ଛତ୍ରପୁର,୫ା୩(ଦିଲ୍ଲୀପ ସାମଲ): ବୁଧବାର ଚମାଖଣ୍ଡି ଥାନା ଅନ୍ତର୍ଗତ କଣାମଣା ଗ୍ରାମ କିଆ ବୁଦା ପାଖ ରେ ଅପରାହ୍ନ ଚାରିଟା ସମୟରେ ଏକ ଜୁଆ ଆଡ୍ଡା ଚାଲି ଥିବା ବେଳେ ଚମାଖଣ୍ଡି ଥାନା ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲେ,। ଏହି ଖବର ପାଇ ଚମାଖଣ୍ଡି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନିର୍ଦ୍ଦେଶକ୍ରମେ ସବ ଇନିସପେକ୍ଟର ଅଭିଜିତ ସାମଲ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବେଳେକୁ ଜୁଆଡିମାନେ ପୋଲିସକୁ ଦେଖି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ସେମାନେ ଆଣି ଥିବା ୪ ଗୋଟି ମୋଟର ସାଇକେଲ,୨ ଦୁଇ ଗୋଟି ଦାମୀ ମୋବାଇଲ ଓ ନଗଦ ୫୪ ହାଜର ଟଙ୍କା ଜବତ କରିଥିଲେ ମଧ୍ୟ ଖୁବ ଶିଘ୍ର ଫେରାର ଜୁଆଡ଼ି ମାନଙ୍କୁ ଧରାଯିବ ବୋଲି ସୂଚନା ମିଳିଛି ।


