ଛତ୍ରପୁର, ୨୮।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜ଼ିଲାର ଅଭିନବ ନିରୀକ୍ଷଣ କାର୍ଯ୍ୟକ୍ରମରେ ଗର୍ଭବତୀଙ୍କ ସୁରକ୍ଷା ଓ ଠିକ ସମୟରେ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ସଫଳତା ପାଇଛି। ଏହିପରି ପ୍ରେକ୍ଷୀରେ ଜାତୀୟ ସ୍କଚ ଆୱାର୍ଡସ୍-୨୦୨୫ ଗଞ୍ଜାମ ଜିଲା ପାଇବାକୁ ମନୋନୀତ ହୋଇଛି। ଗଞ୍ଜାମ ଜ଼ିଲାପାଳ ଦିବ୍ୟଜ୍ୟୋତି ପରିଡା ୨୯ରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ହାବିଟାଟ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଆୱାର୍ଡ ଗ୍ରହଣ କରିବେ। ଗଞ୍ଜାମ ଜ଼ିଲା ସ୍ବାସ୍ଥ୍ୟ ଟିମକୁ ଏନେଇ ଜିଲାପାଳ ଶ୍ରେୟ ଦେଇଛନ୍ତି।
ସୂଚନାଯୋଗ୍ୟ, ଗଞ୍ଜାମ ଜ଼ିଲା ପ୍ରଶାସନ ପକ୍ଷରୁ ଗର୍ଭବତୀଙ୍କୁ ଠିକ ସ୍ବାସ୍ଥ୍ୟ ସେବା, ଟ୍ରାକିଙ୍ଗ, ମାଗଣାରେ ଉଭୟ ସରକାରୀ ଓ ଘରୋଇ ମେଡିକାଲରେ ଅଲଟ୍ରାସାଉଣ୍ଡ ପରୀକ୍ଷା, ସୁରକ୍ଷିତ ପ୍ରସବ ଆଦି ନେଇ ନିରୀକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରି ଆଦିରେ ବହୁ ସଫଳତା ପାଇଥିଲେ।


