ବିଆର୍‌ଏସ୍‌ରେ ଗମାଙ୍ଗ, ପାଙ୍ଗୀ

ଭୁବନେଶ୍ବର,୨୮।୧(ବ୍ୟୁରୋ): ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କ ଭାରତ ରାଷ୍ଟ୍ର ସମିତି(ବିଆର୍‌ଏସ୍‌) ଶୁକ୍ରବାର ଆନୁଷ୍ଠାନିକ ଭାବେ ଓଡ଼ିଶାରେ ନିଜର ପାଦ ଥାପିଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀଙ୍କ ସମେତ ଏକାଧିକ ପୂର୍ବତନ ଏମ୍‌ପି, ବିଧାୟକଙ୍କ ସମେତ ଶତାଧିକ ନେତା ଓ କର୍ମୀ ହାଇଦ୍ରାବାଦର ବିଆର୍‌ଏସ୍‌ କାର୍ଯ୍ୟାଳୟଠାରେ ପହଞ୍ଚତ୍ଥିଲେ। ସେମାନେ କେସିଆର୍‌ଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଆର୍‌ଏସ୍‌ରେ ସାମିଲ ହୋଇଛନ୍ତି। ବିଆର୍‌ଏସ୍‌ ଗଠନର ସଂକଳ୍ପ ସମ୍ପର୍କରେ ଅବଗତ କରିବା ସହ କେସିଆର୍‌ ଆରମ୍ଭରୁ ଓଡ଼ିଶା ପ୍ରତି ନିଜର ଆଭିମୁଖ୍ୟ ପୋଷଣ କରିଛନ୍ତି।
ବିଆର୍‌ଏସ୍‌ କାର୍ଯ୍ୟାଳୟଠାରେ ଓଡ଼ିଶାରୁ ଯାଇଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ଏହି ଦଳରେ ଆନୁଷ୍ଠାନିକ ଭାବେ ସାମିଲ କରାଯାଇଛି। ଏକ ସ୍ବତନ୍ତ୍ର ଚାର୍ଟର ଫ୍ଲାଇଟ୍‌ ଓ ୧୦ଟି ବସ୍‌ ଯୋଗେ ଏହି ନେତାମାନେ ହାଇଦ୍ରାବାଦରେ ପହଞ୍ଚିଥିଲେ। ବିଆର୍‌ଏସ୍‌ରେ ସାମିଲ ହୋଇଥିବା ଓଡ଼ିଶାର ନେତାମାନେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର, ତାଙ୍କ ସ୍ତ୍ରୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ଜୟରାମ, ମୟୂରଭଞ୍ଜ ପୂର୍ବତନ ଏମ୍‌ପି ରାମଚନ୍ଦ୍ର ହାଁସଦା, ପୂର୍ବତନ ବିଧାୟକ ନବୀନ ନନ୍ଦ, ରଥ ଦାସ, ଅର୍ଜୁନ ଦାସ, ରାଘବ ସେଠୀ, ଦେବରାଜ ସେଠୀ, ବୃନ୍ଦାବନ ମାଝିଙ୍କ ସମେତ ଚାଷୀନେତା ଅକ୍ଷୟ କୁମାର, ଶେଷଦେବ ନନ୍ଦ, ଆର୍‌ଟିଆଇ କର୍ମୀ ପ୍ରଦୀପ ପ୍ରଧାନ, କଂଗ୍ରେସ ନେତା କୈଳାସ ମୁଖୀ, ରାଜେଶ ପାତ୍ର, ରବୀନ୍ଦ୍ର ପ୍ରଧାନ ପ୍ରମୁଖ ବିଆର୍‌ଏସ୍‌ରେ ସାମିଲ ହୋଇଛନ୍ତି।
ଏହି ନେତାମାନଙ୍କୁ ଦଳକୁ ସ୍ବାଗତକରି କେସିଆର୍‌ କହିଛନ୍ତି, ଓଡ଼ିଶାରେ ମହାନଦୀର ମାତ୍ର ୨୫-୩୦ ପ୍ରତିଶତ ଜଳ ଉପଯୋଗ ହେଉଥିବା ବେଳେ ପ୍ରାୟ ୫୫ ପ୍ରତିଶତ ଜଳ ସମୁଦ୍ରକୁ ଯାଉଛି। ଆବଶ୍ୟକତାରୁ ଅଧିକ ଜଳ ନଷ୍ଟ ହେଉଛି। ଏହି ଜଳକୁ ଲୋକଙ୍କ ପିଇବା, ଜଳସେଚନ ଓ ବିଦ୍ୟୁତ୍‌ ଉତ୍ପାଦନ କାର୍ଯ୍ୟରେ ଉପଯୋଗ କରାଯାଇପାରନ୍ତା। ବ୍ରାହ୍ମଣୀ, ବୈତରଣୀ ସହ ଆଉ ଛୋଟ ଛୋଟ ନଦୀ ମଧ୍ୟ ଅଛି। ନଦୀଜଳ ସମୁଦ୍ରରେ ନଷ୍ଟ ହେଉଛି, କିନ୍ତୁ କାହିଁକି ଲୋକଙ୍କ କାମରେ ଲାଗିପାରୁନାହିଁ। ଓଡ଼ିଶାର ଢେଙ୍କାନାଳ ଓ ତାଳଚେରରେ ଉଚ୍ଚମାନର କୋଇଲା ମିଳୁଛି। ଓଡ଼ିଶାର କୋଇଲା ଖଣି କାହା କାମରେ ଲାଗୁଛି। ଓଡ଼ିଶାରେ ଦୀର୍ଘଦିନ ଧରି ଚାଷୀ ଆନ୍ଦୋଳନ ଜାରି ରହିଛି। ନିର୍ବାଚନ ଜିତିବା ପାଇଁ ନୂଆ ନୂଆ ପ୍ରତିଶ୍ରୁତି ଦେଇ ଭୋଟ ପାଇଲା ପରେ ସେସବୁ ଭୁଲିଯାଉଛନ୍ତି ସେ କହିଛନ୍ତି। ତେବେ ଆସନ୍ତା ଏପ୍ରିଲରେ କେସିଆର୍‌ଙ୍କ ଉପସ୍ଥିତିରେ ଏକ ବିଶାଳ ସମାବେଶ ଭୁବନେଶ୍ୱରରେ କରିବା ଲାଗି ଲକ୍ଷ୍ୟ ରହିଥିବା ଜଣାପଡ଼ିଛି।

ପ୍ରଭାବ ପଡ଼ିବ ନାହିଁ: ସପ୍ତଗିରି
ଅବିଭକ୍ତ କୋରାପୁଟ ଜିଲାର ବହୁ ନେତା ଭାରତ ରାଷ୍ଟ୍ର ସମିତି(ବିଆର୍‌ଏସ୍‌)ରେ ସାମିଲ ହୋଇଥିବାରୁ ଏଠାରେ ୨୦୨୪ ସାଧାରଣ ନିର୍ବାଚନରେ ପ୍ରଭାବ ପଡ଼ିପାରେ ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମହଲରେ ଆଲୋଚନା ହେଉଛି। ମାତ୍ର ଏହାର କିଛି ପ୍ରଭାବ ପଡିବ ନାହଁି ବୋଲି କଂଗ୍ରେସର ବରିଷ୍ଠ ନେତା ତଥା କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା ଏବଂ କୋରାପୁଟ ବିଧାୟକ ରଘୁରାମ ପଡ଼ାଲ ପ୍ରମୁଖ ଶୁକ୍ରବାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri