ରିଲିଜ ହେଲା ଗଙ୍ଗୁବାଇ କାଠିଆୱାଡି

ବହୁ ବାଦ-ବିବାଦ ଅନ୍ତ ଘଟାଇ ଦୀର୍ଘ ଦିନର ଅପେକ୍ଷା ପରେ ଫିଲ୍ମ ଗଙ୍ଗୁବାଇ କାଠିଆୱାଡି ରିଲିଜ ହୋଇଛି। । ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟ୍ରେଲରକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଯାହା ବର୍ତ୍ତମାନ ପ୍ରେକ୍ଷାଳୟରେ ଦେଖିବାକୁ ମିଳିଛି। ଟ୍ରେଲରରୁ ଫିଲ୍ମର କଳାକାରମାନଙ୍କ ଦମ୍‌ଦାର ଅଭିନୟ ବିଷୟରେ ଜଣାପଡ଼ୁଛି। ଇଣ୍ଡଷ୍ଟ୍ରିର ଚୁଲବୁଲି ତଥା ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ ଗଙ୍ଗୁବାଇ ଭୁମିକାରେ ନଜର ଆସିଛନ୍ତି। ଫିଲ୍ମ ‘ରାଜି’ ପରେ ଏହା ତାଙ୍କର ସବୁଠାରୁ ବଡ ଫିଲ୍ମ ବୋଲି ବିବେଚନା କରାଯାଉଛି। ଯେଉଁଥିପାଇଁ ସେ ବହୁତ ପରିଶ୍ରମ ମଧ୍ୟ କରିଛନ୍ତି । ତାଙ୍କ ବ୍ୟତୀତ ସୁପରଷ୍ଟାର ଅଜୟ ଦେବଗନ ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଏଥି ସହିତ ହୁମା କୁରେଶି, ଶାନ୍ତନୁ ମହେଶ୍ୱରୀ ଏବଂ ବିଜୟ ରାଜଙ୍କ ଭଳି କଳାକାରମାନେ ମଧ୍ୟ ଫିଲ୍ମରେ ଭିନ୍ନ ଅନ୍ଦାଜରେ ଅଭିନୟ କରିଛନ୍ତି।
ଲାଗି ରହିଥିବା ବାଦ ବିବାଦ ଉପରେ ସୁପ୍ରିମ କୋର୍ଟ ପୂର୍ଣ୍ଣଛେଦ ପକାଇଥିଲେ॥ ରିଲିଜ ହେବାକୁ ଥିବା ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ଉପରେ ରୋକ ଲଗାଇବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ‘ବଦଳିବନି ନାଁ, ଘୁଞ୍ଚିବନି ରିଲିଜ’ ଏଭଳି କିଛି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ ସୁପ୍ରିମକୋର୍ଟ।

Share