ଜି ୭: ଭାରତ ପାଇଁ କ’ଣ

ଲଣ୍ଡନ/ନୂଆଦିଲ୍ଲୀ,୧୨ା୬: ବ୍ରିଟେନର କର୍ନଓ୍ବାଲସ୍ଥିତ ସେଣ୍ଟ ଆଇଭେସ୍‌ରେ ବିଶ୍ୱର ପ୍ରମୁଖ ୭ ଧନୀ ରାଷ୍ଟ୍ର ଏକତ୍ରିତ ହୋଇଛନ୍ତି। ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, କାନାଡା ଓ ଜାପାନକୁ ନେଇ ଗଠିତ ଏହି ରାଷ୍ଟ୍ର ସମୂହର ୩ ଦିନିଆ ସମ୍ମିଳନୀ ଶୁକ୍ରବାର କାର୍ବିସ୍‌ ବେ ହୋଟେଲରେ ଆରମ୍ଭ ହୋଇଛି। ଜି ୭ ସମ୍ମିଳନୀ ପାଇଁ ସମ୍ପୃକ୍ତ ଅଞ୍ଚଳରେ ଅତିରିକ୍ତ ୫,୦୦୦ ପୋଲିସ ଅଫିସରଙ୍କୁ ମୁତୟନ କରାଯାଇ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଏଥିରେ ବିଶ୍ୱନେତାମାନେ ଗରିବ ଦେଶଗୁଡ଼ିକ ପାଇଁ ଅନୂ୍ୟନ ୧୦୦ କୋଟି ଡୋଜ୍‌ କରୋନା ଟିକା ଯୋଗାଇବା ନେଇ ଘୋଷଣା କରିବେ ବୋଲି ଆଶା କରାଯାଉଛି। ସେଥିରୁ କେବଳ ଆମେରିକା ୫୦ କୋଟି ଡୋଜ୍‌ ଦେଇପାରେ। ସେହିପରି ବ୍ରିଟେନ ଆସନ୍ତା ବର୍ଷ ମଧ୍ୟରେ ୧୦ କୋଟି ଡୋଜ୍‌ ଯୋଗାଇଦେବ ବୋଲି ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ସୂଚନା ଦେଇଛନ୍ତି। ଏଥିରେ ବିଶ୍ୱନେତାମାନେ କୋଭିଡ୍‌-୧୯, ଜଳବାୟୁ ପରିବର୍ତ୍ତନ, ବୈଦେଶିକ ନୀତି ଓ ଅର୍ଥନୀତି ସମ୍ପର୍କରେ ଆଲୋଚନା କରିବେ। ବର୍ତ୍ତମାନ ଏହି ଗୋଷ୍ଠୀର ଅଧ୍ୟକ୍ଷତା କରୁଥିବା ବ୍ରିଟେନ ଭାରତ ସମେତ ଅଷ୍ଟ୍ରେଲିଆ, କୋରିଆ ଓ ଦକ୍ଷିଣ ଆଫ୍ରିକାକୁ ଅତିଥି ରାଷ୍ଟ୍ର ରୂପେ ଆମନ୍ତ୍ରଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ ପ୍ରତିପକ୍ଷ ବୋରିସ୍‌ଙ୍କ ନିମନ୍ତ୍ରଣକ୍ରମେ ଜୁନ ୧୨ ଓ ୧୩ ତାରିଖରେ ଏହି ଆଉଟ୍‌ରିଚ୍‌ ସେସନରେ ଭର୍ଚୁଆଲି ଯୋଗଦେବେ।

ଚଳିତ ବର୍ଷର ଏଜେଣ୍ଡା

ହାଇବ୍ରିଡ୍‌ ମୋଡ୍‌ରେ ହେବାକୁ ଥିବା ଜି ୭ ବୈଠକରେ ଚଳିତବର୍ଷର ଥିମ୍‌ ବା ବିଷୟବସ୍ତୁ ରହିଛି ‘ବିଲ୍ଡ ବ୍ୟାକ୍‌ ବେଟର’। ଅଧ୍ୟକ୍ଷ ରାଷ୍ଟ୍ର ବ୍ରିଟେନ ଏଥର ୪ଟି ପ୍ରମୁଖ ବିଷୟ ଉପରେ ପ୍ରାଥମିକତା ଦେଇଛି। ସେଗୁଡ଼ିକ ହେଲା ଭବିଷ୍ୟତରେ ମହାମାରୀ ପ୍ରତିରୋଧୀ ଶକ୍ତି ବୃଦ୍ଧି କରି କରୋନା ଭାଇରସ୍‌ଠାରୁ ବିଶ୍ୱକୁ ମୁକ୍ତ କରିବା, ମୁକ୍ତ ଓ ଅବାଧ ବାଣିଜ୍ୟ ଜରିଆରେ ସମୃଦ୍ଧିକୁ ପ୍ରୋତ୍ସାହନ ଦେବା, ଜଳବାୟୁ ପରିବର୍ତ୍ତନ ମୁକାବିଲା ସହ ପୃଥିବୀର ଜୈବ ବିବିଧତାର ସଂରକ୍ଷଣ କରିବା ଏବଂ ବିଭିନ୍ନ ପ୍ରସଙ୍ଗରେ ଭାବ ବିନିମୟ କରିବା। ଏଥିରେ ସାମିଲ ଥିବା ଜି ୭ ନେତାମାନେ ମହାମାରୀ ଭିତରେ ବିଶ୍ୱକୁ କିପରି ଆଗେଇ ନିଆଯିବ ଏବଂ ସ୍ବାସ୍ଥ୍ୟ ତଥା ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ବିସ୍ତୃତ ଭାବେ ଆଲୋଚନା କରିବେ ବୋଲି ଆଶା କରାଯାଉଛି।
ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଜି ୭ ବୈଠକରେ ସାମିଲ ହେବାକୁ ଯାଉଛନ୍ତି। ୨୦୧୯ରେ ଜି ୭ର ଅଧ୍ୟକ୍ଷତା କରିଥିବା ଫ୍ରାନ୍ସ ଭାରତକୁ ଏକ ଗୁଡ୍‌ଓ୍ବିଲ୍‌ ପାର୍ଟନର ଭାବେ ଡାକିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପା ଶାସନରେ ଭାରତ ଜି ୮ ସମ୍ମିଳନୀରେ ୫ ଥର ସାମିଲ ହୋଇଥିଲା। ରୁଷିଆ କ୍ରିମେଆକୁ ନିଜ ସହ ସାମିଲ କରିବା ପରେ ମସ୍କୋକୁ ଜି ୮ରୁ ବାଦ୍‌ ଦିଆଯାଇଥିଲା। ଗତବର୍ଷ ଆମେରିକାର ତତ୍କାଳନୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ ଭାରତକୁ ଡାକିଥିଲେ। ଏଥିରେ ଅଧିକ ସଦସ୍ୟଙ୍କୁ ସାମିଲ କରି ଜି ୭କୁ ‘ଜି ୧୦ କିମ୍ବା ଜି ୧୧’ ନାମକରଣ କରିବାକୁ ଟ୍ରମ୍ପ୍‌ ପ୍ରସ୍ତାବ ଦେଇଥିଲେ। ତେବେ ମହାମାରୀ ଓ ଆମେରିକା ନିର୍ବାଚନର ଫଳ ଯୋଗୁ ଏହା ସମ୍ଭବ ହୋଇପାରି ନାହିଁ। ଚଳିତ ବର୍ଷ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କ ସମେତ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା, ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଘି, କାନାଡା ପ୍ରଧାନମନତ୍ରୀ ଜଷ୍ଟିନ୍‌ ଡ୍ରୁଡେ, ଜର୍ମାନୀ ଚାନ୍‌ସେଲର ଆଞ୍ଜେଲା ମର୍କେଲ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଏହି ବୈଠକରେ ଯୋଗଦେଇଛନ୍ତି।

ଭାରତର ଆଶା

ବୈଶ୍ୱିକ ସଂସ୍ଥାଗୁଡ଼ିକୁ ପ୍ରତିଷ୍ଠା କରି ଆଧୁନିକ ଭୂରାଜନୈତିକ ବାସ୍ତବତାକୁ ପ୍ରତିଫଳିତ କରିବା ପାଇଁ ଭାରତ ସବୁବେଳେ ଉଦ୍ୟମ କରିଆସିଛି। ଟ୍ରମ୍ପଙ୍କ ନିମନ୍ତ୍ରଣ ପରେ ଏହି ଗ୍ଲୋବାଲ ହାଇ ଟେବୁଲର ଏକ ଅଂଶ ପାଲଟିବା ପାଇଁ ନୂଆଦିଲ୍ଲୀ ଚାହୁଁଥିଲା। ଚାଇନାର ମୁକାବିଲା ପାଇଁ ଆମେରିକା ସମସ୍ତ ସମଭାବାପନ୍ନ ଦେଶ ବେଜିଂ ବିରୋଧରେ ସହଯୋଗ କରନ୍ତୁ ବୋଲି ଚାହୁଁଛି। ବାଇଡେନ୍‌ ଓ ବୋରିସ୍‌ ୧୦ କିମ୍ବା ୧୧ ଦେଶକୁ ନେଇ ଏକ ବୈଶ୍ୱିକ ଗଣତାନ୍ତ୍ରିକ ମେଣ୍ଟ ଗଠନ କଲେ ଚାଇନା ପାଇଁ ତାହା ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ହେବ। ଭାକ୍ସିନ ଅଭାବ ଯୋଗୁ ଭାରତ ସମ୍ପ୍ରତି କୋଭିଡ୍‌ ମୁକାବିଲା କ୍ଷେତ୍ରରେ ପଛାଇଯାଇଛି। ଆମେରିକା ପକ୍ଷରୁ କେତେ ପରିମାଣର ଟିକା ଯୋଗାଣ ଘୋଷଣା କରାଯାଉଛି ତାହା ଉପରେ ନୂଆଦିଲ୍ଲୀର ନଜର ରହିବ। ଗତ ସପ୍ତାହରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ୍ବାଶିଂଟନ ଡିସିରେ ବାଇଡେନ୍‌ ପ୍ରଶାସନ ସହ ଆଲୋଚନା କରିଥିଲେ। ଏହା ପରେ ଆମେରିକା ବିଶ୍ୱ ପାଇଁ ନିଜ ଭାକ୍ସିନ ରଣନୀତିରେ ଭାରତକୁ ଟିକା ବଣ୍ଟନ କରାଯିବ ବୋଲି କହିଥିଲା। ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏନେଇ ଆଲୋଚନା କରିଥିଲେ। ଭାରତ ଆମେରିକାରୁ ପ୍ରତ୍ୟକ୍ଷ ଓ କୋଭାକ୍ସ ଜରିଆରେ ପରୋକ୍ଷ ଭାବେ ୨ରୁ ୩ ନିୟୁତ ଟିକା ପ୍ରଥମ ପର୍ଯ୍ୟାୟରେ ପାଇପାରେ।

ସଂକ୍ରମଣ ହାର ୪.୪୯%କୁ ହ୍ରାସ

ଭାରତରେ କ୍ରମାଗତ ୪ ଦିନ ହେଲା କୋଭିଡ୍‌ ସଂକ୍ରମଣ ଲକ୍ଷେ ତଳେ ରହିଛି। ଶୁକ୍ରବାର ସକାଳ ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟରେ ୯୧,୭୦୨ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୩,୪୦୩ ଜଣ ପ୍ରାଣ ହରାଇଛନ୍ତି। ତେବେ ଦୈନିକ ପଜିଟିଭିଟି ହାର ୪.୪୯%କୁ ହ୍ରାସ ପାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ନୂଆ ମାମଲାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୨,୭୪,୮୨୩ରେ ପହଞ୍ଚତ୍ଥିବାବେଳେ ମୋଟ ମୃତ୍ୟୁସଂଖ୍ୟା ୩,୬୩,୦୭୯ ହୋଇଛି। ସକ୍ରିୟ ମାମଲା ସଂଖ୍ୟା ୧୧,୨୧,୬୭୧କୁ ହ୍ରାସ ପାଇଛି, ଯାହା ମୋଟ ସଂକ୍ରମଣର ୩.୮୩ ପ୍ରତିଶତ। ଜାତୀୟ ସ୍ତରରେ ଆରୋଗ୍ୟ ହାର ୯୪.୯୩%କୁ ବୃଦ୍ଧି ପାଇଛି।

ଶ୍ରୀଲଙ୍କାରେ ଅଧିକ ସଂକ୍ରାମକ ଭାରିଆଣ୍ଟ

ଶ୍ରୀଲଙ୍କାରେ କରୋନା ଭୂତାଣୁର ଅଧିକ ସଂକ୍ରାମକ ଭାରିଆଣ୍ଟ ବି.୧.୧.୭ ଏବଂ ବି. ୧.୬୧୭.୨ ଚିହ୍ନଟ ହୋଇଥିବା ଶୁକ୍ରବାର ଘୋଷଣା କରାଯାଇଛି। ରାଜଧାନୀ କଲମ୍ବୋ ଏବଂ ଅନ୍ୟ ୯ଟି ସ୍ଥାନରେ ବି.୧.୧.୭ ଭାରିଆଣ୍ଟ ବା ଆଲ୍‌ଫା ଭାରିଆଣ୍ଟ ଚିହ୍ନଟ ହୋଇଥିବା ଶ୍ରୀ ଜୟଓ୍ବୋର୍ଦେନେପୁରା ୟୁନିଭର୍ସିଟିର ଆଲର୍ଜି, ଇମ୍ୟୁନିଟି ଓ ସେଲ୍‌ ବାୟୋଲୋଜି ବିଭାଗ ନିର୍ଦ୍ଦେଶକ ଚାନ୍ଦିମା ଜିଓ୍ବାନ୍ଦର କହିଛନ୍ତି। ସେହିପରି ଓ୍ବାସ୍‌କାଡୁଓ୍ବାରେ ଥିବା ଏକ କ୍ୱାରାଣ୍ଟାଇନ ସେଣ୍ଟରରୁ ବି.୧.୬୧୭.୨ ବା ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଛି। ଶ୍ରୀଲଙ୍କା ଏବେ ମହାମାରୀର ତୃତୀୟ ଲହରକୁ ସାମ୍‌ନା କରୁଛି। ବର୍ତ୍ତମାନ ସୁଦ୍ଧା ସେଠାରେ ୨,୧୬,୧୩୪ କରୋନା ସଂକ୍ରମିତ ହୋଇଥିବାବେଳେ ୨,୦୧୧ ଜଣଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri