ଜଳ ଉତ୍ସ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଜାତୀୟ ସ୍ତରରେ ପୁରସ୍କୃତ ହେବ ଗଞ୍ଜାମ

ଛତ୍ରପୁର,୧୬।୫(ଡିଏନଏ ): ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ପୁରସ୍କାର ପାଇ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ବେଳେ ପୁଣି ଥରେ ଜାତୀୟ ସ୍ତରରେ ସମ୍ମାନୀତ ହେବାର ଘୋଷଣା ହୋଇଛି । ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ତରଫରୁ ଗଞ୍ଜାମ ଜିଲାକୁ ଚତୁର୍ଥ ଜାତୀୟ ଜଳ ପୁରସ୍କାର ୨୦୨୨ ପାଇବା ନିମନ୍ତେ ଘୋଷଣା ହୋଇଛି। ଏଥିପାଇଁ ଭାରତ ସରକାରଙ୍କ ମନ୍ତ୍ରଣାଳୟ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ଏକ ପତ୍ର ମାଧ୍ୟମରେ ଅଭିନନ୍ଦନ ଜଣାଇ ଏହି ପୁରସ୍କାର ପାଇବା ସମ୍ପର୍କରେ ଅବଗତ କରାଯାଇଛି । ତେବେ ଆଗାମୀ ଦିନରେ ଏହି ପୁରସ୍କାର ପ୍ରଦାନର ତାରିଖ ଜଣାଇ ଦିଆଗଲେ ସେହିଠାରୁ ପୁରସ୍କାର ଗ୍ରହଣ କରିବେ ବୋଲି ପତ୍ରରେ କୁହାଯାଇଛି । ଜିଲା ପ୍ରଶାସନର ଅହରହ ଉଦ୍ୟମ ଓ ଜିଲାର ଉନ୍ନତି କଳ୍ପେ କରାଯାଇଥିବା ବିଭିନ୍ନ ପଦକ୍ଷେପ ହିଁ ଏଭଳି ପୁରସ୍କାର ଆଣିପାରୁଛି ବୋଲି ବହୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।