Categories: ବାଣିଜ୍ୟ

ଚୂଡାନ୍ତ ପର୍ଯ୍ୟାୟରେ ଫ୍ୟୁଚର ଗ୍ରୁପ-ରିଲାଏନ୍ସ ଡିଲ୍‌

ମୁମ୍ବାଇ,୫।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌)ର ଫ୍ୟୁଚର ଗ୍ରୁପ ଅଧିଗ୍ରହଣ ଡିଲ୍‌ ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ଏଥି ଯୋଗୁ ରିଲାଏନ୍ସର ମଙ୍ଗଳବାର ଶେୟାର କାରବାରରେ ବେଶ ଉନ୍ନତି ପରିଲକ୍ଷିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ କମ୍ପାନୀର ଶେୟାର କାରବାରରେ ୭.୧୦% ବୃଦ୍ଧି ଘଟି ୨୧୫୧.୧୫ ଟଙ୍କା ସ୍ତରରେ କାରବାର ବନ୍ଦ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ରେ କମ୍ପାନୀର ଶେୟାର ୭.୪୪% ଉନ୍ନତ ରହିବା ସହ ୨୧୫୮.୫୦ ଟଙ୍କା ସ୍ତରରେ କାରବାର ବନ୍ଦ ହୋଇଛି। ଫ୍ୟୁଚର ଗ୍ରୁପର ରିଟେଲ କାରବାରକୁ କିଣିବା ଲାଗି ରିଲାଏନ୍ସ ଏହି ଡିଲ୍‌ରେ ସାମିଲ ହୋଇଥିବା ଜଣାପଡିଛି।

Share