ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ଲକ୍ଷପତି ଦିଦି ଏସ୍‌.ଜ୍ୟୋତି ରେଡ୍ଡୀ

ଛତ୍ରପୁର, ୧୭।୮(ସନ୍ତୋଷ ପାଢ଼ୀ ): ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସରେ ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ  ଗଞ୍ଜାମ ଜିଲାର ଲକ୍ଷପତି ଦିଦି ତଥା ଛତ୍ରପୁର ବ୍ଲକ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ କାଳିଆବାଲି ଗ୍ରାମର ଏସ୍‌. ଜ୍ୟୋତି ରେଡ୍ଡୀ ଯୋଗଦେଇଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସେ ଭାବର ଆଦାନ ପ୍ରଦାନ କରିବା ସହ ତାଙ୍କର ସଫଳତା ସମ୍ପର୍କରେ ଜଣାଇଥିଲେ। ଏଥିଲାଗି ତାଙ୍କୁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ଆସିଥିଲା ।
ସୂଚନାଥାଉ କି, ଏସ୍‌. ଜ୍ୟୋତି ରେଡ୍ଡୀ ନିଜେ ସ୍ବାବଲମ୍ବୀ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର ପନ୍ଥା ଦେଖାଇଛନ୍ତି। ତାଙ୍କର କର୍ତ୍ତବ୍ୟନିଷ୍ଠ ଓ ପରିଶ୍ରମ ବଳରେ ସେ ଲକ୍ଷପତି ଦିଦି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ପ୍ରଥମେ ୨୦୦୮ରେ ମା ସମଲେଶ୍ୱରୀ ସ୍ବୟଂ ସହାୟିକା ଗୋଷ୍ଠୀରେ ସାମିଲ ହୋଇ ଘରକୁ ଘର ବୁଲି ବିଦ୍ୟୁତ ଦେୟ ସଂଗ୍ରହ କରୁଥିଲେ । ପରେ ମିଶନ ଶକ୍ତି ଜରିଆରେ ନିଜେ ଋଣ ନେଇ କୁକୁଡା ଚାଷ, ମାଛ ଚାଷ ଆଦି କରି ଉତ୍ତମ ରୋଜଗାର କରିପାରିଛନ୍ତି । ଏବେ ତାଙ୍କର ବାର୍ଷୀକ ଆୟ ୪ ଲକ୍ଷରୁ ଅଧିକ ଥିବା ଯୋଗୁ ସେ ଲକ୍ଷପତି ଦିଦି ହୋଇପାରିଛନ୍ତି। ସେ ଏଥିରେ ବହୁତ ଖୁସି ଥିବା ସହ ଜିଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କ ସହଯୋଗ ଏବଂ ନିଜ ଉଦମ୍ୟ ଇଚ୍ଛାଶକ୍ତି ଯୋଗୁ ଏହା ସମ୍ଭବ ହୋଇପାରିଥିବା କହିଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

ଓଡିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଥିଲା ଭଞ୍ଜନଗରର ଭୂମିକା

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ରବିବାର ଓଡିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧି ସାଧନରେ ଭଞ୍ଜନଗରର ଭୂମିକା ଉପରେ ଏକ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri