ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଯୋଜନାରେ ୨ଟି ପଞ୍ଚାୟତ କୃତିତ୍ୱ ଲାଭ କରିଛି । ସେହିପରି ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାରରେ ଗଞ୍ଜାମ ଜିଲା ଗୌରବାନ୍ବିତ ହୋଇଛି ।ଏନେଇ କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରଣାଳୟର ଆର୍ଥିକ ପରାମର୍ଶଦାତା ବିଜୟ କୁମାର ବେହେରା ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ସମଗ୍ର ରାଜ୍ୟରେ ୫ଟି ପଞ୍ଚାୟତ ଏଥିରେ ପୁରସ୍କୃତ ହେବେ । ସେଥିରୁ ୩ଟି ଗଞ୍ଜାମ ଜିଲାରୁ ରହିଛି ।
ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଯୋଜନାରେ ଛତ୍ରପୁର ବ୍ଲକର ପୋଟଲାମପୁରକୁ ଦେଶର ୩ୟ ସୁସ୍ଥ ପଞ୍ଚାୟତ ଭାବେ ଘୋଷଣା କରାଯାଇଛି। ଏହି ପୁରସ୍କାର ବର୍ଗରେ ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତକୁ ସାମାଜିକ ସୁରକ୍ଷିତ ପଚାଂୟତ ଭାବେ ସ୍ବୀକୃତି ମିଳିଛି। ସେ ଦିତୀୟ ସ୍ଥାନ ରହିଛି। ସେହିପରି ନାନାଜୀ ଦେଶମୁଖ ସର୍ବୋତମ ପଞ୍ଚାୟତ ସତତ ବିକାଶ ପୁରସ୍କାରରେ ଗଞ୍ଜାମ ଜିଲାକୁ ଜିଲା ପଚାଂୟତ ଭାବେ ପୁରସ୍କୃତ କରାଯିବ। ସେ ଦେଶରେ ୨ୟ ସ୍ଥାନ ରହିଛି। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ପୁରସ୍କୃତ ହେବାକୁ ଥିବା ସମସ୍ତ ପଞ୍ଚାୟତବାସୀ ଓ ଜନପ୍ରତିନିଧିଙ୍କୁ ଏଥିପାଇଁ ଶୁଭେଛା ଜଣାଇଛନ୍ତି । ଏହା ଜିଲାପାଇଁ ଗୈାରବର ବିଷୟ ବୋଲି କହିଥିଲେ।
ସ୍ଥାନୀୟ ଅଞ୍ଚଳରେ ବିକାଶ ଲକ୍ଷ୍ୟକୁ ନେଇ ଧାର୍ଯ୍ୟ ଥିବା ୯ ଗୋଟି ମାନଦଣ୍ଡ ରହିଛି, ଏହି ପୋଷଣୀୟ ବିକାଶ ଧାରା କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା କରିବାରେ ସଫଳ ହୋଇପାରିଛନ୍ତି। ଫଳରେ ଗଞ୍ଜାମ ଜିଲା ସର୍ବଭାରତୀୟସ୍ତରରେ ସୁନାମ ବଜାୟ ରଖିପାରିଛି ବୋଲି ଗଞ୍ଜାମ ଜିଲାପାଳ କହିଥିଲେ। ସେହିପରି ଦୀନଦୟାଲ ଉପାଧାୟ ପଚାଂୟତ ସତତ ବିକାଶ ପୁରସ୍କାର ଯୋଜନାରେ କେନ୍ଦୁଝର ଜିଲାର ଚମ୍ପୁଆ ବ୍ଲକର ପଡୁଆ ପଞ୍ଚାୟତ ଜଳସମୃଦ୍ଧ ଏବଂ ସୁନ୍ଦରଗଡ ଜିଲାର ଲାଠିକଟା ବ୍ଲକର ହାତୀବନ୍ଧ ପଞ୍ଚାୟତକୁ ସ୍ବଛ ଓ ସବୁଜ ପଞ୍ଚାୟତ ଭାବେ ଘୋଷଣା କରାଯାଇଛି । ଏନେଇ ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତି ସଭ୍ୟ ଶମ୍ଭୁନାଥ ସ୍ବାଇଁ, ଯୁବନେତା ବନୋଜ ନାହାକଙ୍କ ଅନ୍ୟାନ୍ୟ ବ୍ୟକ୍ତିମାନେ ଛତ୍ରପୁର ବିଡ଼ିଓ ସମ୍ବିତ ସଂଗ୍ରାମଜୀତ ସାହୁଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହିତ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲାପାଳ, ଗଞ୍ଜାମ ଜିଲା ପରିଷଦର ସିଡିଓ, ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକ୍ଷୀକ ଡାକ୍ତର ସ୍ବାଧୀନ ରଥ,ପୋଟଲାମପୁର ପଞ୍ଚାୟତର ସମସ୍ତ ଷ୍ଟାପ ଏବଂ ପଞ୍ଚାୟତବାସୀଙ୍କୁ ସରପଞ୍ଚ ଏବଂ ସମିତି ସଭ୍ୟ ଧନ୍ୟବାଦ ଜଣାଇଛନ୍ତି।
Dharitri – Odisha’s No.1 Odia Daily

