ସମୟର ଖେଳ

ସମ୍ପ୍ରତି ଗୁଜବ ରୋକିବା ପାଇଁ ଇଣ୍ଟରନେଟ୍‌ ଉପରେ କଟକଣା ଏକ ସହଜ ଉପାୟ ପାଲଟିଛି। ଡିଜିଟାଲ ରାଇଟ୍ସ ଆଡ୍‌ଭୋକେସି ଗ୍ରୁପ୍‌ ଆସେସ୍‌ ନାଓର ଏକ ରିପୋର୍ଟ ଅନୁସାରେ ୨୦୧୬ରୁ ୨୦୨୧ ମଧ୍ୟରେ ବିଶ୍ୱର ୩୪ ଦେଶରେ ମୋଟ ୯୩୧ ଥର ଇଣ୍ଟରନେଟ୍‌ ବନ୍ଦ କରାଯାଇଥିଲା। ସେଥିରୁ ଅର୍ଦ୍ଧାଧିକ ଅର୍ଥାତ୍‌ ୫୬୭ ଥର କେବଳ ଭାରତରେ ବନ୍ଦ ହୋଇଥିଲା। ଗତବର୍ଷ ସାରା ଭାରତରେ ୧୦୬ ଥର ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଥିଲା। ୧,୧୫୭ ଘଣ୍ଟା ସେବା ବ୍ୟାହତ ହେବା ଯୋଗୁ ଦେଶର ୫୮୩ ନିୟୁତ ଡଲାର (୪,୪୬୩ କୋଟି ୫୬ ଲକ୍ଷ ୪୬ ହଜାର କୋଟି ଟଙ୍କା) କ୍ଷତି ହୋଇଥିଲା। ଏଥିରେ ୫୯.୧ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ ବୋଲି ନିକଟରେ ଇଣ୍ଟରନେଟ୍‌ ଫାର୍ମ ‘ଟପ୍‌ ଟେନ୍‌ ଭିପିଏନ୍‌ ଡଟ୍‌ କମ୍‌’ ଦର୍ଶାଇଥିଲା। ରାସ୍ତାରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତି ନିଜ ମୋବାଇଲ ଫୋନ୍‌ରେ ପରିସ୍ଥିତିର ଭିଡିଓ ବା ଫଟୋ ଉଠାଇ ବାସ୍ତବତାକୁ ବିଶ୍ୱବ୍ୟାପୀ ଲୋକଲୋଚନକୁ ଆଣିପାରନ୍ତି। ତେଣୁ ବାକ୍‌ ସ୍ବାଧୀନତାକୁ ସଙ୍କୁଚିତ କରିବା ଅଭିସନ୍ଧି ରଖି ଅନେକ ରାଜ୍ୟର ସରକାର ଇଣ୍ଟରନେଟ୍‌ ସେବା ବନ୍ଦ କରୁଥିବା ଦେଖିବାକୁ ମିଳୁଛି। ଚାଇନା ଓ ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ ଏଭଳି କଟକଣା ଜାରି କରୁଥିବାବେଳେ ଏବେ ଭାରତ ମଧ୍ୟ ସେହି ଗୋଷ୍ଠୀରେ ନିଜକୁ ସାମିଲ କରିଛି।
କିଛି ମାସ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ବାପା ସ୍ବର୍ଗତ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବାବେଳେ ଭାରତକୁ ଇଣ୍ଟରନେଟ୍‌ ଆଣିଥିବା ଦାବି କରିଥିଲେ। ତାଙ୍କ ମନ୍ତବ୍ୟରୁ ମନେହେଉଛି ସତେ ଯେମିତି ରାଜୀବ ନିଜ ପୈତୃକ ସମ୍ପତ୍ତିରୁ ଇଣ୍ଟରନେଟ୍‌ ଉଦ୍ଭାବନ କରିଥିଲେ। ରାହୁଲଙ୍କ ଦାବି ହାସ୍ୟାସ୍ପଦ ମନେହୁଏ। ରାଜୀବଙ୍କୁ ଆମେରିକୀୟ ଡେଭେଲପର ତଥା ଇଣ୍ଟରନେଟ୍‌ର ଜନକ ଭିଣ୍ଟନ୍‌ ସର୍ଫଙ୍କ ସହ ତୁଳନା କରାଯାଇ ନ ପାରେ। ବିଶ୍ୱବ୍ୟାପୀ ଗୋଟିଏ ସମୟରେ ଇଣ୍ଟରନେଟ୍‌ର ସୃଷ୍ଟି ହୋଇଥିବାବେଳେ ୯୦ ଦଶକର ମଧ୍ୟଭାଗରେ ଏହାକୁ ଭାରତ ଦେଖିଥିଲା। ସେତେବେଳେ କଂଗ୍ରେସର ପି.ଭି. ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିଲେ। ତା’ର ଅର୍ଥ ନୁହେଁ ଯେ ନରସିଂହ ରାଓ ଭାରତରେ ଇଣ୍ଟରନେଟ୍‌କୁ ପ୍ରବେଶ କରାଇଥିଲେ। କିନ୍ତୁ ଆମ ଦେଶର ସ୍ଥିତିକୁ ଦେଖିଲେ ଜାଣିହୁଏ ଯେ, ଏଭଳି ତ୍ରୁଟି ସମସ୍ତେ କରନ୍ତି। ନୂଆ ରେଳ ସଂଯୋଗ କାର୍ଯ୍ୟକାରୀ ହେଲେ ଦାବି କରାଯାଏ, ଅମୁକ ରେଳମନ୍ତ୍ରୀଙ୍କ ଦ୍ୱାରା ଏହା କରାଯାଇଛି। ଭାରତୀୟ ବାୟୁସେନାର ରାଫାଲ ଯୁଦ୍ଧବିମାନ ମୋଦିଙ୍କ ଯୋଗୁ ଆସିଲା ବୋଲି କେତେଜଣ ଲୋକ ଦାବି କରିପାରନ୍ତି। କିନ୍ତୁ ସେହି କିଣାବିକା ପ୍ରକ୍ରିୟା ହୁଏତ ୧ ଦଶନ୍ଧି ପୂର୍ବରୁ ଗଡ଼ିଆସୁଥିଲା। ଅନେକ ହଜାର କୋଟି ଟଙ୍କାର କିଣାବିକା ନିଷ୍ପତ୍ତି ଦିନକରେ କିମ୍ବା ୫ ବର୍ଷରେ ଶେଷ ହୁଏନାହିଁ। ଅନ୍ୟପଟେ ଦେଶରେ ବୈଷୟିକ ଜ୍ଞାନର ପ୍ରବେଶ କୌଣସି ରାଜନେତାଙ୍କ ଯୋଗୁ ଘଟେ ନାହିଁ। ରୁଷିଆ ସହିତ ଯୁଦ୍ଧ ଯୋଗୁ ୟୁକ୍ରେନ୍‌ର ସେନା ତୁର୍କୀଠାରୁ ଆକ୍ରମଣକାରୀ ଡ୍ରୋନ୍‌ ପାଇପାରିଲା। ଏଥିରେ ଯଦି ଦାବି କରାଯାଏ ଯେ, ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଡ୍ରୋନ୍‌ର ଉଦ୍ଭାବକ ତେବେ ତାହାଠାରୁ ହାସ୍ୟାସ୍ପଦ କଥା ଖୋଜିବା କଷ୍ଟକର ହେବ। ସେହିଭଳି ଭାରତରେ କରୋନା ସଂକ୍ରମଣ ସମୟରେ ଦିଆଯାଉଥିବା ଟିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରେୟ ଦେବା ମଧ୍ୟ ଭୁଲ୍‌। ଏଥିରୁ ବୁଝିବାକୁ ହେବ ଯେ, ପୃଥିବୀରେ ଉନ୍ନତି ଲାଗିରହିଛି। ବିଶେଷକରି ବିଜ୍ଞାନ ଓ ବୈଷୟିକ ଜ୍ଞାନରେ ପ୍ରତ୍ୟେକ ଦିନ ନୂଆ ବିଷୟ ଜଣାପଡ଼ୁଛି। ଏହି ବିକାଶରେ ଭାରତୀୟ ରାଜନେତାମାନଙ୍କର ତିଳେ ହେଲେ ଅବଦାନ ନାହିଁ। ସେଥିପାଇଁ ଇଣ୍ଟରନେଟ୍‌ଠାରୁ ମାଗଣା କୋଭିଡ୍‌ ଟିକା ପର୍ଯ୍ୟନ୍ତ ରାହୁଲ ହୁଅନ୍ତୁ ବା ଅନ୍ୟ କାହାରି ବାହାଦୁରି ମାରିବା ଅଧିକାର ନାହିଁ। ଟିକା ପାଇଁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ମୋଟା ଅଙ୍କର ଟିକସ ବସାଇ ଲୋକଙ୍କଠାରୁ ଅର୍ଥ ଅସୁଲ କରିଥିବା ବିଷୟ ଅନେକ ମନ୍ତ୍ରୀ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri