ଆଜି ଗଜଲକ୍ଷ୍ମୀଙ୍କ ମେଲଣ

କେନ୍ଦ୍ରାପଡ଼ା ଅଫିସ,୧୬ା୧୦: ଆସନ୍ତା ରବିବାର ଓ ସୋମବାର ଦୁଇଦିନ ଧରି କେନ୍ଦ୍ରାପଡ଼ା ସହରର ୩ ସ୍ଥାନରେ ମା’ଗଜଲକ୍ଷ୍ମୀଙ୍କ ମେଲଣ ପର୍ବ ଓ ଭସାଣି ଅନୁଷ୍ଠିତ ହେବ । ଏଥିପାଇଁ ମେଳଣ କମିଟି, ଶାନ୍ତି କମିଟି, ପୋଲିସ ପ୍ରଶାସନ ସମେତ ପୂଜା କମିଟି କର୍ମକର୍ତ୍ତାଙ୍କ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି । ସହରର ପୁରୁଣା ବସ୍‌ଷ୍ଟାଣ୍ଡ, କେଶପୁର ଓ ନୂଆ ବସ୍‌ଷ୍ଟାଣ୍ଡ ଠାରେ ହେବାକୁ ଥିବା ମେଳଣ ପର୍ବ ପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି । ଭସାଣି ଉତ୍ସବକୁ ଶାନ୍ତି ଶୃଙ୍ଖଳା ଓ ସରସସୁନ୍ଦର କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଅପରପକ୍ଷେ ଏହି ଗଣପର୍ବର ଆରମ୍ଭରୁ ସହରର ବିଭିନ୍ନ ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କଳାକାର ପହଞ୍ଚତ୍ ଥିବା ବେଳେ ମେଳଣ ଓ ଭସାଣି ପାଇଁ ଜିଲା ଏବଂ ବାହାର ରାଜ୍ୟରୁ କଳାକାର ଆସିଛନ୍ତି । ଶନିବାର ୭ମ ଦିନରେ ମା’ଙ୍କ ମଣ୍ଡପରେ ପୂର୍ଣ୍ଣାହୁତି ପର୍ବ ଆରମ୍ଭ ହୋଇଛି । ମଧ୍ୟରାତ୍ର ସୁଦ୍ଧା ପୂଜା ପୀଠର ଅସ୍ଥାନ ବିସର୍ଜନ ହେବ । ଗତ ୭ ଦିନ ଧରି ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କୁ ଷୋଢ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା । ଏବେ ୨ ଦିନ ମେଳଣ ମଣ୍ଡପରେ ଦେବୀଙ୍କ ଦର୍ଶନ ମିଳିବ । ସହରର ସମସ୍ତ ମୁଣ୍ମୟୀ ପ୍ରତିମା ମେଳଣରେ ଏକତ୍ର ହେବା ସହ ଭୋଗଲାଗି ଦୃଶ୍ୟ ପାଇଁ ଶ୍ରଦ୍ଧାଳୁଙ୍କ ଉତ୍କଣ୍ଠା ବଢ଼ିଛି।
କେଶପୁର ବଜାରରେ ହେଉଥିବା ମେଳଣରେ ପ୍ରାୟ ୩୦ ମେଢ଼ ସାମିଲ ହୋଇଥାନ୍ତି । ସେହିପରି ନୂଆ ବସ୍‌ଷ୍ଟାଣ୍ଡରେ ଅବଶିଷ୍ଟ ମେଢ଼ ଏକତ୍ର ହୁଅନ୍ତି । ତେବେ ପୁରୁଣା ବସ୍‌ଷ୍ଟାଣ୍ଡରେ ସମସ୍ତ ମେଢ଼ ଏକତ୍ର ହେବା ଏହି ସହରର ଏକ ପାରମ୍ପରିକ ବିଧି ରହିଛି । ପୁରୁଣା ବସ୍‌ଷ୍ଟାଣ୍ଡ ମେଳଣର ପରମ୍ପରା ଅନୁଯାୟୀ, ଏହି ସ୍ଥାନର ମା’ ଗଜଲକ୍ଷ୍ମୀ ପ୍ରଥମେ ପୂଜା ମଣ୍ଡପ ଛାଡନ୍ତି। ଦୀର୍ଘ ୯୫ ବର୍ଷର ଏହି ଗଜଲକ୍ଷ୍ମୀଙ୍କ ପୂଜାରେ ଅନେକ ଆଳଙ୍କାରିକ ଓ ସାଜସଜ୍ଜା ପରିବର୍ତ୍ତନ ହୋଇଥିଲେ ମଧ୍ୟ ମେଳଣ ସମୟରେ ପାରମ୍ପରିକ ବିଧିକୁ ଗୁରୁତ୍ୱ ଦିଆଯାଉଥିବା କମିଟିର କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ଜନଶ୍ରୁତି ଅନୁଯାୟୀ, ମେଳଣ ପରମ୍ପରା ଆରମ୍ଭରୁ ପୁରୁଣା ବସ୍‌ଷ୍ଟାଣ୍ଡର ମା’ଗଜଲକ୍ଷ୍ମୀ ଅନ୍ୟ ମେଢ଼କୁ ନିମନ୍ତ୍ରଣ କରି ନିଜ ଆସ୍ଥାନରେ ବସିଥାନ୍ତି । ତେବେ ମେଳଣର ଥାନପତି ଭାବେ ନୂଆ ବସ୍‌ଷ୍ଟାଣ୍ଡର ମେଢ଼କୁ ବରଣ କରାଯାଏ। ନୂଆ ବସ୍‌ଷ୍ଟାଣ୍ଡର ମା’ଗଜଲକ୍ଷ୍ମୀ ସର୍ବ ପ୍ରଥମେ ଆସି ମେଲଣ ମଣ୍ଡପରେ ଆସ୍ଥାନ ଥାପିଥାନ୍ତି । ପରେ ଅନ୍ୟ ମେଢ଼ ମେଲଣ ପଡ଼ିଆକୁ ପ୍ରବେଶ କରିଥାଆନ୍ତି । ସେହିପରି ପ୍ରଥମେ ନୂଆ ବସ୍‌ଷ୍ଟାଣ୍ଡ ମେଢ଼ ଓ ଶେଷରେ ପୁରୁଣା ବସ୍‌ଷ୍ଟାଣ୍ଡ ମେଢ଼ ଭସାଣି ଉତ୍ସବରେ ସାମିଲ ହୋଇଥାନ୍ତି । ଏହି ୨ ଦିନ ଉତ୍ସବରେ ବିଭିନ୍ନ ବାଦ୍ୟ, ରୋଷଣୀ, ଅଭିନୟ ମାଧ୍ୟମରେ ମା’ଙ୍କ ବିସର୍ଜନ କରାଯାଇଥାଏ । ସନ୍ଧ୍ୟା ସୁଦ୍ଧା ମା’ଙ୍କ ପୀଠରେ ଶେଷ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ବେଶ ଜମିଥିଲା । ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିବା ଏସ୍‌ଡିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

ଇଟାଲୀକୁ ହରାଇ ସ୍କଟଲାଣ୍ଡର ବିଜୟ ଅଭିଯାନ ଆରମ୍ଭ

କୋଲକାତା,୯ା୨- ଟି୨୦ ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡ ୭୩ ରନର ବ୍ୟବଧାନରେ ଇଟାଲୀକୁ ପରାସ୍ତ କରିଛି। ଏହି ବିଜୟ ସହ ସ୍କଟଲାଣ୍ଡ ଟି୨୦ ବିଶ୍ୱକପ୍‌ ଲାଗି…

ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବାଙ୍କି , ୯।୨( ଶୁଭେନ୍ଦୁ ମହାପାତ୍ର): ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ । ଏଭଳି ଘଟଣା ବାଙ୍କି ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ପଞ୍ଚାୟତସ୍ଥିତ କୁମୁସର…

“ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ କୌଣସି ବାଧା ସହିବୁ ନାହିଁ”: ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ,୯।୨: ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ସବୁ ରାଜ୍ୟ ସରକାରଙ୍କୁ ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ…

ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା, କହିଲେ ବିଜେଡି କିଣା ବିକାରେ…

ଭୁବନେଶ୍ୱର,୯।୨: ବିଧାୟିକା ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା। ଦାସବର୍ମା କହିଛନ୍ତି, ବିଜେଡି କିଣାବିକାରେ ବିଶ୍ୱାସ କରେନି।ସେଠାକାର ଜନପ୍ରତିନିଧି ପ୍ରଥମେ ବ୍ରହ୍ମଗିରିବାସୀଙ୍କ ଆକାଂକ୍ଷା ପୂରଣ…

ସ୍ୱର୍ଣ୍ଣରୁ ବଞ୍ଚିତ ହେଲେ ମନୁ ଭାକର

ନୂଆଦିଲ୍ଲୀ, ୯ା୨: ଅଲିମ୍ପିକ ଡବଲ ବ୍ରୋଞ୍ଜ ପଦକ ବିଜେତା ମନୁ ଭାକର ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ଅଳ୍ପକେ ସ୍ୱର୍ଣ୍ଣ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି।…

ଏହି ଗୋଟିଏ ସର୍ତ୍ତ ସହିତ ଭାରତ ବିପକ୍ଷରେ ଖେଳିବାକୁ ରାଜି ହେଲା ପାକିସ୍ତାନ! ଜାଣନ୍ତୁ କ’ଣ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ,୯।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ହେବାର ସମ୍ଭାବନା ଉପରେ ଆଲୋଚନା ଚାଲିଛି। ଆଇସିସି କାର୍ଯ୍ୟସୂଚୀ ଅନୁଯାୟୀ, ଫେବୃଆରୀ ୧୫ ତାରିଖରେ ଶ୍ରୀଲଙ୍କାର କଲମ୍ବୋରେ ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri