କେନ୍ଦୁଝରରେ ବଜେଟ୍‌ ପରବର୍ତ୍ତୀ ରୂପରେଖ ଉପସ୍ଥାପନ କଲେ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ

କେନ୍ଦୁଝର,୮ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ସରକାରଙ୍କ ୨୦୨୬-୨୭ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍‌ ସମ୍ପର୍କରେ ସୂଚନା ପ୍ରଦାନ କରିବା ନିମନ୍ତେ କେନ୍ଦୁଝରଠାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ଯୋଗଦେଇ ବଜେଟର ବିଭିନ୍ନ ଦିଗ ଓ ଜନକଲ୍ୟାଣକାରୀ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି। ରାଜ୍ୟର ସର୍ବାଙ୍ଗୀନ ବିକାଶକୁ ଦୃଷ୍ଟିରେ ରଖି ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍‌ ଘୋଷଣା କରାଯାଇଛି। ଏହି ବଜେଟ୍‌ରେ ଶିକ୍ଷା, ସାମାଜିକ ସୁରକ୍ଷା, ନାଗରିକ ସେବା, ଗ୍ରାମୀଣ ବିକାଶ ଓ ପ୍ରଶାସନିକ ସଂସ୍କାର ପରି ୬ଟି ପ୍ରମୁଖ ସ୍ତମ୍ଭ ଉପରେ ଗୁରୁତ୍ୱ ଦିଆଯାଇଛି। ଆର୍ଥିକ ଅଭିବୃଦ୍ଧି ଓ ପୁଞ୍ଜି ବିନିଯୋଗରାଜ୍ୟର ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ପୁଞ୍ଜି ନିବେଶକୁ ୫୮% ବୃଦ୍ଧି କରାଯାଇଛି। ରାଜ୍ୟର ସକଳ ଘରୋଇ ଉତ୍ପାଦ ବର୍ତ୍ତମାନ ୪୨,୯୫୨ କୋଟି ଟଙ୍କା ରହିଛି, ଯାହା ପୂର୍ବ ବର୍ଷ ତୁଳନାରେ ୧୨% ଅଧିକ। ସରକାରୀ ଖର୍ଚ୍ଚକୁ ସନ୍ତୁଳିତ ରଖିବା ପାଇଁ ଏକ ର୍ନିଦ୍ଦିଷ୍ଟ ସୀମା ମଧ୍ୟରେ ରଖାଯାଇଛି। ନୂଆ ଆମ୍ବୁଲାନ୍ସ ସେବା ଏବଂ ସ୍ବାସ୍ଥ୍ୟ କାର୍ଡ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରତିଟି ନାଗରିକଙ୍କ ପାଖରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ମହିଳା ଓ ଶିଶୁ କଲ୍ୟାଣମହିଳାଙ୍କ ସଶକ୍ତିକରଣ ପାଇଁ ୫୦୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଛି। ‘ମିଶନ ଶକ୍ତି’ ପାଇଁ ୨୮୦୪ କୋଟି ଟଙ୍କା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ଅଧୀନରେ ‘ମଡେଲ ସ୍କୁଲ’ ଏବଂ ‘ଏକଲବ୍ୟ ବିଦ୍ୟାଳୟ’ର ଉନ୍ନତିକରଣ ପାଇଁ ବଡ଼ ଅଙ୍କର ପାଣ୍ଠି ବରାଦ ହୋଇଛି। ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ‘ସମଗ୍ର ଶିକ୍ଷା’ ଯୋଜନାରେ ୩,୮୦୫ କୋଟି ଟଙ୍କା ରଖାଯାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧,୨୨୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି, ଯାହାଦ୍ୱାରା କେନ୍ଦୁଝର ଜିଲ୍ଲାବାସୀ ଉପକୃତ ହେବେ। ନିଯୁକ୍ତି ଓ ବୈଷୟିକ ବିକାଶରାଜ୍ୟରେ ୫୦,୦୦୦ରୁ ଅଧିକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି। ଆଧୁନିକ ଯୁଗ ସହ ତାଳ ଦେଇ ସବୁ କ୍ଷେତ୍ରରେ ଏଆଇ ବା କୃତ୍ରିମ ବୁଦ୍ଧିମତ୍ତାକୁ ଗୁରୁତ୍ୱ ଦିଆଯାଉଛି। ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ଇନଷ୍ଟିଚ୍ୟୁଟ ମାଧ୍ୟମରେ ‘ଦକ୍ଷତା ବିକାଶ’ ପ୍ରୋଗ୍ରାମ ଚାଲିଛି। ଏଥିସହ ଶିଳ୍ପ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ପାଇଁ ‘ଶିଳ୍ପ ରକ୍ଷଣାବେକ୍ଷଣ’ ପାଣ୍ଠି ଗଠନ କରାଯାଇଛି। କେନ୍ଦୁଝର ଜିଲା ପାଇଁ ସ୍ବତନ୍ତ୍ର ଡିପିଆର ପ୍ରସ୍ତୁତ କରାଯାଇଛି। ପୂର୍ବ ସରକାରଙ୍କ ଅଧା ରହିଥିବା କାମଗୁଡ଼ିକୁ ତୁରନ୍ତ ଶେଷ କରିବାକୁ କାର୍ଯ୍ୟ ଜାରି ରହିଛି। ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନା ଅଧୀନରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। କଫି ଚାଷ ପାଇଁ ୧୫୦ କୋଟି ଏବଂ ବଳଭଦ୍ର ଜୈବିକ ଚାଷ ମିଶନ ପାଇଁ ୨୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । କେନ୍ଦୁଝର ଜିଲାରେ ଚାଷୀମାନଙ୍କ ପାଇଁ ଆଧୁନିକ ଗୋଦାମ ଘର ଓ ମଡେଲ ମଣ୍ଡି ନିର୍ମାଣ କରାଯିବ। ଏଥିସହ ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ପାଇଁ ୨,୦୩୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ଏବଂ ବୁଣାକାରଙ୍କ ପାଇଁ ‘ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ଯୋଜନା’ କାର୍ଯ୍ୟକାରୀ କରାଯାଇଛି । ଜିଲାରେ ଜଳସେଚନ ସୁବିଧା ପାଇଁ ୨୦,୦୦୦ ଗଭୀର ନଳକୂପ ଖନନ ଏବଂ ଉଠା ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନାରେ ଅନେକ ନୂତନ ଚେକ ଡ୍ୟାମ ନିର୍ମାଣ କରାଯିବ। ଜଳ ଜୀବନ ମିଶନ ଏବଂ ‘ସୁଜଳା’ ଯୋଜନା ମାଧ୍ୟମରେ କେନ୍ଦୁଝରର ପ୍ରତିଟି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାକୁ ଏକ ‘ପର୍ଯ୍ୟଟନ ସ୍ଥଳୀ’ ଭାବେ ଗଢ଼ିବାକୁ ବହୁ ନୂତନ ପଦକ୍ଷେପ ନିଆଯାଇଛି। ଯୁବପିଢ଼ିଙ୍କ ଉନ୍ନତି ପାଇଁ କ୍ରୀଡ଼ା କ୍ଷେତ୍ରରେ ୧,୩୫୯ କୋଟି ଟଙ୍କା ବ୍ୟୟ କରାଯିବ, ଯାହାଦ୍ୱାରା ଜିଲାର କ୍ରୀଡ଼ାବିତ୍‌ମାନେ ଉନ୍ନତ ପ୍ରଶିକ୍ଷଣ ଓ ଭିତ୍ତିଭୂମି ପାଇପାରିବେ। ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ ଓ ସଂରକ୍ଷଣ କାର୍ଯ୍ୟ କରାଯିବାକୁ ଯୋଜନା କରାଯାଇଛି । ଏହି ବଜେଟ ଓଡ଼ିଶାର ଗ୍ରାମୀଣ ଏବଂ ସହରାଞ୍ଚଳର ବିକାଶ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ସହ ରାଜ୍ୟକୁ ଏକ ନୂତନ ଶିଖରରେ ପହଞ୍ଚାଇବ ବୋଲି ଆଶା କରାଯାଉଛି। ଏହି ସମ୍ମିଳନୀରେ କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶର୍ଜିଲ ଇମାମ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୯ା୩: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଏକ ଅଦାଲତ ସୋମବାର ଆକ୍ଟିଭିଷ୍ଟ ଶର୍ଜିଲ ଇମାମ୍‌ଙ୍କୁ ୧୦ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଭାଇ ବାହାଘରରେ ଯୋଗଦେବା…

ଚିତା ସଂଖ୍ୟା ବୃଦ୍ଧି: କୁନୋ ଜାତୀୟ ଉଦ୍ୟାନରେ ଜ୍ୱାଲାର ୫ ଛୁଆ ଜନ୍ମ

ନୂଆଦିଲ୍ଲୀ,୯ା୩: ନାମିବ୍ୟାରୁ ଅଣାଯାଇଥିବା ଚିତା ଜ୍ୱାଳା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସୋମବାର ୫ ଶାବକ ଜନ୍ମ କରିବାରୁ ଭାରତରେ ଚିତାସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଭାରତର…

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ନେପାଳରେ RSPର ଜବରଦସ୍ତ ବିଜୟ: ମୋଦି କହିଲେ…

କାଠମାଣ୍ଡୁ,୯।୩: ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (RSP) ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି। ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ନେତୃତ୍ୱରେ RSP ପୂର୍ବତନ ପ୍ରଧାନମନ୍ତ୍ରୀ କେପି…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଇରାନରେ ଏସିଡ୍‌ ବର୍ଷା: ତୈଳ ଡିପୋ ଉପରେ ବୋମାମାଡ଼ ପରେ…

ତେହରାନ,୯ା୩:ଇରାନ ରାଜଧାନୀ ତେହରାନରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍‌ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍‌ ବର୍ଷା ହୋଇଛି। ତୈଳ ଡିପୋଗୁଡ଼ିକ ଜଳୁଥିବାରୁ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri