୩ ବିଧାୟକଙ୍କ ପୁତ୍ରଙ୍କୁ ନେଇ ଚର୍ଚ୍ଚା

ବ୍ରହ୍ମପୁର ଅଫିସ,୪।୪: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏବେଠୁ ଶାସକ ଓ ବିରୋଧୀ ଦଳ ପକ୍ଷରୁ ପ୍ରାକ୍‌ ପ୍ରସ୍ତୁତି ଚାଲିଛି। ଦଳର ପ୍ରତିଷ୍ଠା ଦିବସ ଏବଂ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଦିବସରେ ବିଜେଡି ପକ୍ଷରୁ ଗଞ୍ଜାମ ଜିଲାର ୧୩ ନିର୍ବାଚନମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟ ରାଜନୀତି ଆରମ୍ଭ ହୋଇଛି। ମୁଖ୍ୟ ବିରୋଧୀ ଦଳ ଭାଜପାର ମଣ୍ଡଳ ଓ ବୁଥ୍‌ସ୍ତରୀୟ ସଶକ୍ତୀକରଣ ଅଭିଯାନକୁ ଜୋରଦାର କରାଯାଇଛି। ତେବେ ସର୍ବପୁରାତନ ଦଳ କଂଗ୍ରେସ ପଛରେ ପଡ଼ିଛି। ଅପରପକ୍ଷରେ ବିଜେଡିର କେତେକ ଜନପ୍ରତିନିଧି ଆଗାମୀ ନିର୍ବାଚନ ମଇଦାନକୁ ନ ଓହ୍ଲାଇ ସେମାନେ ପୁଅଙ୍କୁ ରାଜନୀତି ପାଇଁ ବାଟ ଛାଡ଼ିଦେବାର ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ୧୯୯୦ରୁ ୨୦୧୯ ମଧ୍ୟରେ ହୋଇଥିବା ୭ ନିର୍ବାଚନରେ ୨ ଥର ଜନତା ଦଳରୁ ଏବଂ ୫ ଥର ବିଜେଡିରୁ ବିଧାନସଭାକୁ ଲଗାତର ନିର୍ବାଚିତ ହୋଇଥିଲେ। ଏକାଧିକ ଥର ମନ୍ତ୍ରୀ ହୋଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ। ଶେଷରେ ସାମ୍ବିଧାନିକ ପଦ ବାଚସ୍ପତି ହୋଇଥିଲେ। ଅସୁସ୍ଥତା ଯୋଗୁ ଗତ ବର୍ଷ ଜୁଲାଇରେ ଇସ୍ତଫା ଦେଇଥିଲେ। ସେ ଦୀର୍ଘଦିନରୁ ନିର୍ବାଚନମଣ୍ଡଳୀକୁ ଆସୁନାହାନ୍ତି। ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିବା ପୁତ୍ର ବିପ୍ଳବ ପାତ୍ର ବିଧାନସଭା କ୍ଷେତ୍ରରେ ବୁଲୁଛନ୍ତି। ତେଣୁ ସୂର୍ଯ୍ୟଙ୍କ ପୁତ୍ର ଉତ୍ତରାଧିକାରୀ ହେବାର ଅନୁଗତ କର୍ମୀ ଚର୍ଚ୍ଚା କରୁଛନ୍ତି।
ଦିଗପହଣ୍ଡି ବିଜେଡି ରାଜନୀତି କ୍ରମଶଃ ରୋଚକ ହେବାରେ ଲାଗିଛି। ବିପ୍ଳବଙ୍କୁ ଚ୍ୟାଲେଞ୍ଜ କରି ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନ ମଧ୍ୟ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ କର୍ମୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଉଭୟ ବିପ୍ଳବ ଓ ବିପିନ ଆଗାମୀ ନିର୍ବାଚନରେ ବିଜେଡି ଟିକେଟ ପାଇବା ନିମନ୍ତେ କସରତ ଚଳାଇଛନ୍ତି। ବ୍ରହ୍ମପୁରର ଜଣେ ବରିଷ୍ଠ ନେତା ମଧ୍ୟ ଦିଗପହଣ୍ଡି କ୍ଷେତ୍ର ପାଇଁ ସଜବାଜ ହେଉଛନ୍ତି। ସେ ନିର୍ବାଚନମଣ୍ଡଳୀର ପ୍ରମୁଖ କର୍ମୀଙ୍କ ସହ ଯୋଗସୂତ୍ର ସ୍ଥାପନ ସହ ବେଳେବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି।
ସେହିପରି ଚିକିଟି ବିଧାନସଭା ଆସନରୁ ୧୯୯୦ ନିର୍ବାଚନରେ ଥରେ ଜନତା ଦଳରୁ ଏବଂ ୨୦୦୦ରୁ ୨୦୧୯ ମଧ୍ୟରେ ଲଗାତର ୫ ଥର ବିଜେଡିରୁ ବିଧାୟିକା ହୋଇଥିବା ଉଷା ଦେବୀ ଏବେ ନଗର ଉନ୍ନୟନ ମନ୍ତ୍ରୀ ଅଛନ୍ତି। ପୂର୍ବରୁ ମଧ୍ୟ ସେ ଦୁଇଥର କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ। ଉଷା ଦେବୀ ମଧ୍ୟ ଆଗାମୀ ନିର୍ବାଚନ ନ ଲଢ଼ିବା ସମ୍ପର୍କରେ ଅନେକେ ଚର୍ଚ୍ଚା ହେଉଛି। ତାଙ୍କ ପୁତ୍ର ଚିନ୍ମୟାନନ୍ଦ ସ୍ବରୂପ ଦେବ ଦୀର୍ଘଦିନରୁ ରାଜନୀତି କରୁଛନ୍ତି। ସ୍ବରୂପ ମୁଖ୍ୟତଃ ପାତ୍ରପୁର ବ୍ଲକରେ ଅଧିକ ସମୟ ଦେଉଛନ୍ତି। ସେହି ବ୍ଲକ ଭାଜପା ଦଖଲକୁ ଯାଇଥିବାରୁ ଏହାକୁ ହାତେଇବାକୁ ପ୍ରୟାସ କରୁଛନ୍ତି। ଉଷା ପୁତ୍ରଙ୍କୁ ପ୍ରୋଜେକ୍ଟ କରୁଥିବା ଚର୍ଚ୍ଚା ହେଉଛି। ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ପୁତ୍ର ନଚିକେତା ସ୍ବାଇଁ ମଧ୍ୟ ଆଗାମୀ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ରାଜନୀତି ମହଲରେ ମତ ପ୍ରକାଶ ପାଇଛି। ସେ ଏବେ ଯୁବ ବିଜେଡି ସଙ୍ଗଠନରେ ସକ୍ରିୟ ଅଛନ୍ତି ଏବଂ ଜୋନ୍‌ ସଭାପତି ଦାୟିତ୍ୱ ତୁଲାଉଛନ୍ତି। ଉପରୋକ୍ତ ୩ ନିର୍ବାଚନମଣ୍ଡଳୀରେ ବିଧାୟିକା ଓ ବିଧାୟକଙ୍କ ପୁତ୍ରମାନେ ରାଜନୀତିରେ ଅଧିକ ସକ୍ରିୟ ହୋଇଛନ୍ତି। ତେବେ ବିଜେଡି ମୁଖିଆ କ’ଣ ନିଷ୍ପତ୍ତି ନେବେ ସେନେଇ ଦଳର କର୍ମୀ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri