ଗଞ୍ଜାମରୁ ବ୍ରହ୍ମପୁର ସିଟି ବସ୍‌ ସେବା ଆରମ୍ଭ

ଗଞ୍ଜାମ,୩୦।୫(ଡି.ଏନ୍‌.ଏ.): ଗଞ୍ଜାମ ସହର ଦେଇ ବ୍ରହ୍ମପୁରକୁ ସିଟି ବସ୍‌ ଚଳାଚଳ ପାଇଁ ଦୀର୍ଘ ବର୍ଷ ହେବ ଦାବି ହୋଇ ଆସୁଥିଲା। ତେବେ ବିଳମ୍ବ ହେଲେ ମଧ୍ୟ ଏହି ସେବା ମଙ୍ଗଳବାରଠାରୁ ଆରମ୍ଭ ହେବ। ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଖୁସିରଲହରୀ ଖେଳିଯାଇଛି । ଏହି ସିଟି ବସ୍‌ ଦ୍ୱାରା ସହରର ବିଭିନ୍ନ ଅଞ୍ଚଳର ଛାତ୍ରୀଛାତ୍ର ଅଧୟନ ନିମନ୍ତେ ସହଜରେ ଗଞ୍ଜାମରୁ ବ୍ରହ୍ମପୁର ଯାତାୟାତ କରିପାରିବେ। ସହରବାସୀ ଏ ନେଇ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକ ଜିଲା ପ୍ରଶାସନଙ୍କ ସହ ଆଲୋଚନା କରିବା ପରେ ଏହି ସେବା ଆରମ୍ଭ ହୋଇଛ। ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ପ୍ରଚେଷ୍ଟା ଯୋଗୁ ଶୀଘ୍ର ଏହି ସେବା ଆରମ୍ଭ ହୋଇ ପାରିଲା ବୋଲି ସହରରେ ଆଲୋଚନା ହେଉଛି ।