ଭୟଭୀତ କରାଉଛି କରୋନା: ରେଡ ଜୋନ୍‌ରେ ୧୬ଗାଁ, ୬ଓ୍ବାର୍ଡ

ଛତ୍ରପୁର,୧୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁରରେ କରୋନା ସଂକ୍ରମଣ ହ୍ରାସ ହେବାର ନା ନେଉନି। ଜିଲାର ବ୍ରହ୍ମପୁର ସହର ବ୍ୟତୀତ ଅନ୍ୟ ସ୍ଥାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଛତ୍ରପୁରର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁ ନ ଥିବା ବେଳେ ଏହା ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ବର୍ତ୍ତମାନ ଛତ୍ରପୁରରେ ୪୦ କରୋନା ଆକ୍ଟିଭ ମାମଲା ରହିଛି। ସେଥିମଧ୍ୟରୁ ଏନ୍‌ଏସିରେ ୧୯ ଓ ଗ୍ରାମାଞ୍ଚଳରେ ୨୧ଜଣ ଥିବା ଜଣାପଡ଼ିଛି। ତେବେ ଛତ୍ରପୁର ଏନ୍‌ଏସିରେ ଥିବା ୧୪ ୱାର୍ଡ ମଧ୍ୟରୁ ୬ଟି ୱାର୍ଡ ଓ ବ୍ଲକର ୧୬ଟି ଗାଁ ଏବେ ରେଡ ଜୋନ୍‌ରେ ରହିଛି।