ଜମ୍ମୁ-କଶ୍ମୀରରେ ଜି-୨୦ ସମ୍ମିଳନୀ, ଚାଇନା ଦେଲା ଏଭଳି ଉତ୍ତର…

ବେଜିଂ, ୧।୭ : ଆସନ୍ତା ୨୦୨୩ ବର୍ଷ ଜାମ୍ମୁ କାଶ୍ମୀରରେ ଜି -୨୦ ସମ୍ମିଳନୀ ଆୟୋଜନ କରିବାକୁ ଭାରତ ଯୋଜନା କରୁଥିବା ନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଚାଇନା ଏହାକୁ ବିରୋଧ କରିଛି ଏବଂ ଏହାର ଘନିଷ୍ଠ ସହଯୋଗୀ ପାକିସ୍ତାନ ସହିତ ମିଳିତ ଭାବେ କହିଛି ଯେ, ଭାରତ ଏକ ରାଜନୈତିକ ରଣନୀତି ପ୍ରସ୍ତୁତ କରୁଛି।

ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ ସରକାରୀ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଆମେ ପ୍ରାସଙ୍ଗିକ ତଥ୍ୟ ଦେଖିଛୁ। କାଶ୍ମୀର ଉପରେ ଚାଇନାର ଆଭିମୁଖ୍ୟ ସ୍ଥିର ଏବଂ ସ୍ପଷ୍ଟ ରହିଛି। ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ସ୍ବତନ୍ତ୍ର ପ୍ରସଙ୍ଗ । ମିଳିତ ଜାତିସଂଘର ସଂକଳ୍ପ ଏବଂ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ଏହାର ସଠିକ ସମାଧାନ ହେବା ଉଚିତ।

ସେ କହିଛନ୍ତି ଯେ ସମ୍ପୃକ୍ତ ପକ୍ଷମାନେ ଏକପାଖିଆ ପଦକ୍ଷେପ ଦ୍ୱାରା ପରିସ୍ଥିତିକୁ ଜଟିଳ କରିବା ଦୂରେଇ ରହିବା ଜରୁରୀ। ଆଲୋଚନା ଏବଂ ପରାମର୍ଶ ମାଧ୍ୟମରେ ବିବାଦର ସମାଧାନ କରିବା ଏବଂ ମିଳିତ ଭାବରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଜାଓ ଲିଜିଆନ କହିଛନ୍ତି ଯେ ଅନ୍ତର୍ଜାତୀୟ ଅର୍ଥନୈତିକ ସହଯୋଗ ପାଇଁ ଜି -୨୦ହେଉଛି ମୁଖ୍ୟ ଫୋରମ। ଆମେ ସମସ୍ତ ପ୍ରମୁଖ ଅର୍ଥନୀତି ମାଧ୍ୟମରେ ବିଶ୍ୱ ଅର୍ଥନୀତିର ନିରନ୍ତର ପୁନରୁଦ୍ଧାର ଉପରେ ଧ୍ୟାନ ଦେବା ଜରୁରୀ। ଏଭଳି ପ୍ରାସଙ୍ଗିକ ପ୍ରସଙ୍ଗର ରାଜନୀତିକରଣରୁ ନିବୃତ୍ତ ହେବା ଏବଂ ବିଶ୍ୱର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସକରାତ୍ମକ ସହଯୋଗ କରିବାକୁ ଆହ୍ବାନ ଜଣାଉଛୁ।

ଏଥି ସହିତ, ଯେତେବେଳେ ଗଣମାଧ୍ୟମ ମୁଖପାତ୍ରଙ୍କୁ ପଚାରିଲା, ଜି -୨୦ବୈଠକରେ ଚାଇନା ଯୋଗଦେବ କି? ଏହାର ଜବାବ ଦେଇ ଜାଓ ଲିଜିଆନ କହିଛନ୍ତି ଯେ ଆମେ ବୈଠକରେ ଯୋଗଦେବୁ କି ନାହିଁ ତାହା ଆନୁଷ୍ଠାନିକ ଭାବରେ ବିଚାର କରିବୁ।

ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ର ବିବାଦୀୟ ଅଞ୍ଚଳରେ ଚାଇନା-ପାକିସ୍ଥାନ ଅର୍ଥନନୈତିକ କରିଡର ନିର୍ମାଣ ଏବଂ ଭାରତର ଏହାକୁ ନେଇ ଆପତ୍ତି ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ଏହି ଦୁଇଟି ବିଷୟ ସମ୍ପୂର୍ଣ୍ଣ ଭିନ୍ନ। ପାକିସ୍ତାନର ଅର୍ଥନୀତିର ବିକାଶ ତଥା ଏହାର ଲୋକଙ୍କ ଜୀବିକା ନିର୍ବାହ ପାଇଁ ଚାଇନା ପ୍ରକଳ୍ପ ଜାରି ରଖିଛି। ସେ କହିଛନ୍ତି ଯେ କିଛି ପ୍ରକଳ୍ପ କଶ୍ମୀରର ସେହି ଅଂଶରେ ଅଛି ଯାହା ପାକିସ୍ତାନ ଅଧୀନରେ ଅଛି। ଏହି ପ୍ରକଳ୍ପଗୁଡିକ ଚଳାଉଥିବା ସମ୍ପୃକ୍ତ ଚାଇନିଜ କମ୍ପାନୀଗୁଡିକ ସ୍ଥାନୀୟ ଲୋକଙ୍କୁ ସେମାନଙ୍କର ଅର୍ଥନୀତିର ବିକାଶ ତଥା ଜୀବିକା ନିର୍ବାହରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri