ବିଗୁଡୁଛି ଗହୀରମଥା ପରିବେଶ

କେନ୍ଦ୍ରାପଡ଼ା ଅଫିସ, ୧୮ା୧୨: ପ୍ରତିରକ୍ଷା ବିଭାଗ ପାଇଁ ସୁପର ସୋନିକ କ୍ଷେପଣାସ୍ତ୍ର ସହାୟକ ଟର୍ପେଡୋ(ସ୍ମାର୍ଟ) ସିଷ୍ଟମର ସଫଳ ପରୀକ୍ଷଣ ଗତ ୧୩ ତାରିଖରେ ହୁଇଲର ଦ୍ୱୀପରୁ କରାଯାଇଛି। ଡିସେମ୍ବରରେ ଏହି ପରୀକ୍ଷା ବ୍ୟତୀତ ଦି’ ଡିଫେନସ୍‌ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ (ଡିଆରଡିଓ) ପକ୍ଷରୁ ଦୁଇମାସ ମଧ୍ୟରେ ଏଠାରେ ଲଗାତାର ମିସାଇଲ ପରୀକ୍ଷଣ ଜାରି ରହିଛି। ଏହି ପରୀକ୍ଷଣ ଜାତୀୟ ଉଦ୍ୟାନ ଭିତରକନିକା ନିକଟ ହୁଇଲର ଦ୍ୱୀପ (ଡ. ଅବଦୁଲ କାଲାମ ଦ୍ୱୀପ)ରେ ମଧ୍ୟ କରାଯାଉଛି। ଏହି ମିସାଇଲ ପରୀକ୍ଷଣ ସମୟରେ ଉତ୍ପନ୍ନ ଆଲୋକ ଓ ଧୂଅଁାର ପ୍ରଭାବ ସିଧାସଳଖ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବିରଳ ଅଲିଭ ରିଡଲେଙ୍କ ଅନୁଡିଶାଳ ଭାବେ ପରିଚିତ ଗହୀରମଥା ଉପରେ ପଡୁଛି। ଫଳରେ ଚଳିତବର୍ଷ ଆସିଥିବା କଇଁଛଙ୍କ ଉପରେ ଏହା ପ୍ରଭାବ ପକାଇବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଏ ସମ୍ପର୍କରେ ବନ୍ୟଜନ୍ତୁ ସୁରକ୍ଷା ସମିତି ସଭାପତି ବିଶ୍ୱଜିତ ମହାନ୍ତି କୁହନ୍ତି, ଜାତୀୟ ଉଦ୍ୟାନ ଭିତରକନିକାର ପରିବେଶ ଏବେ ବିଗିଡିବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟ ସହିତ ତାଳ ଦେଇ ମନୁଷ୍ୟକୃତ କ୍ଷତି ବଢ଼ିଚାଲିଛି। ଗତ ୧୫ ତାରିଖରେ ଇକୋ ରିଟ୍ରିଟ ପେଣ୍ଠ ବେଳାଭୂମିରେ ଆରମ୍ଭ ହୋଇଛି। ଶିବିର ଶେଷରେ କୁଢ଼କୁଢ଼ ପଲିଥିନ ଗଦା ହେବା ସ୍ବାଭାବିକ। ଏହି ପଲିଥିନ ଅଲିଭ ରିଡଲେଙ୍କ ପାଇଁ ବିପଦ ସାଜୁଥିବା ବେଳେ ଏବେ ନିକଟସ୍ଥ ହୁଇଲର ଦ୍ୱୀପରୁ ଲାଗାତର ମିସାଇଲ ଟେଷ୍ଟିଂ ହେଉଛି। ପ୍ରତିବର୍ଷ ଏହି ସମୟରେ ଲକ୍ଷାଧିକ ଅଲିଭ ରିଡଲେ କଇଁଛଙ୍କ ଆଗମନ ଗହୀରମଥାକୁ ହୋଇଥାଏ। ଏଥିପାଇଁ ଏହି ଅଞ୍ଚଳରେ ନଭେମ୍ବର ପହିଲାରୁ ମେ ୩୧ ଯାଏ ମତ୍ସ୍ୟଜୀବୀଙ୍କ ପାଇଁ କଟକଣା ରହିଥାଏ। ତେବେ ମିସାଇଲ ପରୀକ୍ଷଣ ଏହି ବିରଳ ସାମୁଦ୍ରିକ ଜୀବଙ୍କୁ ପଥଭ୍ରଷ୍ଟ କରିବ। ସେ କହିଛନ୍ତି , ଅଲିଭ ରିଡଲେଙ୍କ ପ୍ରଜନନ ସମୟରେ ଟେଷ୍ଟ ଫାଇରିଂ ନ କରିବାକୁ ତତ୍କାଳୀନ ଡିଆରଡିଓ ମୁଖ୍ୟ ଡ. ଅବଦୁଲ କାଲାମଙ୍କୁ ପରିବେଶବିତ୍‌ ବାଙ୍କ ବିହାରୀ ଦାସ ଅନୁରୋଧ କରିଥିଲେ। ଏଥିସହ ହୁଇଲର ଦ୍ୱୀପର ଆଲୋକ କଇଁଛଙ୍କୁ ଦିଗଭ୍ରଷ୍ଟ କରୁଥିବା ତଥ୍ୟ ତାଙ୍କ ସମ୍ମୁଖରେ ରଖିଥିଲେ। ଏ ନେଇ ଆଲୋଚନା ପରେ କଇଁଛଙ୍କ ଆଗମନଠାରୁ ଶାବକଙ୍କ ପ୍ରସ୍ଥାନ ପର୍ଯ୍ୟନ୍ତ ସାମରିକ କର୍ତ୍ତୃପକ୍ଷ ସୁରକ୍ଷା ପ୍ରଦାନ ପାଇଁ ମିସାଇଲ ପରୀକ୍ଷଣ କରାଯିବ ନାହିଁ ବୋଲି ଡ. କାଲାମ ଆଶ୍ୱାସନା ଦେଇଥିଲେ। ତେବେ ତାଙ୍କ ମୃତ୍ୟୁ ପରେ ମିସାଇଲ ଟେଷ୍ଟ ଫାଇରିଂ ଜାରି ରହିଛି। ସାମୁଦ୍ରିକ ଜୀବ ଓ ଅଲିଭରିଡଲେ କଇଁଛ ସୁରକ୍ଷା ସମିତି ସଭାପତି ହେମନ୍ତ କୁମାର ରାଉତ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ଭିତରକନିକାର ପରିବେଶକୁ ବିଗାଡି ଦେଇଛି। ସାମୁଦ୍ରିକ ଝଡ ଓ ଉଚ୍ଚ ଜୁଆର ସ୍ଥାନୀୟ ସାମୁଦ୍ରିକ ଅଞ୍ଚଳକୁ ନଷ୍ଟ କରୁଛି। ତଟକ୍ଷୟ ଯୋଗୁ ଅଲିଭ ରିଡଲେଙ୍କ ଅନ୍ତୁଡିଶାଳ ସଙ୍କୁଚିତ ହୋଇଛି। ତଟକ୍ଷୟ ସହ ହୁଇଲର ଦ୍ୱୀପରୁ ଲଗାତର ମିସାଇଲ ପରୀକ୍ଷା କଇଁଛଙ୍କ ଆଗମନ ଉପରେ ପ୍ରଭାବ ପକାଇବ। ପରିବେଶବିତ୍‌ ଜଗନ୍ନାଥ ଦାସ କହିଛନ୍ତି, ତଟ ଅଞ୍ଚଳରେ ଚିଙ୍ଗୁଡି ଘେରି ପରିବେଶକୁ ନଷ୍ଟ କରୁଥିବା ବେଳେ କ୍ଷେପଣାସ୍ତ୍ର ପରୀକ୍ଷା ଏହି ବିରଳ ଜୀବଙ୍କ ସୁରକ୍ଷା ପ୍ରତି ଶୁଭଙ୍କର ନୁହେଁ। ଏ ନେଇ ବନ ବିଭାଗ ଓ ଡିଆରଡିଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହେବା ଜରୁରୀ। ଏ ସଂକ୍ରାନ୍ତରେ ଗହୀରମଥା ରେଞ୍ଜ ଅଧିକାରୀ ଦେବାଶିଷ ଭୋଇଙ୍କୁ ପଚାରିବାରେ ଅଲିଭରିଡେଲ କଇଁଛଙ୍କ ଆଗମନ ସମ୍ପର୍କରେ ଡିଆରଡିଓକୁ ଚିଠି ଦ୍ୱାରା ସୂଚନା ଦିଆଯାଇଛି। ଖୁବ୍‌ଶୀଘ୍ର ଏ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଅଧିକ ଆଲୋଚନା ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri