ ଏବେ ବର୍ଷା ଜଳରେ ଭାଷି ଆସିଥିବା ଅଳିଆ ଆବର୍ଜନରେ ଜାମ୍‌ ହୋଇପଡିଛି। ଯେଉଁ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଦାରିଙ୍ଗବାଡିକୁ ସ୍ବଚ୍ଛତା ରଖିବା ଦିଗରେ କାମ କରିବା କଥା ସେହି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ଡ୍ରେନ ରେ ସବୁଠାରୁ ଅଧିକା ଅଳିଆ। ତେବେ ଏତେସବୁ ଅଳିଆ ଆବର୍ଜନାକୁ ଦେଖି ମଧ୍ୟ ନୀରବ ବସିଛି ପଞ୍ଚାୟତ କାର୍ଯ୍ୟାଳୟ। ଦାୟିତ୍ୱରେ ରହିଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କିମ୍ବା ସରପଞ୍ଚ ଏକପ୍ରକାର ନୀରବ ରହିଛନ୍ତି।

ଏହାକୁ ନେଇ ଦୈନିକ ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ରକୁ ବୁଲି ଆସୁଥିବା ପର୍ଯ୍ୟଟକ ଉଦବେଗ ପ୍ରକାଶ କରିବା ସହ ନିନ୍ଦା କରୁଛନ୍ତି। ଆଉ ଦାରିଙ୍ଗବାଡି ଆସିବୁ ନାହିଁ ବୋଲି କହିବା ଆରମ୍ଭ କଲେଣି। ସହରରେ ପରିବେଶ ଓ ଜଳବାୟୁ ଅପେକ୍ଷା ଦାରିଙ୍ଗବାଡିର ଜଳବାୟୁ ଓ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଆସୁଥିବା ପର୍ଯ୍ୟଟକ ଏବେ ଦାରିଙ୍ଗବାଡିର ଜଳବାୟୁ ଓ ଦୂଷିତ ପରିବେଶ ପାଇଁ ନାପସନ୍ଦ କରିବା ଦୁର୍ଭାଗ୍ୟଜନକ ପରିସ୍ଥିତି। ଏଭଳି ଆଗକୁ ପଞ୍ଚାୟତ ଓ ସ୍ଥାନୀୟ ପ୍ରଶାସନ ସମେତ ସ୍ଥାନୀୟ ବାସିନ୍ଦା ଏହାର ସ୍ଥାୟୀ ସମାଧାନ ନ କରନ୍ତି ତେବେ ଦାରିଙ୍ଗବାଡିକୁ ଧୀରେ ଧୀରେ ପର୍ଯ୍ୟଟକ ଆସିବା ବନ୍ଦ ହେବା ଆଶଙ୍କା କରିଛନ୍ତି ବୁଦ୍ଧିଜୀବୀ। ଏନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଶାସନ ବେହେରାଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ବେଟ୍‌ରି ଚାଳିତ ଗାଡି ଅଣାଯିବାକୁ ଯୋଜନା କରାଯାଇଛି। ଗୋଟିଏ ମାସ ମଧ୍ୟରେ ବଜାରରୁ ଅଳିଆ ବାହାର କରାଯିବା ପାଇଁ ପଦକ୍ଷେପ ନିଆଯିବାକୁ ଯୋଜନା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ୟୁପିଏସ୍‌ସି: କୃତକାର୍ଯ୍ୟଙ୍କୁ ଦ୍ୱିତୀୟ ପରୀକ୍ଷା ମନା, ଚେହେରା ଚିହ୍ନଟ’ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୫।୨: କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ବୁଧବାର ସନ୍ଧ୍ୟାରେ ୨୦୨୬ ବର୍ଷ ପାଇଁ ସିଭିଲ୍‌ ସର୍ଭିସେସ୍‌ ଏକ୍‌ଜାମିନେଶନ୍‌ (ସିଏସ୍‌ଇ) ବିଜ୍ଞପ୍ତି ଜାରି କରାଯାଇଛି। ଏବର୍ଷ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

ଖେମ୍‌ଚନ୍ଦ ସିଂ ମଣିପୁର ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୫।୨: ମଣିପୁରରେ ଜାରି ହୋଇଥିବା ରାଷ୍ଟ୍ରପତି ଶାସନ ବୁଧବାର ହଟିବା ପରେ ଭାଜପା ନେତୃତ୍ୱାଧୀନ ମେଣ୍ଟ ନେତା ୟୁମନାମ୍‌ ଖେମ୍‌ଚାନ୍ଦ ସିଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି…

ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri