ଇଣ୍ଡିଆ ମେଣ୍ଟର ଭବିଷ୍ୟତ

୨୦୨୪ ମସିହା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଏନ୍‌ଡିଏ ବିପକ୍ଷରେ ବିରୋଧୀ ଦଳ ପକ୍ଷରୁ ମିଳିତ ମେଣ୍ଟ ଗଠନ ହୋଇଥିଲା। ଭାଜପାରୁ ସମ୍ପର୍କ ତୁଟାଇବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏ ଦିଗରେ ଉଦ୍ୟମ କରି କେତେକାଂଶରେ ସଫଳ ହୋଇଥିଲେ। ନୂଆ ବିରୋଧୀ ମେଣ୍ଟର ନାମ ‘ଇଣ୍ଡିଆ’ ରଖାଯାଇଥିଲା। ଏହାର କେତେକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। କିନ୍ତୁ ନୀତୀଶ କୁମାର ଆକସ୍ମିକ ଭାବେ ଆରଜେଡିରୁ ସମ୍ପର୍କ ତୁଟାଇବା ସହ ପୁନର୍ବାର ଭାଜପା ନେତୃତ୍ୱାଧୀନ ଏନଡିଏରେ ସାମିଲ ହୋଇଥିଲେ।

ଏହାପରେ ଲୋକ ସଭା ଓ ଏକାଧିକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଲୋକ ସଭା ନିର୍ବାଚନରେ ଆସନ ବୁଝାମଣା ଯୋଗୁ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟ ବେଶ୍‌ ଭଲ ଫଳାଫଳ କଲା। କଂଗ୍ରେସର ଭୋଟ ହାର ୧୮% ରୁ ୨୧%କୁ ବୃଦ୍ଧି ପାଇଲା। ଲୋକ ସଭାରେ ବିରୋଧୀ ଦଳର ମାନ୍ୟତା ପାଇବାରେ କଂଗ୍ରେସ ସମର୍ଥ ହେଲା। କିନ୍ତୁ ବିଧାନସଭା ନିର୍ବାଚନ ଗୁଡ଼ିକରେ କଂଗ୍ରେସର ଫଳାଫଳ ଲଗାତର ନୈରାଶ୍ୟଜନକ ହେଲା। ଏହି ଦୃଷ୍ଟିରୁ ଇଣ୍ଡିଆ ମେଣ୍ଟର ସ୍ଥାୟିତ୍ୱ ଓ ପ୍ରାସଙ୍ଗିକତାକୁ ନେଇ ଏବେ ପ୍ରଶ୍ନ ଉଠିଛି। କଂଗ୍ରେସ ନେତୃତ୍ୱରେ ଏହି ମେଣ୍ଟ ପରିଚାଳିତ ହେବ ନା ଅନ୍ୟ କୌଣସି ଆଞ୍ଚଳିକ ଦଳ ନେତୃତ୍ୱରେ ମେଣ୍ଟ ଅଧିକ ଗତିଶୀଳ ହୋଇପାରିବ ସେଥିନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି।

ହରିୟାଣାରେ ୨୦୨୪ ବିଧାନସଭା ନିର୍ବାଚନରେ କଂଗ୍ରେସ ଯେଉଁ ସଫଳତା ପାଇବ ବୋଲି ଆଶା କରାଯାଉଥିଲା ତାହା ହୋଇପାରିଲା ନାହିଁ। ୨୦୧୯ ନିର୍ବାଚନରେ ରାଜ୍ୟରେ ଭାରତୀୟ ଜନତା ପାର୍ଟି ୪୦ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା। କଂଗ୍ରେସ ୩୧ଟି ଆସନ ପାଇ ବିରୋଧୀ ଦଳ ଆସନରେ ବସିଥିଲା। ୨୦୨୪ ନିର୍ବାଚନରେ ଭାଜପା ଅଧିକ ୮ଟି ପାଇ ୪୮ ଆସନରେ ବିଜୟୀ ହେଲା। କଂଗ୍ରେସକୁ ମିଳିଲା ୩୭ ଆସନ। ହରିୟାଣାର ମୋଟ ବିଧାନସଭା ଆସନ ସଂଖ୍ୟା ୯୦। ଚଳିତ ନିର୍ବାଚନର ଭୋଟ ହାର ଦେଖିଲେ କଂଗ୍ରେସ ୩୯% ଭୋଟ ପାଇଥିବାବେଳେ ଭାଜପାକୁ ମିଳିଛି ୩୯.୯% ଭୋଟ। ଅନ୍ୟାନ୍ୟ ଦଳ ୫% ଭୋଟ ପାଇଛନ୍ତି। ୨୦୨୪ ନିର୍ବାଚନର କିଛି ଦିନ ପୂର୍ବରୁ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ହଟାଇ ନାଏବ ସିଂହ ସାଇନିଙ୍କୁ ନୂତନ ମୁଖ୍ୟମନ୍ତ୍ରୀ ପଦରେ ଭାଜପା ଆସୀନ କରିଥିଲା। ନୂଆ ମୁଖ୍ୟମନ୍ତ୍ରୀ ଚେହେରା ଦ୍ୱାରା ପଛୁଆ ବର୍ଗ ଭୋଟ ହାତେଇ ଦଳ ଯେଉଁ ସଫଳତା ପାଇବ ବୋଲି ଆଶା ରଖିଥିଲା ତାହା ଫଳବତୀ ହେଲା। ହରିୟାଣାରେ ମୋଟ ଜନସଂଖ୍ୟାର ଏକ ଚତୁର୍ଥାଂଶ ହେଉଛନ୍ତି ଜାଠ। ଏହି କାରଣରୁ କଂଗ୍ରେସ ଜାଠ ସମ୍ପ୍ରଦାୟ ନେତା ତଥା ପୂର୍ବତନ ମୁମ୍ପ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ଼ା ଓ ତାଙ୍କ ପୁତ୍ରଙ୍କ ଉପରେ ଭରସା କରିଥିଲା।

ଦଳିତ ନେତ୍ରୀ କୁମାରୀ ଶୈଲଜାଙ୍କୁ ଗୁରୁତ୍ୱ ଦିଆ ନ ଯିବାରୁ ସେ ପ୍ରଚାର କାର୍ଯ୍ୟରୁ ଦୂରେଇ ରହିଥିଲେ। ଏହାଦ୍ୱାରା ଜାଠ ଭୋଟ କଂଗ୍ରେସ ସପକ୍ଷରେ ଗଲା, କିନ୍ତୁ ଅଣଜାଠ ଓ ଦଳିତ ଭୋଟ କଂଗ୍ରେସ ନିଜ ନିକଟକୁ ଆଣିବାରେ ସଫଳ ହୋଇପାରିଲା ନାହିଁ। ୨୦୧୯ ନିର୍ବାଚନରେ ଭାଜପା ସହରାଞ୍ଚଳ ଓ ରାଜ୍ୟର ଦକ୍ଷିଣାଞ୍ଚଳ ଆସନରେ ଉତ୍ତମ ଫଳାଫଳ କରିଥିଲା। ଏହି ଭୋଟ ଚଳିତ ଥର ମଧ୍ୟ ଭାଜପା ନିକଟରେ ରହିଲା। ଏଥିସହ ଅଣଜାଠ ବା ପଛୁଆବର୍ଗଙ୍କ ଭୋଟ ଭାଜପା ସପକ୍ଷରେ ଗଲା। ଦେଖିବାକୁ ଗଲେ ଚଳିତ ଥର ରାଜ୍ୟରେ ବହୁମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଏଠାରେ ଇଣ୍ଡିଆ ମେଣ୍ଟ ନଥିଲା। ଇଣ୍ଡିଆ ମେଣ୍ଟ ଅନ୍ୟତମ ସହଯୋଗୀ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ନ ହେବାରୁ ଉଭୟ ଦଳ ପୃଥକ୍‌ ଭାବେ ନିର୍ବାଚନ ଲଢ଼ୁଥିଲେ। ଗତ ନିର୍ବାଚନରେ ହରିୟାଣାରେ ଆମ୍‌ ଆଦ୍‌ମୀ ପାର୍ଟିର ଉପସ୍ଥିତି ନଥିଲା। ଏଥର ଦଳ ଅଧିକାଂଶ ଆସନରେ ପ୍ରାର୍ଥୀ ଦେଇଥିଲା। ଏହାଦ୍ୱାରା ଭୋଟ ବିଭାଜନ ଘଟିଲା, ଯାହା ଭାଜପା ସପକ୍ଷରେ ଗଲା।

ସେହିପରି ମହାରାଷ୍ଟ୍ରରେ ସର୍ବଶେଷ ନିର୍ବାଚନରେ ମଧ୍ୟ ଇଣ୍ଡିଆ ମେଣ୍ଟର ଫଳାଫଳ ନୈରାଶ୍ୟଜନକ ରହିଲା। କଂଗ୍ରେସ, ଏନ୍‌ସିପି (ଶରଦ) ଓ ଶିବ ସେନା (ଉଦ୍ଧବ), ସମାଜବାଦୀ ପାର୍ଟି ମିଳିତ ଭାବେ ଏମ୍‌ଭିଏ ଛତା ତଳେ ନିର୍ବାଚନ ଲଢ଼ୁଥିଲେ ମଧ୍ୟ ଆଶାଜନକ ଫଳାଫଳ ପାଇପାରି ନାହାନ୍ତି। ୨୦୧୯ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ବିଧାୟକ ସଂଖ୍ୟା ୪୪ ଥିବାବେଳେ ୨୦୨୪ ନିର୍ବାଚନରେ ଏହା ୧୬କୁ ଖସି ଆସିଛି। ଏନ୍‌ସିପି ଓ ଶିବ ସେନା ବିଭାଜିତ ହୋଇଯାଇଛି। ଦୁଇ ବର୍ଷ ପୂର୍ବେ ଏହି ଦୁଇ ଦଳ ଭାଙ୍ଗିଥିଲା। ଦୁଇ ଦଳ ଭାଙ୍ଗିବା ପରେ ଶାସକ ଦଳ ହୋଇଥିଲା ଶିବସେନା (ସିନ୍ଧେ) ନେତୃତ୍ୱାଧୀନ ଭାଜପା ଓ ଏନସିପି (ଅଜିତ୍‌) ମେଣ୍ଟ। ଏହି ତିନି ପକ୍ଷ ମହାଯୁତି ନାମରେ ନିର୍ବାଚନ ଲଢ଼ୁଥିବାବେଳେ ଶିବସେନା (ଉଦ୍ଧବ), ଏନସିପି (ଶରଦ) ଓ କଂଗ୍ରେସ ମିଳିତ ଭାବେ ଏମ୍‌ଭିଏ ନାମରେ ନିିର୍ବାଚନ ଲଢ଼ୁଥିଲେ। ନିର୍ବାଚନରେ ଭାଜପାର ଆସନ ସଂଖ୍ୟା ପୂର୍ବ ନିର୍ବାଚନ ତୁଳନାରେ ୨୭ଟି ବୃଦ୍ଧି ପାଇ ୧୩୨ ହୋଇଛି।

ଚଳିତ ବର୍ଷ ଜମ୍ମୁ-କଶ୍ମୀର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଦୁଇ ଆଞ୍ଚଳିକ ଦଳ କ୍ଷମତାସୀନ ହୋଇଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ଆମ୍‌ ଆଦମୀ ପାର୍ଟି ଏକାକୀ ଲଢ଼ିବ ବୋଲି ଘୋଷଣା କରିଛି। ଏପ୍ରକାର ସ୍ଥିତିରେ ଇଣ୍ଡିଆ ମେଣ୍ଟର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ଦେଖା ଦେଇଛି। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବସ୍ତୁତଃ ଇଣ୍ଡିଆ ମେଣ୍ଟରେ ନାହିଁ। କିନ୍ତୁ ଦଳ ଶକ୍ତ ଭାବେ ରାଜ୍ୟରେ ନିଜ ଗଡ଼ ରକ୍ଷା କରିପାରିଛି, ଯାହାକି ମମତାଙ୍କ ପାରିବାର ପଣିଆକୁ ପ୍ରତିପାଦିତ କରୁଛି। ଗତ ଉପନିର୍ବାଚନରେ ବିଭିନ୍ନ ରାଜ୍ୟରେ ଇଣ୍ଡିଆ ମେଣ୍ଟ ସେତେ ଉତ୍ସାହଜନକ ଫଳାଫଳ ପାଇ ନ ଥିବାବେଳେ ପଶ୍ଚିମବଙ୍ଗରେ ସମସ୍ତ ୬ଟି ଯାକ ଆସନରେ ତୃଣମୂଳ କଂଗ୍ରେସ ବିଜୟୀ ହୋଇଥିଲା। ଏଣୁ ଇଣ୍ଡିଆ ମେଣ୍ଟର ଦାୟିତ୍ୱ ମମତା ବହନ କରିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି। ତେବେ ଜାତୀୟ ଦଳ ଓ ଲୋକ ସଭାର ବିରୋଧୀ ଦଳ ଭାବେ ଏକ ଆଞ୍ଚଳିକ ଦଳ ନେତୃତ୍ୱକୁ କଂଗ୍ରେସ ସହଜରେ ଗ୍ରହଣ କରିପାରିବ ନାହିଁ। ଏପରି ସ୍ଥିତିରେ ଇଣ୍ଡିଆ ମେଣ୍ଟରେ ଥିବା ଦଳ କ୍ରମଶଃ ଅପସରି ଯିବେ ନା ମେଣ୍ଟ ଅତୁଟ ରହିବ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅତୀତରେ ବିରୋଧୀ ଏକତା ନିମନ୍ତେ ମମତା ଉଦ୍ୟମ କରିଥିଲେ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୯ ଜାନୁୟାରୀରେ କୋଲକାତାରେ ମମତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା ଭାଜପା ବିରୋଧୀ ସମାବେଶ। ଏହି ସମାବେଶରେ ଜନତା ଦଳ(ଏସ୍‌) ନେତା ଏଚ୍‌.ଡି. ଦେବେଗୌଡ଼ା,ଏଚ୍‌.ଡି.କୁମାରସ୍ବାମୀ, ଏନ୍‌ସି ନେତା ଫାରୁକ ଅବଦୁଲ୍ଲା, ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ, ଟିଡିପି ନେତା ଚନ୍ଦ୍ରବାବୁ ନାଇଡ଼ୁ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ଏନ୍‌ସିପି ନେତା ଶରଦ ପାୱାର, ଅରୁଣାଚଳ ପ୍ରଦେଶର ଗେଗଙ୍ଗ ଅପଙ୍ଗଙ୍କ ସମେତ କଂଗ୍ରେସର ପ୍ରତିନିଧି ଯୋଗ ଦେଇଥିଲେ। କିନ୍ତୁ ସୋନିଆ ଗାନ୍ଧୀ ବା ରାହୁଲ ଗାନ୍ଧୀ ସମାବେଶରେ ଯୋଗ ଦେଇ ନ ଥିଲେ। ଏହି ସମାବେଶ ପରେ ଅନୁଷ୍ଠିତ ନିର୍ବାଚନରେ ତୃଣମୂଳ କଂଗ୍ରେସର ଲୋକ ସଭା ସଦସ୍ୟ ସଂଖ୍ୟା ୩୪ରୁ ହ୍ରାସ ପାଇ ୨୨ ହୋଇଥିଲା। ଭାରତୀୟ ଜନତା ପାର୍ଟିର ସଦସ୍ୟ ସଂଖ୍ୟା ୨ରୁ ବୃଦ୍ଧି ପାଇ ୧୮ରେ ପହଞ୍ଚିଥିଲା। କଂଗ୍ରେସର ଆସନ ସଂଖ୍ୟା ୪ରୁ ୨କୁ ହ୍ରାସ ପାଇଥିଲା। ଲୋକ ସଭା ପରାଜୟର ଝଟ୍‌କାରେ ମମତା ସେହିଦିନରୁ ଆରମ୍ଭ କରିଥିଲେ ବିଧାନସଭା ନିର୍ବାଚନ ପାଇଁ ରଣନୀତି। ଶହ ଶହ କର୍ମକର୍ତ୍ତା ଓ କର୍ମୀଙ୍କ ଦଳ ପରିତ୍ୟାଗ ସତ୍ତ୍ୱେ ୨୦୨୧ ବିଧାନସଭା ନିର୍ବାଚନରେ ମମତା ପିନ୍ଧିଲେ ରାଜମୁକୁଟ। ପଶ୍ଚିମଙ୍ଗରେ ଭାଜପାକୁ କଡ଼ା ଟକ୍କର ଦେଇ ମମତା ଗୋଟି ଚାଳନା କରୁଛନ୍ତି ସତ, କିନ୍ତୁ ସର୍ବଭାରତୀୟ ସ୍ତରରେ ତାଙ୍କର ରାଜନୈତିକ କୌଶଳ କେତେ ପ୍ରଭାବଶାଳୀ ହେବ ତାହା ପଶ୍ଚିମବଙ୍ଗ ଦୃଷ୍ଟିକୋଣରୁ ବିଚାର କରାଯାଇପାରିବ ନାହିଁ। କାରଣ ତେଲଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ମଧ୍ୟ ୨୦୧୯ ମସିହାରେ ବିରୋଧୀ ମେଣ୍ଟ ପାଇଁ ତପତ୍ରତା ପ୍ରକାଶ କରି ସଫଳ ହୋଇପାରି ନ ଥିବାର ନଜିର ରହିଛି। ଏଣୁ ଆଗକୁ ଇଣ୍ଡିଆ ମେଣ୍ଟର କାର୍ଯ୍ୟଧାରା କ’ଣ ରହିବ ତାହା ଦେଖିବାର କଥା।

ସୌଭାଗ୍ୟ ସୁନ୍ଦରରାୟ
ମୋ: ୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ମେଘାଳୟରେ ଭୟଙ୍କର ଖଣି ବିସ୍ଫୋରଣ: ୧୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୫।୨: ମେଘାଳୟର ଏକ ବେଆଇନ ଖଣିରେ ବିସ୍ଫୋରଣ ଘଟି ୧୬ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସକାଳେ ଥାଙ୍ଗସ୍କୁ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଏବେ ମଧ୍ୟ…

ଭାରତର ଏହି ଧାବିକା ହେଲେ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୫ା୨: ଡୋପ୍‌ ଟେଷ୍ଟକୁ ଏଡାଇ ଭାରତର ଲଙ୍ଗ ଡିଷ୍ଟାନ୍ସ ଧାବିକା ପୂଜା ଆତ୍ମାରାମ ଆଥଲେଟିକ୍ସ ଇଣ୍ଡିଗ୍ରିଟି ୟୁନିଟ୍‌ (ଏଆଇୟୁ) ଦ୍ୱାରା ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି। ପୂଜା ୫୦୦୦…

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

ଲଜ୍ଜା: ମୂକ ଓ ବଧିର ଝିଅକୁ ବଳାତ୍କାର କରି ଗର୍ଭବତୀ କଲେ ଜନ୍ମକଲା ବାପା

ମୁମ୍ବାଇ,୫।୨: ମୁମ୍ବାଇର କଫ୍ ପ୍ୟାରେଡ୍ ଅଞ୍ଚଳରୁ ଏକ ଅମାନବୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୦ ବର୍ଷୀୟା ମୂକ ଓ ବଧିର ଯୁବତୀଙ୍କୁ ବଳାତ୍କାର…

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri