Categories: ଗଞ୍ଜାମ

ଜୁଆ ଆଡ୍ଡାରେ ଚଢାଉ: ୨୨ ଗିରଫ

ପୁରୁଷୋତ୍ତମପୁର,୩୦।୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ହିଣ୍ଡୁଳା, ଆଙ୍ଗୁ ଓ ଡି ପାଟପୁର ଗ୍ରାମରେ ଗୁରବାର ପୋଲିସ ଚଢାଉ କରି ୨୨ ଜଣ ଜୁଆଡିଙ୍କୁ ଗିରଫ କରିଛି। ଏଥିସହିତ ସେମାନଙ୍କ ନିକଟରୁ ୪୬ ହଜାର ୫ଶହ ଟଙ୍କା ଜବତ କରାଯାଇଛି। ଏ ନେଇ ଥାନାରେ କେସ ନଂ. ୨୯୨/୨୦, ୨୯୩/୨୦ ଓ ୨୯୪/୨୦ରେ ମାମଲା ରୁଜୁ ହୋଇଛି ବୋଲି ଆଇଆଇସି ଜଗନ୍ନାଥ ମଲ୍ଲିକ କହିଛନ୍ତି।