ବେଳାଭୂମିରେ ଗଣବଳାତ୍କାର: ଛାତ୍ରୀଙ୍କୁ ଜଣକ ପରେ ଜଣେ ନାବାଳକ କରିଥିଲେ …

ବ୍ରହ୍ମପୁର, ୨୨।୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମିରେ ଛାତ୍ରୀ ଗଣବଳାତ୍କାର ମାମଲାରେ ଗତ ୪ ଦିନ ଧରି କ୍ରାଇମବ୍ରାଞ୍ଚ ଟିମ୍‌ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ବ୍ରହ୍ମପୁର ମଣ୍ଡଳ କାରାଗାରରେ ଶୁକ୍ରବାର ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୀଡ଼ିତା ଓ ତାଙ୍କ ପୁରୁଷବନ୍ଧୁ ସମ୍ପୃକ୍ତ ୬ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ। ଶନିବାର ବାଳ ସୁଧାର ଗୃହରେ ଥିବା ୪ଜଣ ନାବାଳକଙ୍କୁ ଟିଆଇ ପରେଡ୍‌ରେ ପୀଡ଼ିତା ଓ ତାଙ୍କ ପୁରୁଷବନ୍ଧୁ ଚିହ୍ନଟ ମଧ୍ୟ କରିଥିବା ଜଣାପଡ଼ିଛି। ଘଟଣାଟି ସମ୍ବେଦନଶୀଳ ହୋଇଥିବାରୁ ଏହାକୁ କ୍ରାଇମବ୍ରାଞ୍ଚ ଟିମ୍‌ ଗୁରୁତର ସହ ନେଇଛି। ଜେଲରେ ଥିବା ଅଭିଯୁକ୍ତଙ୍କୁ କିପରି ଜାମିନ ନ ମିଳିବ ସେନେଇ ଟିମ୍‌ ସରକାରୀ ଓକିଲଙ୍କ ସହ ଆଲୋଚନା କରୁଛି। ଅନ୍ୟପକ୍ଷରେ ନିର୍ଦ୍ଧାରିତ ସମୟ ପୂର୍ବରୁ କୋର୍ଟରେ ମାମଲାର ଚାର୍ଜଶିଟ୍‌ ଦାଖଲ ପାଇଁ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍‌ ଏ ସମ୍ପର୍କିତ ସମସ୍ତ କାଗଜପତ୍ର ପ୍ରସ୍ତୁତ କରୁଛି।
ସୂଚନାଯୋଗ୍ୟ, ଗତ ୧୫ ତାରିଖ ଅପରାହ୍ନରେ ଜଣେ ଯୁକ୍ତ ୩ ଶେଷବର୍ଷ ଛାତ୍ରୀ ତାଙ୍କ ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଯାଇଥିଲେ। ସନ୍ଧ୍ୟାରେ ସେମାନେ ଏକ ନିରୋଳା ସ୍ଥାନରେ ବସିଥିବାବେଳେ ୪ନାବାଳକଙ୍କ ସମେତ ୧୦ଜଣ ଯୁବକ ସେଠାରେ ପହଞ୍ଚତ୍ ପ୍ରଥମେ ଛାତ୍ରୀଙ୍କ ପୁରୁଷବନ୍ଧୁଙ୍କୁ ଆକ୍ରମଣକରି କାବୁ କରିଥିଲେ। ପରେ ସେଠାରେ ଛାତ୍ରୀଙ୍କୁ ଜଣକ ପରେ ଜଣେ ବଳାତ୍କାର କରିଥିଲେ। ଏନେଇ ଗୋପାଳପୁର ଥାନାରେ ଅଭିଯୋଗ ପରେ ପୋଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ୪ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଟ(ଜେଜେବି)ରେ ହାଜର କରିଥିଲା। ପରେ ସେମାନଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା। ଏଭଳି ଏକ ଲଜ୍ଜାଜନକ ଘଟଣା ଏବେ ଜାତୀୟସ୍ତରରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାକୁ ସବୁ ମହଲରୁ ଦୃଢ଼ ନିନ୍ଦା କରାଯାଉଛି। ପୀଡ଼ିତା ଛାତ୍ରୀଙ୍କ ସୁରକ୍ଷା ସହ ତାଙ୍କର ଶିକ୍ଷା ଗ୍ରହଣରେ ଯେପରି ବାଧା ନ ହୁଏ ସେଥିପ୍ରତି କ୍ରାଇମବ୍ରାଞ୍ଚ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri