ପୁନଶ୍ଚ ଗଣେଶ୍ୱର-ସିପ୍ରା ମୁକାବିଲା

କେନ୍ଦ୍ରାପଡ଼ା,୨୧ା୪(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ବିଧାନସଭା ଆସନରେ ପୁଣିଥରେ ଗଣେଶ୍ୱର ବେହେରା ଏବଂ ଡ.ସିପ୍ରା ମଲ୍ଲିକଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। ଶନିବାର ବିଧାୟକ ଶଶିଭୂଷଣ ବେହେରାଙ୍କ ବଦଳରେ ଗଣେଶ୍ୱରଙ୍କୁ ବିଜେଡି ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଏହି ଆସନ ପାଇଁ ସିପ୍ରାଙ୍କୁ ଚୟନ କରିଛି। ଏଠାରେ ଗତ ୩ ନିର୍ବାଚନରେ ଭାଜପା ତୃତୀୟ ସ୍ଥାନରେ ରହିଥିବାବେଳେ ଦଳ ଚଳିତ ନିର୍ବାଚନ ପାଇଁ ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ।
୨୦୦୯ରେ କେନ୍ଦ୍ରାପଡ଼ା ଆସନକୁ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରଖାଯାଇଥିଲା। ସେହିବର୍ଷ ହୋଇଥିବା ନିର୍ବାଚନରେ ସିପ୍ରା ଓ ଗଣେଶ୍ୱର ବିଧାୟକ ପ୍ରାର୍ଥୀ ଭାବେ ମୁହଁାମୁହିଁ ହୋଇଥିଲେ। ସେତେବେଳେ ସିପ୍ରା ବିଜେଡିରୁ ଏବଂ ଗଣେଶ୍ୱର କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ। ଇତିମଧ୍ୟରେ ଉଭୟଙ୍କ ଦଳ ବଦଳ ହୋଇଛି। ୧୫ ବର୍ଷର ବ୍ୟବଧାନ ପରେ ଉଭୟଙ୍କ ମଧ୍ୟରେ ଲଢ଼େଇ ଏକ ରୋଚକ ସ୍ଥିତି ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି।
୨୦୦୯ ନିର୍ବାଚନରେ ୧,୧୮,୬୭୮ ମତଦାତାଙ୍କ ମଧ୍ୟରୁ ୬୨,୪୩୬ଜଣଙ୍କ ଭୋଟ ସିପ୍ରାଙ୍କୁ ମିଳିବା ପରେ ସେ ବିଜୟୀ ହୋଇଥିଲେ। ଦ୍ୱିତୀୟ ସ୍ଥାନରେ ଥିବା ଗଣେଶ୍ୱର ୪୬,୫୦୫ ଭୋଟ ପାଇଥିଲେ। ଭାଜପା ପ୍ରାର୍ଥୀ ବିଜୟ କୁମାର ମଲ୍ଲିକ ୬,୮୬୧ ଭୋଟ ପାଇଥିଲେ। ଏହି ନିର୍ବାଚନ ପରଠାରୁ ସିପ୍ରା ମୁକାବିଲା କରିବା ପାଇଁ ଆଉ ସୁଯୋଗ ପାଇ ନ ଥିଲେ। ଅପରପକ୍ଷେ ଏହି ନିର୍ବାଚନମଣ୍ଡଳୀରେ ଗଣେଶ୍ୱର ଏକାଧିକ ଥର ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇ ଭାଗ୍ୟ ପରୀକ୍ଷା କରିଛନ୍ତି। ୨୦୦୯ରେ ତାଙ୍କୁ ୩୯.୧୯ ପ୍ରତିଶତ ଜନସମର୍ଥନ ମିଳିଥିବାବେଳେ ୨୦୧୪ରେ ୪୩.୧ ପ୍ରତିଶତ ଭୋଟପାଇଥିଲେ। ସେହିପରି ୨୦୧୯ରେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କଠାରୁ ସେ ମାତ୍ର ୬,୫୮୫ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ। ଗଣେଶ୍ୱର କେନ୍ଦ୍ରାପଡ଼ା ପୌରାଞ୍ଚଳରୁ ଶଶିଭୂଷଣଙ୍କଠାରୁ ଅଧିକ ଭୋଟ ପାଇଥିଲେ। ଏହି ସଂରକ୍ଷିତ ଆସନରେ ଭୋଟରଙ୍କ ସଂଖ୍ୟା ୨,୨୮,୫୯୬ରେ ପହଞ୍ଚତ୍ଛି। ଦଳବଦଳ କରି ୨ ପ୍ରାର୍ଥୀ ମୁହଁାମୁହିଁ ହେଉଥିବା ବେଳେ ଦଳୀୟ ଅସନ୍ତୋଷକୁ ନେଇ ଗଣେଶ୍ୱର ଅଧିକ ଚିନ୍ତାରେ ଅଛନ୍ତି। ଦୀର୍ଘବର୍ଷ ଧରି ବିଜେଡିରେ ରହି କାର୍ଯ୍ୟ କରୁଥିବା ଆଶାୟୀଙ୍କ ଆଶା ଗଣେଶ୍ୱର ଆସିବା ପରେ ମଉଳିଯାଇଛି। ଏଥିପାଇଁ ଗତ ୬ ଓ ୭ ତାରିଖରେ ଆଶାୟୀ ପ୍ରାର୍ଥୀମାନେ ଖୋଲାଖୋଲି ଭାବେ ଗଣେଶ୍ୱରଙ୍କ ପ୍ରାର୍ଥତ୍ତ୍ୱ ବିରୋଧରେ ସଭାପତି ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରି କି ଭୁବନେଶ୍ୱର ଶଙ୍ଖଭବନ ଆଗରେ ଦଳୀୟ ସମର୍ଥକଙ୍କ ସହ ସିପ୍ରା ବିଧାୟକ ପ୍ରାର୍ଥୀ ହେବା ପାଇଁ ଦାବି କରିଥିଲେ। ଏନେଇ କୌଣସି ପ୍ରତିକ୍ରିୟା ନ ମିଳିବାରୁ ସେ ବିଜେଡି ଛାଡ଼ି କଂଗ୍ରେସରେ ଯୋଗଦେଇଥିଲେ। କଂଗ୍ରେସ ତାଙ୍କୁ ଶନିବାର ଏହି ଆସନରୁ ପ୍ରାର୍ଥୀ କରିବା ପରେ ସ୍ଥିତି ରୋଚକ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri