ଜୁଆ ଆଡ୍ଡା ଉପରେ ଚଢାଉ: ୫ ଗିରଫ,୧୪ ହଜାର ଜବତ

ହିଞ୍ଜିଳିକାଟୁ,୩।୧୦(ଡି.ଏନ.ଏ.): ହିଞ୍ଜିଳିକାଟୁ ପୌରାଞ୍ଚଳର ହିଞ୍ଜିଳି ମଠ ପଦର ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ସନ୍ଧ୍ୟାରେ ହିଞ୍ଜିଳି ପୋଲିସ ଚଢ଼ାଉ କରି ୫ ଜଣ ଜୁଆଡିଙ୍କୁ ଗିରଫ କରିଛି। ପୋଲିସ ଚଢ଼ାଉ ବେଳେ ଅନ୍ୟ କିଛି ଜୁଆଡି ଖସି ପଳାଇଥିଲେ। ଜୁଆ ଆଡ୍ଡାରୁ ୧୪ ହଜାର ଟଙ୍କା ପୋଲିସ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ନଂ- ୫୩୦/୨୨ରେ ମାମଲା ରୁଜୁ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି।