ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମାର୍କସିଟ ଭାଇରାଲ । ଗାନ୍ଧୀଙ୍କ କଲେଜ ମାର୍କସିଟ ରାଜଘାଟରେ ଅବସ୍ଥିତ ସଂଗ୍ରହାଳୟ ଭିତରେ ରଖାଯାଇଛି । ଏ ହେଉଛି ତାଙ୍କର ମୂଳ ମାର୍କସିଟ, ଯାହା ଗୁଜୁରାଟର ଭାବନଗର ସ୍ଥିତ ସାମଲ ଦାସ କଲେଜରୁ ଆସିଛି। ଏହି ମାର୍କସିଟରେ ଗାନ୍ଧୀଙ୍କ ଇଂରାଜୀରେ ମାର୍କ ୮୯, ସେକେଣ୍ଡ ଲାଙ୍ଗୁଏଜ ଅର୍ଥାତ ମାତୃଭାଷାରେ ୪୫, ଗଣିତରେ ୫୯ ଓ ଇତିହାସରେ ମାତ୍ର ୨୦ ରହିଛି। ବିଜ୍ଞାନରେ ୩୪ ମାର୍କ ରହିଛି । ମହାତ୍ମା ଗାନ୍ଧୀଙ୍କ ମାର୍କସିଟରେ ବିଜ୍ଞାନ ଓ ଇତିହାସକୁ ମିଶାଇ କେବଳ ୫୪ ମାର୍କ ଦେଖାଯାଉଛି । ଏହି ମାର୍କସିଟ ରେ ସମସ୍ତ ପିଲାମାନଙ୍କର ମୋଟ ମାର୍କ ୩୦୦ ରୁ ଅଧିକ । ମହାତ୍ମା ଗାନ୍ଧିଙ୍କ ସମସ୍ତ ବିଷୟର ମାର୍କକୁ ମିଶାଇ ତାଙ୍କର ମୋଟ ମାର୍କ ହେଉଛି ୨୪୭ ।


