Posted inରାଜ୍ୟ

କ୍ରାଇମ୍‌ବ୍ରାଞ୍ଚ ସ୍କାନର୍‌ରେ ଗଙ୍ଗଓ୍ବାର

ଭୁବନେଶ୍ୱର, ୮ା୬ (ତ୍ରିନାଥ ମହାନ୍ତି)
ବାଲିଅନ୍ତା ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମ୍‌ ବ୍ରାଞ୍ଚ(ସିବି) ସ୍କାନରକୁ ଆସିଛନ୍ତି ବରିଷ୍ଠ ଆଇପିଏସ୍‌ ଅଧିକାରୀ ଦୟାଲ ଗଙ୍ଗଓ୍ବାର। ତାଙ୍କ ଘରେ ଅବୈଧ ଭାବେ ସୌମ୍ୟଙ୍କୁ କାମ କରାଉଥିବା ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବାକୁ କ୍ରାଇମ୍‌ବ୍ରାଞ୍ଚ ରେଳପଥ ଓ ଉପକୂଳ ସୁରକ୍ଷା ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରବିବାର ସୌମ୍ୟଙ୍କ ମୌଜପୁର ସ୍ଥିତ ଘର ଓ ଅଡ଼ଶପୁରରେ ଥିବା ଜିମ୍‌କୁ ଯାଇ ପଚରାଉଚରା କରିଛି। ଆହୁରି ମଧ୍ୟ ସୌମ୍ୟଙ୍କ ସହ ଥିବା ଆର୍ଥିକ ବିବାଦ, ଜବତ ଡାଏରି ଏବଂ ନିଶିକାନ୍ତଙ୍କ ବୟାନ ଆଧାରରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼ କରୁଛି।
ଏନ୍‌ଏଚ୍‌ଆରସିରେ ହୋଇଥିବା ଅଭିଯୋଗ ଅନୁଯାୟୀ ସୌମ୍ୟ କଟକ ଜିଆର୍‌ପିରେ କନ୍‌ଷ୍ଟେବଲ ଭାବେ କାମ କରୁଥିଲେ। କିନ୍ତୁ ତାଙ୍କୁ ଆଇପିଏସ୍‌ ଅଧିକାରୀ ଦୟାଲ ଗଙ୍ଗଓ୍ବାର ଅବୈଧ ଭାବେ ନିଜ ଘରକାମରେ ଲଗାଇଥିଲେ, ଯାହାକୁ ନେଇ ସୌମ୍ୟ ମାନସିକ ଅଶାନ୍ତିରେ ଥିଲେ। ତେଣୁ ଏହି ଅଭିଯୋଗର ସତ୍ୟତା ନେଇ ତଦନ୍ତ କରିବାକୁ ରେଲଓ୍ବେ ଏବଂ କୋଷ୍ଟଗାର୍ଡ ସୁରକ୍ଷା ଏଡିଜିଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି। କିନ୍ତୁ ଏହି ରିପୋର୍ଟ ଏଡିଜି ଦେଇଛନ୍ତି କି ନା ତାହା ସ୍ପଷ୍ଟ ହୋଇନାହିଁ। ପୂର୍ବରୁ ମଧ୍ୟ ଆଇପିଏସ୍‌ ଗଙ୍ଗଓ୍ବାର ସୌମ୍ୟଙ୍କୁ ଖଟାଉଥିବା ନେଇ ଅଭିଯୋଗ କରିଥିଲେ ତାଙ୍କ ପରିବାର। ଏହି ଅଭିଯୋଗର ସତ୍ୟାସତ୍ୟ ଏବେ ସ୍ପଷ୍ଟ ହୋଇନାହିଁ। ସୌମ୍ୟଙ୍କ ଡାଏରି ହତ୍ୟାର ରହସ୍ୟ ଖୋଲିବ ବୋଲି କୁହାଯାଉଛି। ଜୀବନରେ ଯାହାକିଛି ଘଟୁଥିଲା ସବୁକିଛି ସୌମ୍ୟ ତାଙ୍କ ଡାଏରିରେ ଲେଖୁଥିଲେ। ତାଙ୍କୁ କିଏ କିଏ ମାନସିକ ନିର୍ଯାତନା ଦେଉଥିଲେ। ଚାକିରିକୁ ନେଇ ସେ ପ୍ରବଳ ମାନସିକ ଅବସାଦରେ ଥିବା ସୌମ୍ୟ ତାଙ୍କ ଡାଏରିରେ ଉଲ୍ଲେଖ କରିଛନ୍ତି। ଏଥିସହ ସେ ଲେଖିଛନ୍ତି, ମାନସିକ ସ୍ତରରେ ଭାଙ୍ଗିପଡ଼ିଛନ୍ତି ସତ, କିନ୍ତୁ ସେ ଆମତ୍ହତ୍ୟା କରିବେ ନାହିଁ। ଏପରିକି ନିଜ ଜିମ୍‌ର ସମସ୍ତ ଦାୟିତ୍ୱ ଓମ୍‌ପ୍ରକାଶଙ୍କୁ ହସ୍ତାନ୍ତରକରି କେଦାରନାଥ ଚାଲିଯିବାକୁ ଯୋଜନା କରିଥିଲେ।
ଆହୁରି ମଧ୍ୟ ଆଇପିଏସ୍‌ ଅଫିସର ଏବଂ ଜିମ୍‌ ମାଲିକ ତାଙ୍କୁ ଭୀଷଣ ମାନସିକ ନିର୍ଯାତନା ଦେଉଥିବା ଏହି ଡାଏରିରେ ଲେଖାଯାଇଛି। କ୍ରାଇମ୍‌ବ୍ରାଞ୍ଚ ଏହି ଡାଏରିକୁ ନେଇ ଛାନ୍‌ଭିନ୍‌ କରିବା ପରେ ବହୁ ତଥ୍ୟ ପାଇଛି, ଯେଉଁ ଆଧାରରେ ପୁଣି କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଏହି ହତ୍ୟା ଘଟଣାରେ ସଂପୃକ୍ତ ଥିବା ୨୪ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟମାନଙ୍କୁ ଗିରଫ ପାଇଁ କ୍ରାଇମ୍‌ବ୍ରାଞ୍ଚ ଚଢ଼ାଉ କରୁଥିଲେ ମଧ୍ୟ ସେମାନଙ୍କର ପତ୍ତା ପାଇନି। ତଦନ୍ତ ପ୍ରକ୍ରିୟାକୁ ସ୍ବଚ୍ଛ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ସମସ୍ତ ସାକ୍ଷୀ ଏବଂ ସନ୍ଦିଗ୍ଧମାନଙ୍କୁ ଜେରା ସମୟରେ ସେମାନଙ୍କର ଅଡିଓ ଏବଂ ଭିଡିଓ ରେକର୍ଡ କରାଯାଉଛି, ଯାହାକି ପରବର୍ତ୍ତୀ ସମୟରେ ତଦନ୍ତରେ ଅଧିକ ସହାୟକ ହେବ। ବର୍ତ୍ତମାନ ଏହି ସମସ୍ତ ତଥ୍ୟକୁ ଆଧାରକରି ଆସନ୍ତା ୯୦ ଦିନ ଭିତରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ପ୍ରସ୍ତୁତି ଚଲାଇଛି।
କ୍ରାଇମ୍‌ବ୍ରାଞ୍ଚ ଯେଉଁଭଳି ତଦନ୍ତ କରୁଛି ଏହାର ପର୍ଦ୍ଦାଫାଶ କରିବାରେ ବିଳମ୍ବ କରିବ, ଫଳରେ ମାମଲା ଶିଥିଳ ପଡ଼ିଯିବ ବୋଲି ସୌମ୍ୟଙ୍କ ବନ୍ଧୁ ନିଶିକାନ୍ତ କହିଛନ୍ତି। କ୍ରାଇମ୍‌ବ୍ରାଞ୍ଚକୁ ସବୁତଥ୍ୟ ଦେବାପରେ ବି ତାହା ଆଗକୁ ବଢୁ ନ ଥିବାରୁ ସନ୍ଦେହ ସୃଷ୍ଟି ହୋଇଛି। କାରଣ ଏନ୍‌ଏଚ୍‌ଆରସି ୫ ଦିନ ଭୁବନେଶ୍ୱର ଆସି ଟ୍ରକ୍‌ ଡ୍ରାଇଭରଠାରୁ ଆରମ୍ଭକରି ସମସ୍ତଙ୍କୁ ପଚରାଉଚରା କରି ଦିଲ୍ଲୀ ଫେରିଥିଲେ। କିନ୍ତୁ ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ମାମଲା ନେବାର ମାସେ ହେଲାଣି, ହେଲେ ମାମଲାରେ ଜଡ଼ିତ ସମସ୍ତ ଲୋକଙ୍କୁ ପଚରାଉଚରା କରିପାରିନାହିଁ। ଏପରିିକି ଦୁଇ ଯୁବତୀ ଏବଂ ଓମ୍‌ଙ୍କୁ ମଧ୍ୟ ଜେରା କରିନାହିଁ। ଯେଉଁମାନେ ସୌମ୍ୟଙ୍କ ଗାଡ଼ି ଚାବି ଛଡ଼ାଇ ନେଇଥିଲେ, ଆଉ ତାଙ୍କୁ ମାର ବୋଲି ଚିତ୍କାର କରି କହୁଥିଲେ ସେମାନେ ମଧ୍ୟ ଧରାପଡ଼ିନାହାନ୍ତି। ଏହି ହତ୍ୟା ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଥିଲେ ଏନ୍‌ଏଚ୍‌ଆରସି। କିନ୍ତୁ କ୍ରାଇମ୍‌ବ୍ରାଞ୍ଚ କିଭଳି ମାମଲାକୁ ହାଲୁକା ଭାବେ ନେଉଛି ବୋଲି ପ୍ରଶ୍ନ ଉଠୁଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…

ଭୁବନେଶ୍ୱର,୧୦ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁଏଇର ପର୍ଯ୍ୟଟନ ମନ୍ତ୍ରୀ ତଥା ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷ ଅବ୍‌ଦୁଲ୍ଲା ବିନ ତୌକ ଅଲ ମାରିଙ୍କ ସହ ବୈଠକ…

ପାକିସ୍ତାନକୁ ଧୂଳି ଚଟେଇଲା ଭାରତ: ଏସିଆ କପ୍‌ରେ ଏକପାଖିଆ ବିଜୟ

ନୂଆଦିଲ୍ଲୀ,୧୦।୯: କ୍ରିକେଟ୍‌ରେ ସଫଳତା ପରେ ଭାରତର ଝିଅମାନେ ଏବେ ହକିରେ ମଧ୍ୟ ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିଛନ୍ତି। ମଙ୍ଗୋଲିଆରେ ଚାଲିଥିବା ମହିଳା ଜୁନିୟର ଏସିଆ କପ୍‌ରେ…

ଓଡ଼ିଶା, ଆଇଏଚ୍‌ସି, ଆଦାନୀ ମଧ୍ୟରେ ୧୪ ନୂଆ ପ୍ରକଳ୍ପ ପାଇଁ ଏମ୍‌ଓୟୁ

ଭୁବନେଶ୍ୱର, ୧୦।୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ଦ୍ୱିତୀୟ ଦିନରେ ଓଡ଼ିଶା ବୈଦେଶିକ ନିବେଶ କ୍ଷେତ୍ରରେ ଏକ ବିରାଟ ସଫଳତା ହାସଲ କରିଛି।…

ଦୁର୍ଲଭ ସଂଯୋଗର ଚମକିବ ୪ ରାଶିର ମହିଳାଙ୍କ ଭାଗ୍ୟ! ଧନବର୍ଷା ସହ ଖୋଲିବ ସୌଭାଗ୍ୟର ଦ୍ୱାର, ଜାଣନ୍ତୁ ସେହି ରାଶି କିଏ…

ଏଥର ହରତାଳିକା ତୀଜ ଓ ଗଣେଶ ଚତୁର୍ଥୀର ସଂଯୋଗକୁ ଧାର୍ମିକ ଦୃଷ୍ଟିରୁ ବେଶ ବିଶେଷ ମନେ କରାଯାଉଛି। ହିନ୍ଦୁ ଧର୍ମରେ ଉଭୟ ପର୍ବର ରହିଛି ବିଶେଷ ମହତ୍ତ୍ୱ।…

ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ

ଖୋର୍ଦ୍ଧା,୧୦ା୯(ପ୍ରଭାତ ପାଣିଗ୍ରାହୀ): ଏମ୍‌ଏସ୍‌ଏମ୍‌ଇ ବିଭାଗର କମିଶନର-କମ୍‌-ସଚିବ ତଥା ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା, ଖୋର୍ଦ୍ଧା ଜିଲାକୁ ଦ୍ୱିତୀୟ ଥର ଗସ୍ତରେ ଆସି ଏସ୍‌ଆଇଆର ସମ୍ପର୍କିତ କାର୍ଯ୍ୟର…

ସରକାରଙ୍କ ବଡ ଘୋଷଣା: ପ୍ରତ୍ୟେକ ମହିଳାଙ୍କୁ ମିଳିବ ୧ ଲକ୍ଷ ଟଙ୍କା

ଲକ୍ଷ୍ନୌ,୧୦।୯: ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବହୁତ କମ ସମୟ ବାକି ଅଛି। ଫଳସ୍ବରୂପ ଭାଜପା ସମେତ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରସ୍ତୁତିକୁ…

ବାଇକ୍‌ରେ ମଦ ଲଦି ଏ ଦୋକାନରୁ ସେ ଦୋକାନକୁ ଚାଲାଣ

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯୁବକମାନେ ବାଇକ୍‌ରେ ଲଦି ମଦକୁ…

୪୭ ବର୍ଷରେ କମାଲ କଲେ ଏହି ବୋଲର: କ୍ରିକେଟ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: ମାତ୍ର ୮ ବର୍ଷର କ୍ୟାରିୟର ପରେ ଇମ୍ରାନ ତାହିର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାର କିଛି ବର୍ଷ ପରେ ମଧ୍ୟ ତାଙ୍କ ସ୍ପିନ ବୋଲିଂର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri