Posted inଜାତୀୟ

ଜି୨୦: ମନ୍ତ୍ରୀଙ୍କୁ ମୋଦି ମନ୍ତ୍ର

ନୂଆଦିଲ୍ଲୀ,୭ା୯: ଭୂରାଜନୀତି କେବଳ ଆମେରିକା ଓ ଚାଇନାରେ କେନ୍ଦ୍ରୀଭୂତ ହୋଇ ରହିନାହିଁ। ଏବେ ଭାରତର ସମୟ ଉପନୀତ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆସନ୍ତା ୯ ଓ ୧୦ରେ ହେବାକୁ ଥିବା ଜି୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ବୈଶ୍ୱିକ ବିକାଶ’ ଉଦ୍ୟମକୁ ପ୍ରଦର୍ଶିତ କରି ଏହି ସନ୍ଦେଶ ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର।

ନୂଆଦିଲ୍ଲୀ ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ରେ ୨ ଦିନିଆ ଜି୨୦ ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମନ୍ତ୍ରୀମାନଙ୍କୁ ମନ୍ତ୍ର ଦେଇଛନ୍ତି। ଏଥିରେ ଯୋଗଦେବା ପାଇଁ ଆସିବାକୁ ଥିବା ରାଷ୍ଟ୍ରମୁଖ୍ୟ ଓ ବିଦେଶୀ ଅତିଥିମାନଙ୍କ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ସତର୍କ ଓ ସଚେତନ ରହିବାକୁ ମୋଦି ନିଜ କ୍ୟାବିନେଟ ସହଯୋଗୀମାନଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକରେ ମୋଦି ମନ୍ତ୍ରୀମାନଙ୍କୁ ନିଜ ସରକାରୀ ଗାଡ଼ି ବ୍ୟବହାର ପରିବର୍ତ୍ତେ ଆଖପାଖରେ ଥିବା ଅନ୍ୟ ଯାନବାହନ ଜରିଆରେ ଭାରତ ମଣ୍ଡପମ୍‌କୁ ଆସିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ସମ୍ବୋଧନରେ ଆହୁରି କହିଛନ୍ତି, ନିଜ ମୋବାଇଲରେ ଜି୨୦ ଆପ୍‌ ଡାଉନ୍‌ଲୋଡ୍‌ କରି ବିଦେଶୀ ଅତିଥିଙ୍କ ସହ କଥା ହେବାବେଳେ ଏହାର ଅନୁବାଦ ତଥା ଅନ୍ୟ ଫିଚର୍ସଗୁଡ଼ିକର ଭରପୂର ଉପଯୋଗ କରନ୍ତୁ।

ଜି୨୦ ମୋବାଇଲ ଆପ୍‌ରେ ଥିବା ଇନ୍‌ଷ୍ଟାଣ୍ଟ ଟ୍ରାନ୍ସଲେଶନ୍‌ ଫିଚରରେ ସମସ୍ତ ଭାରତୀୟ ଭାଷା ସହିତ ଜି୨୦ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଭାଷା ମଧ୍ୟ ରହିଛି। ଅନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକର ପ୍ରତିନିଧିଙ୍କ ସମେତ ପ୍ରାୟ ୪୦ ବିଶ୍ୱନେତା ଜି୨୦ରେ ଯୋଗଦେବେ ବୋଲି ବହିର୍ବ୍ୟାପାର ସଚିବ ବିନୟ ମୋହନ କ୍ୱାତ୍‌ରା ଉକ୍ତ ବୈଠକରେ ସୂଚନା ଦେଇଛନ୍ତି। ଏଥିସହ ପ୍ରୋଟୋକଲ ସମ୍ପର୍କିତ ତଥ୍ୟ ମଧ୍ୟ ପ୍ରଦାନ କରିଛନ୍ତି। କେତେଜଣ କେନ୍ଦ୍ରମନ୍ତ୍ରୀ ବିଶ୍ୱନେତାଙ୍କୁ ସ୍ବାଗତ କରିବା ଦାୟିତ୍ୱରେ ରହିବେ।

ଜି୨୦ ପାଇଁ ଜାତୀୟ ରାଜଧାନୀ ଦିଲ୍ଲୀକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ୨୮ ଫୁଟ୍‌ ଉଚ୍ଚତା ବିଶିଷ୍ଟ ନଟରାଜ ମୂର୍ତ୍ତି ରାତିରେ ଆଲୋକ ବିଚ୍ଛୁରଣ କରୁଛି। ଭାରତ ଏହି ସମିଟ୍‌ ପାଇଁ ଏକ ନୂଆ ସ୍ଲୋଗାନ ବାହାର କରିଛି। ତାହା ହେଲା, ‘ଓ୍ବାନ୍‌ ଆର୍ଥ, ଓ୍ବାନ୍‌ ଫାମିଲି, ଓ୍ବାନ୍‌ ଫ୍ୟୁଚର’। ଅର୍ଥାତ୍‌ ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ। ଜି୨୦ରେ ଥିବା ୧୯ ଦେଶ ଏବଂ ୟୁରୋପୀୟ ସଂଘରେ ବିଶ୍ୱର ଦୁଇ-ତୃତୀୟାଂଶ ଜନସଂଖ୍ୟା ବସବାସ କରୁଥିବାବେଳେ ବୈଶ୍ୱିକ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୮୫% ଅବଦାନ ହେଉଛି ଏହି ରାଷ୍ଟ୍ର ସମୂହର।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri