ଆମ୍ବ ବଗିଚାରେ ଚାଲିଥିଲା ଜୁଆଆଡ୍ଡା: ୮ ଗିରଫ, ଟଙ୍କା ମୋବାଇଲ ଜବତ

ବ୍ରହ୍ମପୁର ଅଫିସ,୨୯।୪: ସଦର ଥାନା ଅନ୍ତର୍ଗତ ଆମ୍ବଗଡ଼ ନିକଟରେ ଥିବା ଏକ ଆମ୍ବ ବଗିଚାରେ ଜୁଆଆଡ୍ଡା ଚାଲିଥିବା ପୋଲିସ ଖବର ପାଇଥିଲା। ଗୁରୁବାର ମଧ୍ୟାହ୍ନରେ ସଦର ଥାନାଧିକାରୀ ମହେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ପୋଲିସ ଘେରିଯାଇ ଜୁଆଡ଼ିଙ୍କୁ କାବୁ କରିଥିଲା। ଘଟଣାସ୍ଥଳରୁ ୮ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେଠାରୁ ପୋଲିସ ୨୭ ହଜାର ୬୦ ଟଙ୍କା, ୫ଟି ମୋବାଇଲ ଓ ୪ଟି ସ୍କୁଟି ଜବତ କରିଛି। କେସ୍‌ ନଂ ୧୨୮/୨୧ରେ ସମସ୍ତ ଜୁଆଡ଼ିଙ୍କୁ ଆଜି କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।