ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ ଗଣପର୍ୱ। ମହାତ୍ମା ଗାନ୍ଧୀ ଓଡ଼ିଶାକୁ ୮ଥର ଆସିଥିଲେ ୧୯୨୮ ଓ ୧୯୩୪ ମସିହାରେ। ୧୯୨୮ ମସିହାରେ ଗାନ୍ଧିଜୀ ପ୍ରଥମଥର ଝାରସୁଗୁଡ଼ା ରେଳ ଷ୍ଟେଶନରେ ଓହ୍ଲାଇ ସମ୍ୱଲପୁରଠାରେ ମହାନଦୀ ବାଲିବନ୍ଧରେ ସଭା କରି ଗୋଟିଏ ରାତି ଚନ୍ଦ୍ରଶେଖର ବେହେରାଙ୍କ ଘରେ ରହି ଫେରିଯାଇଥିଲେ। ସେହି ବର୍ଷ ସମ୍ୱଲପୁର (ଅବିଭକ୍ତ) ଜିଲାରେ ଏକ ନୂଆ ଘଟଣା ଘଟିଲା। ସେତେବେଳେ ଜିଲାରେ ଭାଦ୍ରବ ମାସରେ ନୂଆଖିଆ ପାଳନ କରାଯାଉଥିଲା। କିନ୍ତୁ ସେହି ବର୍ଷ କାର୍ତ୍ତିକ ମାସରେ ଲୋକେ ଆଉଥରେ ନୂଅଁାଖିଆ ପାଳିଲେ। ସେହି ନୂଅଁାଖିଆକୁ ଲୋକେ କହିଲେ ଗାନ୍ଧୀ ନୂଆଁଖିଆ। ଖରିଫ ଧାନ କାଟିଲା ପରେ, ବର୍ଷା ପରେ ନଡ଼ାରୁ ଆଉଥରେ ଧାନଗଛ ଉଠିଲା ଓ ଫଳିଲା। ସେହି ଧାନକୁ ମଧ୍ୟ କୃଷକମାନେ ଅମଳ କଲେ। ତାହାକୁ ଗାନ୍ଧିଜୀ ନୂଅଁାଖାଇ ଅନ୍ନ ଭାବେ ଖାଇଲେ। ୧୯୨୧ ଏପ୍ରିଲ ୨୬ ତାରିଖରେ ପ୍ରଥମ ପ୍ରଦେଶ କଂଗ୍ରେସ ସଭାପତି ଭାବରେ ଗୋପବନ୍ଧୁ ଦାସ ଝାରସୁଗୁଡ଼ା ଆସି ରାଜ୍ୟର ପ୍ରଥମ କଂଗ୍ରେସ ଅଫିସ ମୁଙ୍ଗାପଡ଼ାର ବିହାରୀ ରାମ ତନ୍ତ୍ରୀ (୧୯୩୪ ବିହାରୀ ରାମଙ୍କ ଘରେ ରାତ୍ରିଯାପନ କରିଥିଲେ), ଚୌକିପଡ଼ାର ମହାବୀର ସିଂହଙ୍କ ଘରେ ଓ ଚିନ୍ତାମଣି ପୂଝାରୀଙ୍କ ପାଞ୍ଚପଡ଼ା ଗ୍ରାମରେ କଂଗ୍ରେସ ଅଫିସ ଖୋଲିବାର ବ୍ୟବସ୍ଥା କଲେ। ଗାନ୍ଧିଜୀଙ୍କ ବାଣୀ ଏକାଦଶବ୍ରତ, କାର୍ଯ୍ୟ ଯେମିତି କି ନିଶା ନିବାରଣ, ଅସ୍ପୃଶ୍ୟତା ନିବାରଣ, ବିଦେଶୀ ବସ୍ତ୍ର ବର୍ଜନ, ଚରଖାରେ ସୂତା କାଟିବା, ମହିଳା ଶିକ୍ଷାର ବିକାଶ, କପାଚାଷ ଓ ସମବାୟ ଆଦି କାର୍ଯ୍ୟ ଜିଲା କଂଗ୍ରେସ ସଭାପତି ଚିନ୍ତାମଣିଙ୍କ ନେତୃତ୍ୱରେ ଜୋରସୋରରେ ଚାଲିଲା, ଯାହାଫଳରେ ସମ୍ୱଲପୁର ଜିଲାରେ ୪୮୦୦ ପ୍ରତ୍ୟକ୍ଷ କଂଗ୍ରେସ କର୍ମୀଙ୍କ ମଧ୍ୟରୁ କେବଳ ୨୦୦୦ରୁ ଅଧିକ କର୍ମୀ ସେମାନେ ପ୍ରସ୍ତୁତ ହୋଇ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟରେ ଲାଗିପଡ଼ିଲେ। ୧୯୨୭ ମସିହାରେ ପୁନର୍ୱାର ଗୋପବନ୍ଧୁ ଝାରସୁଗୁଡ଼ା ଆସି ମହାନଦୀର ପଉନଦୀ ଇରାବତୀ (ଇବ୍‌) ନଦୀ କୂଳସ୍ଥ ଗାନ୍ଧୀ ବିଚାରର ପ୍ରୟାଗଶାଳା ଭାବେ ପରିଚିତ ହୋଇଥିବା ପଞ୍ଚପଡ଼ା ଗ୍ରାମର ସମସ୍ତ କାର୍ଯ୍ୟ ଦେଖି ଅଭିଭୂତ ହେଲେ। ଏହାର ପ୍ରଭାବ ଜିଲାରେ ପଡ଼ିଲା। ସବୁ ବର୍ଗରୁ ଶହ ଶହ ଲୋକ ଏକତ୍ର ହୋଇ ହାତରେ ତମ୍ୱା, ତୁଳସୀ ଓ ଶାଳଗ୍ରାମ ଧରି ଶପଥ କରି ନିଶା ପୂରା ଛାଡ଼ିଦେଲେ। ଯାହାଫଳରେ ମଦ ଭାଟିଗୁଡ଼ିକ ବନ୍ଦ ହୋଇଗଲା। ଏହି କାରଣରୁ ରାଜସ୍ୱ କମିଯିବାରୁ ତତ୍କାଳୀନ ଡି.ସି. (ଆଜିର ଜିଲାପାଳ) ଜନଷ୍ଟଙ୍କ ସାହେବଙ୍କୁ ୧୯୩୦ ମସିହାରେ ଚାକିରିରୁ ନିଲମ୍ୱିତ ହେବାକୁ ପଡ଼ିଲା। ଗାନ୍ଧୀ ଏକଥା ଶୁଣି ପ୍ରଶଂସା କରି କହିଲେ, ‘ସାରା ଦେଶ ମୈ ଐସା ହୋନା ଚାହିଏ’।
୧୯୩୯ ମସିହା ଚିନ୍ତାମଣି ପୂଝାରୀ, କମଳଲୋଚନ ଲୋଇ, ଯୋଗେନ୍ଦ୍ର ପଟେଲ ଓ କଷ୍ଟରାମ ତନ୍ତ୍ରୀଙ୍କ ନେତୃତ୍ୱରେ ଦଳିତ ଗଣ୍ଡ, ଘାସି, ପାବ ଓ ମେଉଁଟ (ହରିଜନ) ସମ୍ପ୍ରଦାୟର ଲୋକମାନେ ପଞ୍ଚପଡ଼ାର ପୁରାତନ ଜଗନ୍ନାଥ ମନ୍ଦିରକୁ ପ୍ରବେଶ କଲେ (ହରିଜନ ମନ୍ଦିର ପ୍ରବେଶ)। ଏହା ସାରା ଦେଶରେ ଚହଳ ପକାଇଥିଲା। କପାଚାଷରୁ ସୂତାକଟା ଏବଂ ଖଦି ବସ୍ତ୍ରର କାର୍ଯ୍ୟ ଏକ ଗଣକାର୍ଯ୍ୟରେ ପରିଣତ ହୋଇଥିଲା। ସ୍ୱାଧୀନ ଭାରତ ନାମକ ଏକ ମୁକାକାମି ପତ୍ରିକା ମଧ୍ୟ ପ୍ରକାଶ କରାଗଲା। ଏସବୁ କାର୍ଯ୍ୟ କରୁଥିବା ଲୋକଙ୍କୁ ବହୁତ ପ୍ରତିକୂଳ ପରିସ୍ଥିତି ଦେଇ ଯିବାକୁ ପଡ଼ୁଥିଲା। ଏମାନଙ୍କୁ ନିଅଁା ପାଣି ବାସନ୍ଦ, ପୋଖରୀ ଘାଟ ବ୍ୟବହାର କରିବାକୁ ବାରଣ ଥିଲା। ଏହି ସଂସ୍କାର କାର୍ଯ୍ୟ କରୁଥିବା ଲୋକମାନେ ଯେଉଁ ପୋଖରୀ ଘାଟକୁ ଯାଇ ବ୍ୟବହାର କରୁଥିଲେ ତାକୁ ବିରୋଧୀମାନେ ଗାନ୍ଧୀଘାଟ ବା କଂଗ୍ରେସ ଘାଟ କହୁଥିଲେ। ଏହି ଅଞ୍ଚଳଗୁଡ଼ିକରେ ଗାନ୍ଧୀ ଆଦର୍ଶରେ ପରିଚାଳିତ ସଂସ୍କାରକମାନେ ଅଲଗା ନୂଅଁାଖାଇ କଲେ। ଏହି ନୂଆଁଖାଇରେ ସବୁ ଜାତି ଧର୍ମର ଲୋକ ଏକତ୍ର ହୋଇ ଘରୁ ଘରୁ ଚାଉଳ ଆଣି ଗୋଟିଏ ହାଣ୍ଡିରେ ପକାଇ ରୋଷେଇ କରୁଥିଲେ। ଯାହାକୁ ସମସ୍ତ ବର୍ଗ ଲୋକ ଏକତ୍ର ବସି ଭୋଜନ କରୁଥିଲେ । ତାହାକୁ ମଧ୍ୟ ବିରୋଧୀ ଲୋକମାନେ ଗାନ୍ଧୀ ନୂଅଁାଖାଇ କହିଲେ । ଏହି ସଂସ୍କାରମୂଳକ ଆଦର୍ଶକୁ ମନେପକାଇ ଚଳିତ ମାସ ୨୧ ତାରିଖ (ଡିସେମ୍ୱର)ରେ ପଞ୍ଚପଡ଼ା ଝାରସୁଗୁଡ଼ାଠାରେ ଗାନ୍ଧୀ ନୂଅଁାଖାଇ ଭେଟଘାଟର ଆୟୋଜନ କରାଯାଇଥିଲା। ଯାହା ଏକ ସଂହତି ଓ ସମଭାବର ବାର୍ତ୍ତା ପ୍ରେରଣ କରିବ।
ମୋ: ୯୪୩୭୮୧୮୨୩୩


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri