Posted inଫୁରସତ

ମନ୍ଦିର ନିର୍ମାଣରେ ନିଷ୍ଠା ଓ ତ୍ୟାଗ ପାଇଁ ଗଜପତି ସମ୍ମାନିତ କରୁଥିଲେ

ଆଲୋଚନାରୁ ଆମେ ଜାଣିଲେ କୋଣାର୍କରେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ବେଳେ ଦୁଇଟି ସ୍ବର୍ଣ୍ଣମୁଦ୍ରା ସ୍ମୃତିଚିହ୍ନ ସ୍ବରୂପ ପ୍ରଚଳିତ ହୋଇଥିଲା। ପ୍ରଥମେ ସୂର୍ଯ୍ୟଚିହ୍ନ ଥିବା ସ୍ବର୍ଣ୍ଣମୁଦ୍ରା ପ୍ରଚଳିତ ହୋଇଥିଲା। ଗଜପତିଙ୍କ ଅ୧୫ଙ୍କରେ ପୁନଃ ପଦ୍ମଚିହ୍ନ ଥିବା ସ୍ବର୍ଣ୍ଣମୁଦ୍ରା ମହାରାଜା ଲାଙ୍ଗୁଳା ନରସିଂହଦେବ ପ୍ରଚଳନ କରାଇଥିଲେ। ଯେଉଁମାନେ ଲେଖିଦେଇଗଲେ ବାହାର ଶିଳ୍ପୀ କୋଣାର୍କଠାରେ ମନ୍ଦିର ନିର୍ମାଣ କରିଥିଲେ, ସେମାନେ ବାହାର ରାଜା ସ୍ବର୍ଣ୍ଣମୁଦ୍ରା ପ୍ରଚଳନ କରିଥିବା କଥା ଲେଖିନାହାନ୍ତି। ଆମେ ମଧ୍ୟ ଇତିହାସରୁ ସେପରି ସୁରାକ ପାଇ ନାହୁଁ। ଓଲଟି ଓଡ଼ିଶାର ଗଜପତିଙ୍କ କଥା ପାଇଲୁ।
ଗଜପତି ଲାଙ୍ଗୁଳା ନରସିଂହଦେବ ନିର୍ବିଘ୍ନରେ ମନ୍ଦିର ନିର୍ମାଣ ପାଇଁ ଟିକିନିଖି ପଦକ୍ଷେପ ନେଇଥିଲେ। ନିର୍ମାଣ କାର୍ଯ୍ୟ ତଦାରଖ ଲାଗି ଆଠଜଣ ପରିଦର୍ଶକଙ୍କୁ ନିଯୁକ୍ତ କରିଥିଲେ। ଯେଉଁମାନଙ୍କୁ ଏବେ ଆମେ ‘ଓଭରସିଅର’ କହିପାରିବା। ସେହିପରି ପରିଦର୍ଶକଙ୍କ କାର୍ଯ୍ୟକୁ ପରିଚାଳନା ପାଇଁ ଜଣେ ଅଧୀକ୍ଷକ (ସୁପରିଣ୍ଟେଣ୍ଡେଣ୍ଟ) ନିଯୁକ୍ତ କରିଥିଲେ। ଆନନ୍ଦ ପଟ୍ଟନାୟକ ଏହି ପଦବୀରେ ରହି କାର୍ଯ୍ୟ ସମ୍ପାଦନ କରିଥିଲେ। ଏହା ବ୍ୟତୀତ ଜଣେ ଜଣେ ତତ୍ତ୍ୱାବଧାରକ ନିଯୁକ୍ତ କରିଥିଲେ।
କାର୍ଯ୍ୟ ଦେଖିବା ପାଇଁ ମହାଶ୍ରମ (ଗଜପତି) କୋଣାର୍କ ଆସି ଶିବିରରେ ରହିବା କଥା ପୂର୍ବରୁ ସୂଚନା ଦେଇଥିଲୁ। ସେ ଅଗ୍ରଗତି ଦେଖିବା ପରେ ସେମାନଙ୍କ ପ୍ରତିଦିନର ପାଉଣା ବାଦ ଉତ୍ସାହିତ କରିବା ଲାଗି ପୁରସ୍କାର ଘୋଷଣା କରୁଥିଲେ। ନିଜେ ସେମାନଙ୍କୁ ସାକ୍ଷାତ କରି ଭଲମନ୍ଦ ବୁଝି ପୁରସ୍କାର ପ୍ରଦାନ କରୁଥିଲେ।
ଗଜପତିଙ୍କ ପ୍ରତିମୂର୍ତ୍ତି ପଥରରେ ନିର୍ମାଣ କରିଥିବା ବିଶି ମହାରଣାଙ୍କୁ ଗଙ୍ଗବଂଶ ସୁନାମାଢ଼ ପୁରସ୍କାର ଦେଇଥିଲେ। ମନ୍ଦିର ପ୍ରାଚୀର ନିର୍ମାଣ ଦେଖି ସେ ଖୁସି ହୋଇ ପଥୁରିଆ ସୁନ୍ଦର ମହାପାତ୍ରଙ୍କୁ, ପଥରଜାଲି କରିଥିବା ବିଦ୍ୟାଧର ଓଝାଙ୍କୁ ପୁରସ୍କାର ଦେଇଥିଲେ। ପଥୁରିଆ ସୁନ୍ଦର ମହାପାତ୍ର ପୁରୀ ନିକଟ ଛଇତନା ଗଁାର ଲୋକ। ସେ ୨୪ ପଥୁରିଆଙ୍କ ସହାୟତାରେ ମନ୍ଦିରର ପୂର୍ବଦିଗ ପାହାଚ ନିର୍ମାଣ କରିଥିଲେ। ପାହାଚ ନିର୍ମାଣ ସହିତ ପ୍ରାଚୀର ନିର୍ମାଣ ଶେଷ ହୋଇଥିଲା। ଗଜପତିଙ୍କ ଅ୮ଙ୍କ କୁମ୍ଭ ୧୭ ଦିନରେ।
ପୁରସ୍କାର ବାବଦରେ କେବଳ ସୁନା, ରୁପା, କୁଣ୍ଡଳ, ଖଡ଼ୁ, ପାଟ, ମକୁଟା ଓ ପଗଡ଼ି ପ୍ରଦାନ କରାଯାଇଥିଲା ତାହା ନୁହେଁ, ଭୂମି ମଧ୍ୟ ପ୍ରଦାନ କରାଯାଉଥିଲା। ଏପରିକି ତ୍ୟାଗର ପରାକାଷ୍ଠା ସ୍ବରୂପ ଗ୍ରାମ ଦାନ ପୁରସ୍କାର ଆକାରରେ ଦିଆଯାଇଥିଲା। ସେଇଠି ପୁରସ୍କାର ଅଟକି ଯାଇ ନ ଥିଲା। ପୁରସ୍କାର ସ୍ବରୂପ ‘ଉପାଧି’ ବି ଦିଆଯାଉଥିଲା। ଭିଙ୍ଗୁରାଗଡ଼ (ବର୍ତ୍ତମାନ ଏହି ଗଡ଼ ପରିଚିତ ହେଉଛି ଗଡ଼ଭିଙ୍ଗୁରା ଭାବରେ) ନାୟକଙ୍କ ସାଙ୍ଗିଆ ଥିଲା ‘ମହାରଥୀ’। ସେ ସମଗ୍ର ଓଡ୍ର ଭୂଖଣ୍ଡରୁ ମନ୍ଦିର ନିର୍ମାଣ ପାଇଁ ବଛା ବଛା ଶିଳ୍ପୀଙ୍କୁ ମନୋନୀତ କରି କୋଣାର୍କରେ ପହଞ୍ଚାଇଥିଲେ। ସେଥିପାଇଁ- ତାଙ୍କୁ ‘ମହାନାୟକ’ ଉପାଧି ଦିଆଯାଇଥିଲା। ଭିଙ୍ଗୁରାଗଡ଼ ମହାନାୟକ ମହାରଥୀ ଭାବରେ ସେ ପରିଚିତ ହେଲେ।
– ଶ୍ରୀପଦ୍ମକେଶର ମନ୍ଦିରରେ ଉପାସନା ଆରମ୍ଭ ହେବା ପରେ ମନ୍ଦିର ସେବାର ତଦାରଖ ଦାୟିତ୍ୱ ଏହାଙ୍କୁ ଦିଆଯାଇଥିଲା। ଭିଙ୍ଗୁରାଗଡ଼ ମହାନାୟକଙ୍କୁ କେବଳ ଅଧିକାର ମିଳିଥିଲା ଭୋଗବେଳେ ସୁନା ବେତ ଧରି ଠିଆ ହୋଇ ଜଗିବା ପାଇଁ। ଏହି ସୁନା ବେତ ୨୭ ତୋଳା ସୁନାରେ ତିଆରି ହୋଇଥିଲା। ଏହା ହେଉଛି ଶିଳ୍ପୀଙ୍କର ତଥା ସହଯୋଗୀଙ୍କ ମନୋବଳ ବଢ଼େଇବାର ଗୋଟିଏ ଗୋଟିଏ ଉଦାହରଣ। ମନ୍ଦିର ନିର୍ମାଣବେଳେ ଅଘଟଣ ଘଟିଛି। ରୋଗ ବ୍ୟାଧିରେ କେହି କେହି ଶିବିରରେ ଦେହତ୍ୟାଗ କରିଛନ୍ତି। ମାତ୍ର ସେମାନଙ୍କୁ ତଥା ସେମାନଙ୍କ ପରିବାରକୁ ହତାଦର କରାଯାଇ ନାହିଁ। ମୁଖ୍ୟ ପଥରଶିଳ୍ପୀ ମୁକୁନ୍ଦ ମହାପାତ୍ର ନିମୋନିଆରେ ଚାଲିଗଲେ। ତାଙ୍କ ସତ୍କାର ପାଇଁ ପୁଅ ଧଡ଼ିଆଙ୍କୁ ଦୁଇମାଢ଼ ସୁନା, ପୁଣି ଅକାଳ ମୃତ୍ୟୁ ପାଇଁ ୩୦ ମାଢ଼ ସୁନା ଦିଆଯାଇଥିଲା। ଯାହାଦ୍ୱାରା ପାରିବାରିକ ସମସ୍ୟାର ନିରାକରଣ ହୋଇପାରିବ। ଆଉ ବିଘ୍ନ ଶିଳ୍ପୀମାନଙ୍କ ଉପରେ ନ ଆସୁ ସେଥିପାଇଁ ‘ଅପସାରଣ ପୂଜା’ କରାଯାଇଥିଲା ବ୍ରାହ୍ମଣ ପୁରୋହିତମାନଙ୍କ ଦ୍ୱାରା। ଦେବୀ ଗଙ୍ଗେଶ୍ୱରୀ ମନ୍ଦିରରେ ଦୁଇ ମାଢ଼ ଖର୍ଚ୍ଚ କରାଯାଇ ଚଣ୍ଡୀପାଠ କରାଯାଇଥିଲା। ଇୟେ କ’ଣ ଶିଳ୍ପୀଙ୍କୁ ନିର୍ଯାତନା ବା ଅବହେଳା କରିବାର ନିଦର୍ଶନ ନା ସହଯୋଗର ନିଦର୍ଶନ!!
ସେ ସମୟରେ ମୟୂରଭଞ୍ଜର ରାଜା ଥିଲେ ଚକ୍ରଧର ଭଞ୍ଜ। ସେ ମଧ୍ୟ କୋଣାର୍କଠାରେ ନିର୍ମାଣ ହେଉଥିବା ମନ୍ଦିର ପାଇଁ ଯେପରି ସହଯୋଗର ହାତ ବଢ଼ାଇଥିଲେ ତାହା ସ୍ମରଣଯୋଗ୍ୟ। ଦଶଜଣ ଶିଳ୍ପୀ ପଠାଇଥିଲେ ମୟୂରଭଞ୍ଜରୁ କେବଳ ସୂକ୍ଷ୍ମ କାରୁକାର୍ଯ୍ୟ କରିବା ପାଇଁ। ଖର୍ଚ୍ଚ ତ ଦିଆଗଲା, କିନ୍ତୁ ଗଜପତିଙ୍କ ଆଦେଶରେ ତାଙ୍କ ସମ୍ମାନ ସ୍ବରୂପ ୧୨ଯୋଡ଼ା ଧୋତି ବି ଦିଆଯାଇଥିଲା। ସେମାନେ ବିଦ୍ୟାଧର ମହାରଣାଙ୍କ ନେତୃତ୍ୱରେ ଜାଲି ଭାସ୍କର୍ଯ୍ୟ କାମରେ ସହଯୋଗ କରିଥିଲେ।
ଓଡ଼ିଶାର ଶିଳ୍ପୀମାନେ ଶୃଙ୍ଖଳାର ସହ ନିଷ୍ଠାବାନ ହୋଇ ସେତେବେଳେ ମନ୍ଦିର ନିର୍ମାଣକାର୍ଯ୍ୟକୁ ନିର୍ବିଘ୍ନରେ କରିବା ପାଇଁ ବଦ୍ଧପରିକର ଥିଲେ। ସେତିକି ତ୍ୟାଗ ମାନସିକତା ନ ଥିଲେ ଗୋଟାଏ ଜାତିର ସର୍ବଶ୍ରେଷ୍ଠ କଳାନୈପୁଣ୍ୟ ପାଇଁ ଏମାନେ ଜୀବନକୁ ଉତ୍ସର୍ଗ କରି ନ ଥାନ୍ତେ। ବାସ୍ତବରେ ଏମାନେ ୧୨ ବର୍ଷ କାମ କରି ନ ଥିଲେ। ଉପାସନା ଆରମ୍ଭ ହେବା ପରେ ବି କାମ ଅବ୍ୟାହତ ରହିଥିଲା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri