Categories: ବାଣିଜ୍ୟ

ରୁଷିଆ ସହ କାରବାର ଜାରି ରଖିଛି ଗେଲ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ୍‌ ଗ୍ୟାସ୍‌ ୟୁଟିଲିଟି ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ ୟୁଏସ୍‌ ଡଲାର ବିନିମୟରେ ରୁଷିଆର ଗାଜପ୍ରୋମ୍‌ର ଇମ୍ପୋର୍ଟ କରୁଥିବା ଏଲ୍‌ଏନ୍‌ଜି ପାଇଁ ଦେୟ ଜାରି ରଖିଛି। ଏହାଛଡା ‘ୟୁରୋ’ ଭଳି ଅନ୍ୟ କୌଣସି ମୁଦ୍ରା ପ୍ରଦାନ କରିବାକୁ ହେଲେ ବିନିମୟ ଦରରେ ନିରପେକ୍ଷତା ରଖିବାକୁ ପଡ଼ିବ ବୋଲି ମଧ୍ୟ ଉଭୟ ପକ୍ଷରୁ କୁହାଯାଇଛି। ବିତରଣ ଭିତ୍ତିରେ ରୁଷିଆର ଗାଜପ୍ରୋମ୍‌ରୁ ବାର୍ଷିକ ୨.୫ ମିଲିୟନ୍‌ ଟନ୍‌ ତରଳ ପ୍ରାକୃତିକ ଗ୍ୟାସ୍‌ (ଏଲ୍‌ଏନ୍‌ଜି) ପ୍ରାପ୍ୟ ପାଇଁ ଗେଲ୍‌ ପକ୍ଷରୁ ପୂର୍ବରୁ ଚୁକ୍ତି ହୋଇଛି। ଗାଜ୍‌ପ୍ରୋମ୍‌ ସହିତ ହୋଇଥିବା ଚୁକ୍ତି ଅନୁଯାୟୀ ୟୁଏସ୍‌ ଡଲାର ବିନିମୟରେ ଏହି ମାଲ୍‌ କ୍ରୟ କରାଯାଇଥାଏ। ଏଲ୍‌ଏନ୍‌ଜି କାର୍ଗୋ ବିତରଣର ୫-୭ ଦିନ ମଧ୍ୟରେ ଏହି ଦେୟ ପୈଠ କରିବାକୁ ପଡ଼ିଥାଏ।

Share