ଆଜି ଗଜଲକ୍ଷ୍ମୀଙ୍କ ମେଲଣ

କେନ୍ଦ୍ରାପଡ଼ା ଅଫିସ,୧୬ା୧୦: ଆସନ୍ତା ରବିବାର ଓ ସୋମବାର ଦୁଇଦିନ ଧରି କେନ୍ଦ୍ରାପଡ଼ା ସହରର ୩ ସ୍ଥାନରେ ମା’ଗଜଲକ୍ଷ୍ମୀଙ୍କ ମେଲଣ ପର୍ବ ଓ ଭସାଣି ଅନୁଷ୍ଠିତ ହେବ । ଏଥିପାଇଁ ମେଳଣ କମିଟି, ଶାନ୍ତି କମିଟି, ପୋଲିସ ପ୍ରଶାସନ ସମେତ ପୂଜା କମିଟି କର୍ମକର୍ତ୍ତାଙ୍କ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି । ସହରର ପୁରୁଣା ବସ୍‌ଷ୍ଟାଣ୍ଡ, କେଶପୁର ଓ ନୂଆ ବସ୍‌ଷ୍ଟାଣ୍ଡ ଠାରେ ହେବାକୁ ଥିବା ମେଳଣ ପର୍ବ ପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି । ଭସାଣି ଉତ୍ସବକୁ ଶାନ୍ତି ଶୃଙ୍ଖଳା ଓ ସରସସୁନ୍ଦର କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଅପରପକ୍ଷେ ଏହି ଗଣପର୍ବର ଆରମ୍ଭରୁ ସହରର ବିଭିନ୍ନ ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କଳାକାର ପହଞ୍ଚତ୍ ଥିବା ବେଳେ ମେଳଣ ଓ ଭସାଣି ପାଇଁ ଜିଲା ଏବଂ ବାହାର ରାଜ୍ୟରୁ କଳାକାର ଆସିଛନ୍ତି । ଶନିବାର ୭ମ ଦିନରେ ମା’ଙ୍କ ମଣ୍ଡପରେ ପୂର୍ଣ୍ଣାହୁତି ପର୍ବ ଆରମ୍ଭ ହୋଇଛି । ମଧ୍ୟରାତ୍ର ସୁଦ୍ଧା ପୂଜା ପୀଠର ଅସ୍ଥାନ ବିସର୍ଜନ ହେବ । ଗତ ୭ ଦିନ ଧରି ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କୁ ଷୋଢ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା । ଏବେ ୨ ଦିନ ମେଳଣ ମଣ୍ଡପରେ ଦେବୀଙ୍କ ଦର୍ଶନ ମିଳିବ । ସହରର ସମସ୍ତ ମୁଣ୍ମୟୀ ପ୍ରତିମା ମେଳଣରେ ଏକତ୍ର ହେବା ସହ ଭୋଗଲାଗି ଦୃଶ୍ୟ ପାଇଁ ଶ୍ରଦ୍ଧାଳୁଙ୍କ ଉତ୍କଣ୍ଠା ବଢ଼ିଛି।
କେଶପୁର ବଜାରରେ ହେଉଥିବା ମେଳଣରେ ପ୍ରାୟ ୩୦ ମେଢ଼ ସାମିଲ ହୋଇଥାନ୍ତି । ସେହିପରି ନୂଆ ବସ୍‌ଷ୍ଟାଣ୍ଡରେ ଅବଶିଷ୍ଟ ମେଢ଼ ଏକତ୍ର ହୁଅନ୍ତି । ତେବେ ପୁରୁଣା ବସ୍‌ଷ୍ଟାଣ୍ଡରେ ସମସ୍ତ ମେଢ଼ ଏକତ୍ର ହେବା ଏହି ସହରର ଏକ ପାରମ୍ପରିକ ବିଧି ରହିଛି । ପୁରୁଣା ବସ୍‌ଷ୍ଟାଣ୍ଡ ମେଳଣର ପରମ୍ପରା ଅନୁଯାୟୀ, ଏହି ସ୍ଥାନର ମା’ ଗଜଲକ୍ଷ୍ମୀ ପ୍ରଥମେ ପୂଜା ମଣ୍ଡପ ଛାଡନ୍ତି। ଦୀର୍ଘ ୯୫ ବର୍ଷର ଏହି ଗଜଲକ୍ଷ୍ମୀଙ୍କ ପୂଜାରେ ଅନେକ ଆଳଙ୍କାରିକ ଓ ସାଜସଜ୍ଜା ପରିବର୍ତ୍ତନ ହୋଇଥିଲେ ମଧ୍ୟ ମେଳଣ ସମୟରେ ପାରମ୍ପରିକ ବିଧିକୁ ଗୁରୁତ୍ୱ ଦିଆଯାଉଥିବା କମିଟିର କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ଜନଶ୍ରୁତି ଅନୁଯାୟୀ, ମେଳଣ ପରମ୍ପରା ଆରମ୍ଭରୁ ପୁରୁଣା ବସ୍‌ଷ୍ଟାଣ୍ଡର ମା’ଗଜଲକ୍ଷ୍ମୀ ଅନ୍ୟ ମେଢ଼କୁ ନିମନ୍ତ୍ରଣ କରି ନିଜ ଆସ୍ଥାନରେ ବସିଥାନ୍ତି । ତେବେ ମେଳଣର ଥାନପତି ଭାବେ ନୂଆ ବସ୍‌ଷ୍ଟାଣ୍ଡର ମେଢ଼କୁ ବରଣ କରାଯାଏ। ନୂଆ ବସ୍‌ଷ୍ଟାଣ୍ଡର ମା’ଗଜଲକ୍ଷ୍ମୀ ସର୍ବ ପ୍ରଥମେ ଆସି ମେଲଣ ମଣ୍ଡପରେ ଆସ୍ଥାନ ଥାପିଥାନ୍ତି । ପରେ ଅନ୍ୟ ମେଢ଼ ମେଲଣ ପଡ଼ିଆକୁ ପ୍ରବେଶ କରିଥାଆନ୍ତି । ସେହିପରି ପ୍ରଥମେ ନୂଆ ବସ୍‌ଷ୍ଟାଣ୍ଡ ମେଢ଼ ଓ ଶେଷରେ ପୁରୁଣା ବସ୍‌ଷ୍ଟାଣ୍ଡ ମେଢ଼ ଭସାଣି ଉତ୍ସବରେ ସାମିଲ ହୋଇଥାନ୍ତି । ଏହି ୨ ଦିନ ଉତ୍ସବରେ ବିଭିନ୍ନ ବାଦ୍ୟ, ରୋଷଣୀ, ଅଭିନୟ ମାଧ୍ୟମରେ ମା’ଙ୍କ ବିସର୍ଜନ କରାଯାଇଥାଏ । ସନ୍ଧ୍ୟା ସୁଦ୍ଧା ମା’ଙ୍କ ପୀଠରେ ଶେଷ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ବେଶ ଜମିଥିଲା । ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିବା ଏସ୍‌ଡିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri